Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଦେବ ଦୀପାବଳି ଅବସରରେ ଦୀପମୟ ହୋଇଛି ପୁରୀ ବଡ଼ଦାଣ୍ଡ, ଜଳିଲା ହଜାର ହଜାର ଦୀପ

5/12/2021 at 4:50 PM

ପୁରୀ, ୦୫/୧୨: ଦେବ ଦୀପାବଳି ଅବସରରେ ଦୀପମୟ ହୋଇଛି ପୁରୀ ବଡ଼ଦାଣ୍ଡ।‌ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ଜଳିଛି ହଜାର ହଜାର ଦୀପ। ବିଶ୍ବକୁ କୋଭିଡ ବିପଦରୁ ମୁକ୍ତ କରିବା ପାଇଁ ଛତିଶା ନିଯୋଗ ସହ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର୍ ପକ୍ଷରୁ ଦେବ ଦୀପାବଳୀ ପାଇଁ ଦୀପଦାନ କରାଯାଇଛି। ସେହପରି ମାର୍ଗଶିର ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଶ୍ରୀମନ୍ଦିରରେ ତିନିଦିନ ଧରି ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରୀଜିଉ। 

ବିଶ୍ୱବାସୀଙ୍କୁ କରୋନା ମହାମାରୀରୁ ମୁକ୍ତି ପାଇଁ ଛତିଶା ନିଯୋଗ ସଦସ୍ୟ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ଓଡ଼ିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍ ପକ୍ଷରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟର ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ହଜାର ଦେବ ଦୀପାବଳୀ ପାଇଁ ହଜାର ହଜାର ଦୀପ ପ୍ରଜ୍ଜ୍ୱଳନ ହୋଇଛି। କୋଭିଡରେ ମୃତ୍ୟୁ ବରଣ କରିଥିବା ମହାନ୍ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଶ୍ବ କିଭଳି କୋଭିଡ ମୁକ୍ତ ହେବ ସେନେଇ ସେବାୟତ ଓ ଅନୁଷ୍ଠାର କର୍ମକର୍ତ୍ତା ମାନେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। 

ସେପଟେ ଦେବ ଦୀପାବଳି ଅବସରରେ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର, ନାଟମଣ୍ଡପ ଓ ଭୋଗମଣ୍ଡପରେ ମଧ୍ୟ ସ୍ଵତନ୍ତ୍ର ଦୀପ ଦାନ କରାଯାଇଛି। ଦେବ ଦୀପାବଳୀର ପ୍ରଥମ ଦିନ ଅର୍ଥାତ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତୀଥି ଅବସରରେ ଦଧିଚି ଓ କଶ୍ୟମ, ଦ୍ବିତୀୟ ଦିନରେ ଅର୍ଥାତ୍ ଗତକାଲି ଅମାବାସ୍ୟାରେ ଦଶରଥ ଓ କୌଶଲ୍ୟା ଓ ଆଜି ଶେଷ ଦେବ ଦୀପାବଳି ଅବସରରେ ନନ୍ଦ ଓ ଯଶୋଦା ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ପିଣ୍ତଦାନ କରାଯାଇଥାଏ। ଦ୍ବିପହରର ଧୂପପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ରବିବାର ଅବସରରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବା ଯୋଗୁଁ ଭକ୍ତମାନେ ଏହି ବେଶ ଦର୍ଶନରୁ ବଞ୍ଚିତ ଅଛନ୍ତି। ତେବେ ସନ୍ଧ୍ୟା ଧୂପ ପରେ ରତ୍ନସିଂହାସନ ତଳେ ଚାଉଳ ଗଛ ତିଆରି କରାଯାଇ ୨୮ ଟି ଦୀପ ବସାଯାଇଥାଏ। ବଳଭଦ୍ରଙ୍କ ପାଇଁ ୯ଟି, ଶ୍ରୀଜଗନ୍ନାଥଙ୍କ ପାଇଁ ୧୦ ଟି ଓ ଦେବୀ ସୁଭଦ୍ରାଙ୍କ ପାଇଁ ୯ଟି ଦୀପଦାନ କରାଇଥିବା ବେଳେ ପୂଜାପଣ୍ଡା ସେବାୟତମାନେ ଏହି ନୀତି ସମ୍ପାଦନ କରିଥାନ୍ତି ବୋଲି ସିଂହାରୀ ସେବାୟତ କହିଛନ୍ତି। 

   Related Posts