Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଖାସି ହିଲ୍ ପର୍ବତମାଳାରେ ୧୦ କୋଟି ବର୍ଷ ତଳେ ଥିଲେ ଡାଇନୋସୋର, ପ୍ରମାଣ ପାଇଲେ ଓଡିଆ ଭୂତତ୍ତ୍ୱବିତ୍

10/06/2021 at 8:17 AM

ଭୁବନେଶ୍ୱର, ୧୦/୦୬:  ୧୦କୋଟି ବର୍ଷ ତଳେ ମେଘାଳୟର ଖାସି ହିଲ୍ ପର୍ବତମାଳରେ ଥିଲେ ଡାଇନୋସର । ସୌରପୋଡ ଡାଇନୋସର ଏଠାରେ ଥିବାର ପ୍ରମାଣ ମିଳିଛି । ୨୦୦୧ ରେ ଏନେଇ ଭୁତତ୍ବବିତ୍ ମାନେ ପ୍ରମାଣ ପାଇଥିଲେ । ତେବେ ୨୦୧୯ ରେ ମହିଳା ଭୁତତ୍ବବିତଙ୍କ ଏକ ଟିମ୍ ଅନୁସନ୍ଧାନ ଆରମ୍ଭ କରିବା ପରେ ଏହା ସ୍ପଷ୍ଟ ହୋଇଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ପଠାଯାଇଥିବା ଏହି ଟିମରେ ଅଛନ୍ତି ଜଣେ ଓଡିଆ ଝିଅ ।

ମେଘାଳୟରେ ଡାଇନୋସରର ସତ୍ତା ପାଇଲେ ଓଡ଼ିଆ ଭୂତତ୍ତ୍ବବିତ ଓ ତାଙ୍କ ଟିମ୍। ମେଘାଳୟ ଖାସି ହିଲ୍ ରେ ଥିଲେ ଡାଇନୋସର । ୧୦୦ ନିୟୁତ ବର୍ଷତଳେ ଖାସି ହିଲ୍ ପର୍ବତମାଳାରେ ସୌରପୋଡ ଡାଇନୋସର ଥିବା ନେଇ ମିଳିଛି ପ୍ରମାଣ । ୨୦୦୧ ରେ ଏନେଇ ପ୍ରଥମେ କିଛି ଭୁତତ୍ବବିତ୍ ପ୍ରମାଣ ପାଇଥିଲେ । କିନ୍ତୁ ୨୦୧୯ରେ ମହିଳା ଭୁତତ୍ବବିତଙ୍କ ଏହି ଟିମ୍ ଅଧିକ ଅନୁସନ୍ଧାନ ଆରମ୍ଭ କରିଥିଲେ । ଅନୁସନ୍ଧାନବେଳେ ଡାଇନୋସର ହାଡର ଜୀବାସ୍ମ ଠାବ କରିଥିଲେ ମହିଳା ଭୁତତ୍ବବିତ୍ ଟିମ୍ । ଯେହେତୁ ମେଘାଳୟରେ ପ୍ରବଳ ବର୍ଷା ହୁଏ ଏହାର ପ୍ରଭାବରେ ଡାଇନେୋସରର ହାଡ ବହୁମାତ୍ରାରେ ଅବକ୍ଷୟ ହୋଇଯାଇଛି । କିନ୍ତୁ ଡାଇନୋସରର କେତେକ ଗୋଡ ହାଡର ଅଂଶ ଭୁତତ୍ବବିତଙ୍କ ହସ୍ତଗତ ହୋଇଛି । ଯାହାକୁ ପରୀକ୍ଷା ନିରିକ୍ଷା ପରେ ଜଣା ପଡିଛି ଯେ ଖାସି ହିଲ୍ ରେ ସୌରପୋଡ ଡାଇନୋସର ବସବାସ କରୁଥିଲେ । ଏହାପୂର୍ବରୁ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ ଓ ତାମିଲନାଡୁରେ ସୌରପୋଡ ଡାଇନୋସର ଥିବା ନେଇ ପ୍ରମାଣ ମିଳିଥିଲା । ଏବେ ଉତ୍ତର-ପୂର୍ବ ରାଜ୍ୟ ଭିତରୁ ମେଘାଳୟରେ ମଧ୍ୟ ଏହି ବିଶାଳକାୟ ଜୀବ ବିଚରଣ କରୁଥିବା ନେଇ ସ୍ପଷ୍ଟ ହୋଇଛି ।

ଯେଉଁ ଭୁତତ୍ବବିତ୍ ଟିମ୍ ଏହାର ଅନୁସନ୍ଧାନ କରିଥିଲେ ସେମାନେ ସମସ୍ତେ ମହିଳା ଥିଲେ । ଯାହାକି ଦେଶରେ ପ୍ରଥମ । ଯେଉଁଥିରେ ଥିଲେ ଓଡିଆ ଝିଅ ଲିନାଶ୍ରୀ ଦଳବେହେରା । ସୁଉଚ୍ଚ ଖାସିହିଲ୍ ଚଢି ଡାଇନୋସରର ଜିବାସ୍ମ ଖୋଜିବା ବହୁତ ବଡ ଚ୍ୟାଲେଞ୍ଜ ଥିଲା । କିନ୍ତୁ ୩ ଜଣିଆ ମହିଳା ଟିମ୍ ଏହି ମିଶନକୁ ସଫଳ କରିଥିଲେ । ଟିମ୍ ର ନେତୃତ୍ୱ ନେଇଥିଲେ ଦେବାହୁତି ମୁଖାର୍ଜୀ । ଅନ୍ୟତମ ସଦସ୍ୟ ଥିଲେ ବଶିଶା ଇଙ୍ଗରାଇ । ଓଡିଆଝିଅ ଲିନାଶ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା । ସେ ଏବେ ବରିଷ୍ଠ ଭୁତତ୍ବବିତ୍ ଭାବେ ମେଘାଳୟରେ କାମ କରୁଛନ୍ତି । ଏହି ୩ ଜଣିଆ ମହିଳା ଟିମ୍ ଡାଇନୋସରର ୨୫ଟି ଜୀବାସ୍ମ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ।

ପରିବେଶ ସହ ଖାପ ଖୁଆଇ ନପାରି ଅନେକ ଜୀବଜନ୍ତୁ ନିଶ୍ଚିହ୍ନ ହୋଇଯାଇଛନ୍ତି । ଯେଉଂଥିରୁ ବିଶ୍ବର ସବୁଠୁ ବିଶାଳକାୟ ଜୀବ ଡାଇନୋସର ଅନ୍ୟତମ । ଏହିଜୀବର ଅତୀତ ଖୋଜିବାକୁ ବିଶ୍ବର ବୈଜ୍ଞାନିକ ରିସର୍ଚ ଜାରିରଖିଛନ୍ତି ।

   Related Posts