ମୃତ ମହିଳା ଆଇନଜୀବୀ ଦୀପାଳିଙ୍କ ପୁରୁଷବନ୍ଧୁ ବାଲେଶ୍ୱରରେ ! ଚାଲୁଛି ମୋବାଇଲ୍‌ ………

Published By : Prameya-News7 Bureau | October 29, 2019 IST

ଭୁବନେଶ୍ୱର ୨୯।୧୦- ଏବେ ବି ଆଇନଜୀବି ଦୀପାଳିଙ୍କର ମୃତ୍ୟୁ ରହସ୍ୟଜନକ ହୋଇ ରହିଛି । ପୁରୁଷ ବନ୍ଧୁ ବିକ୍ରମ ଦୀପାଳିକୁ ହତ୍ୟା କରିଥିବା ପରିବାର ଲୋକ ଦାବି କରିଛନ୍ତି। ସେଦିନ ରାତିରେ ଦୀପାଳିଙ୍କ ସହ ରହିଥିବା ବିକ୍ରମ ଏବେ ବି ଫେରାର । ମାତ୍ର ବିକ୍ରମ ଏବେ ବାଲେଶ୍ୱରରରେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବା କେତକ ଦାବି କରିଛନ୍ତି । ସେ କସ୍‌ମେଟିକ୍‌ ବ୍ୟବସାୟ କରୁଥିବାରୁ ଅନେକ ସ୍ଥାନ ବୁଲିଥାଆନ୍ତି । ବାଲେଶ୍ୱରରେ ସେ କସ୍‌ମେଟିକ୍‌ ବ୍ୟବସାୟ କରନ୍ତି । ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ସହ ବେଶ୍‌ ଚିହ୍ନାପରିଚିତ । ତେଣୁ ସେ ସେଠାରେ ଆତ୍ମଗୋପନ କରିଛନ୍ତି ବୋଲି ଆଶଙ୍କା କରାଯାଉଛି । ବିକ୍ରମ ଫୋନ୍‌ ସେଦିନଠାରୁ ସ୍ୱିଚ ଅଫ୍‌ ରହିଥିଲା । ହେଲେ ମଝିରେ ମଝିରେ ତାଙ୍କର ଫୋନ୍‌ ସ୍ୱିଚ ଅନ୍‌ ହେଉଥିବା ଜଣାପଡିଛି । ତେବେ ତାଙ୍କର ଲୋକେସନ୍‌ ଟ୍ରାକ କରିବା ସମ୍ଭବ ହୋଇ ନଥିବା ବେଳେ ବାଲେଶ୍ୱରରେ ତାଙ୍କୁ ଦେଖିଥିବା କଥା ଅନେକ ପ୍ରକାଶ କରିଛନ୍ତି।

{"id":176254}

ଦୀପାଳି ଲିଙ୍ଗିପୁରରେ ଏକ ଭଡା ଘରେ ରହୁଥିଲେ । କସ୍‌ମେଟିକ୍‌ ବ୍ୟବସାୟୀ ବିକ୍ରମ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ସେ ବରାବର ଦୀପାଳିଙ୍କ ନିକଟକୁ ଆସୁଥିଲେ। ଘଟଣାଦିନ ସେ ଦୀପାଳିଙ୍କ ନିକଟକୁ ଆସିଥିଲା । ରାତିରେ ଦୀପାଳିଙ୍କର ଭଉଣୀ ସହ ମଧ୍ୟ ବିକ୍ରମ କଥା ହୋଇଥିଲେ । ସେ ପ୍ରଥମେ ଦୀପାଳିଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଭଉଣୀକୁ ସୂଚନା ଦେଇଥିଲେ ।

{"id":176255}

ସୂଚନାଯୋଗ୍ୟ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଥିଲା। ମାନସିକ ଭାବେ ବେଶ୍‌ ଭଲ ଥିବା ଦୀପାଳି ଆତ୍ମହତ୍ୟା କରି ନଥିବେ ବୋଲି ପରିବାର ଲୋକ ଦାବି କରିଛନ୍ତି। ମୃତଦେହ ନିକଟରୁ ମଦ ଗ୍ଲାସ ଓ ପୋଡା ସିଗାରେଟ୍‌ ଜବତ ହୋଇଥିବାରୁ ପୁରୁଷ ବନ୍ଧୁଙ୍କୁ ତାଙ୍କୁ ହତ୍ୟା କରିଥିବ ବୋଲି ପରିବାର ଲୋକ ଅଭିଯୋଗ କରିଆସିଛନ୍ତି । ପୁରୁଷ ବନ୍ଧୁ ବିକ୍ରମ ଗିରଫ ହୋଇପାରିଲେ ଅନେକ ତଥ୍ୟ ହାସଲ ହୋଇପାରିବ । ୧୦ ଦିନ ବିତିଗଲାଣି ତଥାପି ବିକ୍ରମର କୌଣସି ପତ୍ତା ମିଳୁନି ।
ଦୀପାଳିଙ୍କ ଫୋନ୍‌ର ଲକ୍‌ ଖୋଲିଛି ସେଥିରୁ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଅନେକ ତଥ୍ୟ ମିଳିଛି । ହ୍ୱାଟସ୍‌ଆପ୍‌ଚାଟ୍‌ରୁ ପୁଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି ।

ତେବେ ବୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ନମିଳିବା ଯାଏଁ ଆତ୍ମହତ୍ୟା ପଛର ରହସ୍ୟ ଉପରୁ ପରଦା ହଟିବା ସମ୍ଭବ ନୁହେଁ ବୋଲି ସଂପୃକ୍ତ ପୋଲିସ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୯ତାରିଖ ରାତି ୮ଟାରୁ ୧ଟା ମଧ୍ୟରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ତାଙ୍କ ଲିଙ୍ଗିପୁର ଇନ୍ଦିରାନଗରରେ ଥିବା ଘରେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ ।

ଆତ୍ମହତ୍ୟା ପୂର୍ବରୁ ପୁରୁଷ ବନ୍ଧୁ ବିକ୍ରମ ତାଙ୍କ ପାଖରେ ଥିଲେ । ତେବେ ବିକ୍ରମ ବାହାରକୁ ଯାଇଥିବାବେଳେ ଦୀପାଳି ଭିତରପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିଲେ । ପୋଲିସ ତା ପରଦିନ ଶବ ଜବତ କରିବାପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଥିଲା । ଏହାପରେ ଧଉଳି ପୋଲିସ ଘଟଣାର ତଦନ୍ତ କରୁଥିଲା । ଦୀପାଳିଙ୍କୁ ସୁଚିନ୍ତିତଭାବେ ପୁରୁଷ ବନ୍ଧୁ ବିକ୍ରମ ହତ୍ୟା କରିଛି ବୋଲି ଦୀପାଳିଙ୍କ ଦୁଇଭଉଣୀ ଅଭିଯୋଗ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଏଥିରେ ଦୀପୀଳି ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।

ତେବେ କେଉଁ କାରଣ ଯୋଗୁଁ ଦୀପାଳି ଆତ୍ମହତ୍ୟା କଲେ ସେ ନେଇ ପୋଲିସ ଏବେ ଅନୁସଂଧାନ କରୁଛି । ଘଟଣାସ୍ଥଳରୁ ଜବତ ହୋଇଥିବା ଦୀପାଳିଙ୍କ ଦୁଇଟି ଫୋନର ଲକ୍‌ ପୋଲିସ ଖୋଲିବାରେ ସକ୍ଷମ ହେବାପରେ ପୋଲିସକୁ ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ଘଟଣା ଘଟିବା ପରଠାରୁ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ଫେରାର ଅଛି । ସେ ଜଣେ କସମେଟିକ ବ୍ୟବସାୟୀ । ବାଲେଶ୍ବରରେ ବ୍ୟବସାୟ କନ୍ତି । ଦୀର୍ଘ ଦିନ ହେଲା ଦୀପାଳିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ।ସେ ପ୍ରତି ଶନିବାର ଦୀପାଳିଙ୍କ ସାକ୍ଷାତ କରିବାକୁ ବାଲେଶ୍ବରରୁ ଭୁବନେଶ୍ବର ଆସୁଥିଲେ । ସଂଧ୍ୟା ପାଞ୍ଚଟାରୁ ରାତି ବାରଟା । ସେହି ୫ଘଣ୍ଟାର ସମୟ । ଶନିବାର ସଧ୍ୟା ପାଞ୍ଚଟାରେ ଦୀପାଳିଙ୍କ ଭଉଣୀ ନିଜ ବାନ୍ଧବିଙ୍କ ସହିତ ମାର୍କେଟ ଚାଲିଯାଇଥିଲେ । ଆଉ ଘରେ ରହିଯାଇଥିଲେ ଦୀପାଳି ଆଉ ତାଙ୍କ ପ୍ରେମିକ ବିକ୍ରମ । ହେଲେ ଦିପାଳିଙ୍କ ଆତ୍ନହତ୍ୟା ପରେ ବିକ୍ରମ ଗଲେ କୁଆଡେ । ଶନିବାର ରାତିରେ ବିକ୍ରମ ଙ୍କ ସହିତ ଏମିତି କଣ ଘଟିଲା ଯାହା ଫଳରେ ଦିପାଳି ଆତ୍ନହତ୍ୟା କରିବାକୁ ପଛେଇଲେ ନାହିଁ ଏ ସବୁର ରହସ୍ୟ ଖୋଲିବ ଯେତେବେଳେ ପୋଲିସ ହାତରେ ଧରାପଡିବ ବିକ୍ରମ । କମିସନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ଅଞ୍ଚରେ ଛାନଭିନ କରିଛି । ବିକ୍ରମ ଧରା ପଡିଲେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.