Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଶସ୍ତାରେ ଏସି, ଟିଭି ଓ ଫ୍ରିଜ କିଣିବାର ସୁଯୋଗ, ସରକାର ବିକୁଛନ୍ତି ସାମାନ

11/08/2020 at 5:39 PM

ନୂଆଦିଲ୍ଲୀ ୧୧।୦୮: ଯଦି ଆପଣ ଶସ୍ତାରେ ଏସି, ଟିଭି କିମ୍ବା ଫ୍ରିଜ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଭଲ ସୁଯୋଗ ରହିଛି। ଡିପାର୍ଟମେଣ୍ଟ ଅଫ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ(DIPAM) ନିଜର ପୁରୁଣା ଫର୍ଣ୍ଣିଚର, ଶୀତତାପ ନିୟନ୍ତ୍ରିତ(ଏସି) ଟିଭି ଓ ଫ୍ରିଜ ପରି ସାମଗ୍ରୀ ବିକ୍ରି କରୁଛି। ସରକାରୀ କମ୍ପାନୀକୁ ବିକ୍ରି କରିବା ପ୍ରକ୍ରିୟାରେ ଲାଗିଥିବା ନିନିବେଶ ବିଭାଗ(DIPAM) ଏହି ସବୁ ଉପକରଣ ବିକ୍ରି ପାଇଁ ଅଗଷ୍ଟ ୩୧ ସୁଦ୍ଧା ଟେଣ୍ଡର ମଗାଇଛି।

ବିଭାଗ ପୁରୁଣା ଫର୍ଣ୍ଣିଚର, ଫ୍ରିଜ ବିକ୍ରି ପାଇଁ ଟେଣ୍ଡର ଜାରି କରିଛି। ଏହି ଟେଣ୍ଡର ଅଗଷ୍ଟ ୧୪ରେ ଖୋଲିବ ଓ ଅଗଷ୍ଟ ୩୧ ରାତି ୧୨ଟାରେ  ବନ୍ଦ ହେବ। ଟେଣ୍ଡର କାଗଜପତ୍ର http://eprocure.gov.in/eprocure/app  ଏବଂ ଡିପାର୍ଟମେଣ୍ଟର ଓ୍ଵେବସାଇଟ୍‌ dipam.gov.inରୁ ଡାଉନଲୋଡ୍ କରି ପାରିବେ। ଦୀପମ ଅନୁଯାୟୀ ଟେଣ୍ଡର ଅଗଷ୍ଟ ୩୧ ପର୍ଯ୍ୟନ୍ତ ଖୋଲା ରହିବ।

ନିୟମ ଓ ସର୍ତ୍ତ

ଟେଣ୍ଡର ଅନୁଯାୟୀ ବିଡର କିଣିବା ପୂର୍ବରୁ ନିର୍ଦ୍ଧାରିତ ତାରିଖରେ ସାମଗ୍ରୀର ଯାଞ୍ଚ କରି ପାରିବେ। ସାମାନ ସବୁଠୁ ଅଧିକ  ବୋଲି ଲଗାଇବା ବିଡରଙ୍କୁ ହିଁ ବିକ୍ରି କରାଯିବ। ଇଏମଡି ଏକ ସାପେକ୍ଷିକ ଦର ନିର୍ଦ୍ଧାରଣ କରିବ। ସାମଗ୍ରୀ ଥରେ ବିଡରକୁ ଦିଆଯିବା ପରେ କୌଣସି ବି ସ୍ଥିତିରେ ବିଭାଗ ଦ୍ଵାରା ଫେରସ୍ତ ନିଆଯିବ ନାହିଁ।

   Related Posts