Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଖୋଲିବ ସ୍କୁଲ, ପାଠ ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ
  • ||
  • ଖୋଲିଲା ହଲ୍ ଓ ମଲ୍ଟିପ୍ଲେକ୍ସ, ବିବାହ ଭୋଜିରେ ୧୦୦ ଜଣଙ୍କୁ ଅନୁମତି
  • ||

ଡାଇନୋସରଙ୍କୁ ମଧ୍ୟ ହେଉଥିଲା କ୍ୟାନସର : ଗବେଷଣାରୁ ହେଲା ପ୍ରମାଣିତ

8/08/2020 at 12:31 PM

ଡାଇନୋସୋରକୁ ନେଇ ପ୍ରଥମ ଥର ଏକ ରିସର୍ଚ୍ଚରେ ପ୍ରମାଣିତ ହୋଇଛି ଯେ ସେମାନଙ୍କୁ ମଧ୍ୟ କ୍ୟାନସର ଭଳି ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡ଼ିଥିଲା।  ୭.୬କୋଟି ବର୍ଷ ପୁରୁଣା ଡାଇନୋସରର ଯେଉଁ ହାଡ଼କୁ ଫ୍ରାକ୍ଚର ବୋଲି କୁହାଯାଉଥିଲା,ସେଥିରେ ମେଲିଙ୍ଗନେଣ୍ଟ କ୍ୟାନସର ବିଷୟରେ ଜଣା ପଡ଼ିଥିଲା। ଏହି ହାଡ଼ ୧୯୮୯ମସିହାରେ କାନାଡ଼ାର ଅଲବର୍ଟା ପ୍ରାନ୍ତରେ ଡାଇନୋସରର ଜୀବାଶ୍ମ ଭାବେ ମିଳିଥିଲା।

ଟରଣ୍ଟୋ ସ୍ଥିତ ରୟାଲ୍ ଓଣ୍ଟେରିୟୋ ମ୍ୟୁଜିୟମର ଜୀବାଶ୍ମ ବିଜ୍ଞାନୀଙ୍କ ମୁତାବକ ଡାଇନୋସରର ଏହି ହାଡ଼ ୬ମିଟର ଲମ୍ବା ଯାହା କ୍ରେଟେଶିୟସ୍ କାଳର। ସେହି ସମୟରେ ୪ଟି ଗୋଡ଼ ବିଶିଷ୍ଟ ଶାକାହାରୀ ଡାଇନୋସର ଥିଲେ। ଡାଇନୋସରଙ୍କ ଏହି ଯେଉଁ ହାଡ଼ ମିଳିଛି,ଏହା ତାର ପଛ ଗୋଡ଼ର। ଏହି ହାଡ଼ରେ ସେଓ ଆକାରଠୁ ବି ବଡ଼ କ୍ୟାନସରର ଟ୍ୟୁମର ମିଳିଛି ଯାହା ଆଡଭାନ୍ସ ଷ୍ଟେଜର।

ଏପରି କେତେକ ଟ୍ୟୁମର ନରମ ଟିସୁଯୁକ୍ତ ହୋଇଥାଏ। ଏଥିପାଇଁ ଜୀବାଶ୍ମରୁ କ୍ୟାନସରର ପ୍ରମାଣ ମିଳିଛି। ଏଥିରୁ ଜଣା ପଡ଼ିଛି ଯେ କ୍ୟାନସର ନୂଆ ରୋଗ ନୁହେଁ,ଏହା ସହ ଜଡ଼ିତ ଜଟିଳତା ପଶୁଙ୍କଠାରେ ମଧ୍ୟ ଥାଏ।

ଅଷ୍ଟେରିୟୋସାରକୋମା ହାଡ଼ରେ ହେଉଥିବା ଏକ ପ୍ରକାରର କ୍ୟାନସର ଯାହା ସାଧାରଣତଃ ଛୋଟପିଲା ଏବଂ ଯୁବକଙ୍କୁ ଅଧିକ ହୋଇଥାଏ। ଡାଇନୋସରଙ୍କଠାରେ ଏହାର ଆଶଙ୍କା ଅଧିକ ଥିଲା। ଏହି କ୍ୟାନସରର ଟ୍ୟୁମର ହାଡ଼କୁ କ୍ଷତି ପହଞ୍ଚାଇଥାଏ ଏବଂ ଅନ୍ୟ ଟିସୁ ନିକଟକୁ ପହଞ୍ଚି ଯାଇଥାଏ।

ଜୀବାଶ୍ମ ବିଜ୍ଞାନୀଙ୍କ ମତରେ ହାଡ଼ରେ ଯେଉଁ ଟ୍ୟୁମର ଥିଲା ତାକୁ ସ୍ପଷ୍ଟ କ୍ଷମତା ଥିବା ସିଟି ସ୍କାନରୁ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଏହା ଜଣା ପଡ଼ିଥିଲା ଯେ କ୍ୟାନସରର ଟ୍ୟୁମର ହାଡ଼ରେ ଲାଗି ଯାଇଥିଲା। ଡାଇନୋସରର ମୃତ୍ୟୁ କ୍ୟାନସର ଯୋଗୁଁ ହୋଇନଥିଲେ ମଧ୍ୟ କିନ୍ତୁ ଚାଲିବା ଉପରେ ପ୍ରଭାବ ପଡ଼ିଥିଲା।  

   Related Posts