Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଖିବୁଜିଲେ ଆଲବମ୍‌ କୁଇନ୍ ଦୀପା ସାହୁ

27/07/2020 at 4:15 PM

ଭୁବନେଶ୍ବର୨୭/୭: ଚିକିତ୍ସାଧୀନ ଅବସ୍ଥାରେ ଓଲିଉଡ୍ ଅଭିନେତ୍ରୀ ଦୀପା ସାହୁଙ୍କ ମୃତ୍ୟୁ ହୋଇଛି। ସେ କର୍କଟ  ରୋଗରେ ଚିକିତ୍ସିତ ହେଉଥିଲେ। ଦୀର୍ଘଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୋମବାର ଦୀପା ଆଖି ବୁଜି ଦେଇଛନ୍ତି। ଆଲବମ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦୀପା ସାହୁ ଫିଲ୍ମ ଏବଂ ଓଡ଼ିଆ ଧାରା ବାହିକରେ ମଧ୍ୟ ଅଭିନୟ କରିଛନ୍ତି।

ତାଙ୍କ ଅଭିନିତ ବହୁ ସୁପରହିଟ୍ ଓଡ଼ିଆ ଆଲବମ୍‌କୁ ଦର୍ଶକ ବର୍ତ୍ତମାନ ବି ମନେ ରଖିଛନ୍ତି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ଆଲବମ୍‌ ଜଗତରେ ଚହଳ ପକାଇଥିବା ଦୀପା ସାହୁ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜି ଦେଇଛନ୍ତି। ହିଟ୍ ଆଲବମରେ ଅଭିନୟ କରିଥିଲେ ଦୀପା । ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣୀ ଭଳି ହିଟ୍ ଆଲବମରେ ଅଭିନୟ କରି ମନ ଜିଣିଥିଲେ ଦୀପା ।

   Related Posts