Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅଭୁଲା ଦୀପା, ଅଲିଭା ହସ ; ଆଜିକୁ ବର୍ଷେ ତଳେ ନେଇଥିଲେ ଚିର ବିଦାୟ…

27/07/2021 at 10:19 AM

ଭୁବନେଶ୍ୱର ୨୭।୦୭: ତାଙ୍କ ଦେହରେ ଘୋଡ଼େଇ ହୋଇଯାଇଥିଲା ‘କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ । ସେ ଥିଲେ ଝିଅଟେ ‘ମେଡ୍‌ ଇନ୍‌ ଓଡ଼ିଶା’ ପିଲାବେଳେ ବାପା, ମା’ ନାଁ ଦେଇଥିଲେ ଦୀପା । ପରେ ତାଙ୍କ ନାଁ ପୂର୍ବରୁ ଲାଗି ଯାଇଥିଲା ଆଲ୍‌ବମ୍‌ କୁଇନ୍‌, ସତେ ଯେମିତି ଲାଇନ୍‌ ତାଙ୍କ ପାଇଁ ହୋଇଥିଲା । ଆଲ୍‌ବମ୍‌ ଜଗତକୁ ତା’ପରେ ଅନେକ କଳାକାର ଆସିଛନ୍ତି ସତ, କିନ୍ତୁ କାହାକୁ ଏହି ନାମରେ ଦର୍ଶକ ମନେ ରଖିନାହାନ୍ତି । ଖୁବ୍‌ ନାଚିଲେ ଏବଂ ନଚେଇଲେ । ନାଁ ବି କମେଇଲେ । ଦର୍ଶକଙ୍କୁ ମନୋରଞ୍ଜନ ବାଣ୍ଟି ଅଜସ୍ର ଲୋକପ୍ରିୟତା ସାଉଁଟି ଥିଲେ ।

ବାପାଙ୍କ ଆକଟ ପରେ ବି ଅଟକି ନଥିଲେ । ଲୁଚି ଲୁଚି ସ୍ୱପ୍ନକୁ ସତ କରିଥିଲେ । ଖୁବ୍‌ କମ୍‌ ଦିନରେ, କମ୍‌ ବୟସରେ ସଫଳତାର ଶିଖର ଛଇଁଲେ । କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଘର କରିଥିଲେ । କିନ୍ତୁ ଏ ଖୁସିର ଯାତ୍ରା ଯେ ମାତ୍ର ୩୭ ବର୍ଷ, ତାହା ନା’ ଦୀପା ଜାଣିଥିଲେ ନା’ ଆଉ କେହି… । ସଂଘର୍ଷପୂର୍ଣ୍ଣ ଜୀବନ ଯାତ୍ରାରେ କର୍କଟରେ ପୀଡ଼ିତ ଦୀପା ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରି ଯାଇଥିଲେ ।

ଠିକ୍‌ ଆଜିର ଦିନରେ, ଜୁଲାଇ ୨୭ ସୋମବାର ଅପରାହ୍ନ ୪ଟା ୨ମିନିଟ୍‌ । ହଠାତ୍‌ ହସ୍ପିଟାଲ୍‌ରୁ ଖବର ଆସିଥିଲା ୧୯୯୬ରୁ ଜଳି ଆସୁଥିବା ଦୀପ ଶୀଖାଟି ଅବେଳା ଅପରାହ୍ନଟାରେ ଲିଭି ଯାଇଛି । ଅଭିନେତ୍ରୀ ଦୀପା ସାହୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶୋକରେ ବୁଡ଼ିଥିଲା ଓଡ଼ିଶା । ଅଶ୍ରୁଭିଜା ଶ୍ରଦ୍ଧାଞ୍ଜଳି ଦେଇ ଝୁରି ହେଉଥିଲେ ଦୀପାପ୍ରେମୀ । ସାରା ଜୀବନ କଷ୍ଟ ପାଇ ବି ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ହସୁଥିବା ଦୀପାଙ୍କ ସେ ଅଭୁଲା ହସ ଆଜି ଅଲିଭା ହୋଇ ରହିଛି । ‘ତୋ କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ ହେଉ କି ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା’, ଏମିତି ଶହ ଶହ ଆଲ୍‌ବମ୍‌ ଭିତରେ ଏବେ ବି ଜୀବିତ ଦୀପା । ୧୯୮୫ ଅକ୍ଟୋବର ୨୫ରେ ଢେଙ୍କାନାଳରେ ଜନ୍ମିତ ଦୀପାଙ୍କ ରୁଚିଥିଲା ଅଭିନେତ୍ରୀ ହେବେ । ୧୬ ବର୍ଷର ମା’ଙ୍କୁ ହରାଇ ଥିଲେ । କମ୍‌ ବୟସରେ ଘରର ଦାୟିତ୍ୱ ସମ୍ଭାଳି ସ୍ୱପ୍ନକୁ ସାକାର କରିବାକୁ ବହୁ ବାଧାବିଘ୍ନ ସତ୍ତେ୍ୱ ଆଗେଇ ଚାଲିଥିଲେ ।

ଓଡ଼ିଶୀ ନାଚୁଥିଲେ । ସପ୍ତମରେ ପଢ଼ୁଥିଲେ । ସ୍କୁଲ ତରଫରୁ କୋଲକାତାରେ ନାଚିବାର ସୁଯୋଗ ପାଇଥିଲେ । ଗଲାବେଳେ ବାପାଙ୍କୁ ପ୍ରତିଶ୍ରୁତି ଦେଇ ଯାଇଥିଲେ, ଏଇଟା ଶେଷ ଥର… । ହେଲେ ଯା’ ଦେହରେ ଥରେ ଅଭିନୟର ରଙ୍ଗ ଛିଟା ଲାଗିଛି ସେ କୋଉ ଛାଡ଼େ । ସେଥିପାଇଁ ତ ତାଙ୍କ ଦେହରେ ଘୋଡ଼େଇ ହୋଇଯାଇଥିଲା ‘କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ । ତାଙ୍କ କଥା କୁହା ଆଖି, ଚାଲି ଓ ନୃତ୍ୟ ସବୁକିଛି ଦର୍ଶକଙ୍କୁ ନିଜର କରିପାରିଥିଲା । ଯାହା ପାଇଁ ସେ କୋଟି ଓଡ଼ିଆଙ୍କ ହୃଦୟ କିଣିଥିଲେ । ଶେଷରେ ସହି ବେଶରେ ଅହିସୁଲକ୍ଷଣୀ ହୋଇ ଚାଲିଗଲେ ଅଫେରା ରାଇଜକୁ । ମାତ୍ର ଯେଉଁ ଦୀପାଳି ଜାଳି ଦେଇ ଗଲେ, ତା’ର ଆଲୋକ ମନେପକାଇ ଦେଉଛି ଦୀପାଙ୍କୁ । ଆଜିର ଦିନରେ ଏତିକି ପ୍ରାର୍ଥନା ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କ କୁନି ଝିଅକୁ ଆଶୀର୍ବାଦ କରନ୍ତୁ । ଦୀପା ତୁମକୁ ଆମର ଶ୍ରେଷ୍ଠ ପ୍ରଣାମ ।

   Related Posts