Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଖେଳିବାକୁ ଚାହୁଁଛନ୍ତି ଦିନେଶ କାର୍ତ୍ତିକ : କହିଲେ, ‘ଟିମ ଇଣ୍ଡିଆକୁ ଫିନିସରର ଆବଶ୍ୟକତା ରହିଛି’

5/06/2021 at 5:20 PM

ନୂଆଦିଲ୍ଲୀ ୦୫/ ୦୬ : ଭାରତୀୟ କ୍ରିକେଟରେ ଅନ୍ୟତମ ଷ୍ଟାର କ୍ରିକେଟର ଦିନେଶ କାର୍ତ୍ତିକ । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ୨୦୦୪ ମସିହାରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଏହି ଓ୍ବିକେଟ କିପର ତଥା ବ୍ୟାଟ୍ସମ୍ୟାନ । କିନ୍ତୁ ଭାରତୀୟ ଟିମରେ ନିଜ ସ୍ଥାନ ପକ୍କା କରିବାରେ ଅସମର୍ଥ ହୋଇଥିଲେ କାର୍ତ୍ତିକ । ନିଜ କ୍ରିକେଟ କ୍ୟାରିୟର ମଧ୍ୟ ଅନେକ ଥର ସୁଯୋଗ ପାଇ ସେ ଦଳ ପାଇଁ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି । କିନ୍ତୁ ଲମ୍ବା ସମୟ ଧରି ଫର୍ମରେ ରହିବାରେ ଅସମର୍ଥ ହୋଇଥିଲେ ଦିନେଶ । ଏଥିପାଇଁ ଟିମ ଇଣ୍ଡିଆରେ ନିଜର ସ୍ଥାନ ହରାଇଥିଲେ ।


ଏବେ କିନ୍ତୁ ୨୦୨୧ ଏବଂ ୨୦୨୨ରେ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଖେଳିବା ପାଇଁ ଆଶାବ୍ୟକ୍ତ କରିଛନ୍ତି ଦିନେଶ କାର୍ତ୍ତିକ । ୩୬ ବର୍ଷୀୟ କାର୍ତ୍ତିକ ଭାରତ ପାଇଁ ଶେଷ ଥର ୨୦୧୯ ବିଶ୍ବକପ ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଯେଉଁଥିରେ ୫ ନଂରେ ବ୍ୟାଟିଂ ଆସି ୨୫ ବଲ ଖେଳି ମାତ୍ର ୬ ରନ କରି ଆଉଟ ହୋଇଥିଲେ । ଏହାପରଠାରୁ ସେ ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି । କିନ୍ତୁ ତାମିଲନାଡୁର ଏହି ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ୨୦୨୧ ଏବଂ ୨୦୨୨ ଟି-୨୦ ବିଶ୍ବକପ ଜରିଆରେ ଟିମ ଇଣ୍ଡିଆକୁ ଫେରିବାକୁ ଚାହୁଁଛନ୍ତି ।


ଏକ ସାକ୍ଷାତକାରରେ କାର୍ତ୍ତିକ କହିଛନ୍ତି, ‘ମୁଁ ବୟସକୁ ଦେଖେନାହିଁ ଫିଟନେସକୁ ଦେଖେ । ଯଦି ଆପଣ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି ତେବେ ଏହାର ଅର୍ଥ ଆପଣ ଦେଶ ପାଇଁ ଖେଳିପାରିବେ।’

କାର୍ତ୍ତିକ କହିଛନ୍ତି, ‘ମୋର ଲକ୍ଷ୍ୟ ହେଉଛି ଟି -୨୦ ବିଶ୍ୱକପରେ ଦେଶ ପାଇଁ ଖେଳିବା। ଚଳିତ ବର୍ଷ ଏବଂ ପର ବର୍ଷ ବ୍ୟାକ୍-ଟୁ-ବ୍ୟାକ୍ ଟି -୨୦ ବିଶ୍ୱକପ୍ ଅଛି ଏବଂ ମୁଁ ଏହାର ଅଂଶ ହେବାକୁ ବେଶ ଆଶାବାଦୀ ରହିଛି ।”


ଆଇପିଏଲ୍ ୨୦୨୦ ଏବଂ ୨୦୨୧ ରେ କାର୍ତ୍ତିକଙ୍କ ପ୍ରଦର୍ଶନ ସେତେଟା ଭଲ ନୁହେଁ କିନ୍ତୁ ଜଣେ ଅଭିଜ୍ଞ ଖେଳାଳି ଭାବେ ଟି -୨୦ ବିଶ୍ୱକପରେ ମଧ୍ୟମ କ୍ରମରେ ଭାରତ ପାଇଁ ଉପଯୋଗୀ ହୋଇପାରନ୍ତି। କାର୍ତ୍ତିକ କହିଛନ୍ତି ଯେ ୨୦୧୯ ବିଶ୍ୱକପ ପର୍ଯ୍ୟନ୍ତ ସେ ଟି-୨୦ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସୁଯୋଗ ମିଳିଲେ ଭଲ ଖେଳିପାରିବେ ବୋଲି ଦେମ୍ଭୋକ୍ତି ପ୍ରକାଶ କରିଛନ୍ତି । ୨୦୧୮ ନିଦହାସ୍ ଟ୍ରଫି ଫାଇନାଲରେ କାର୍ତ୍ତିକ ମାତ୍ର ୮ ଟି ବଲରୁ ଅପରାଜିତ ୨୯ ରନ ସ୍କୋର କରିଥିଲେ ଯାହା ଭାରତକୁ ବିଜେତା କରିଥିଲା । ଏହି ଇନିଂସ ତାଙ୍କ କ୍ୟାରିଅରକୁ ଟ୍ରାକକୁ ଫେରାଇ ଆଣି ଏକ ଫିନିସର୍ ଏବଂ ଟି -୨୦ ସ୍ପେସାଲିଷ୍ଟ ଭାବରେ ସୁନାମ ଦେଇଥିଲା ଅର୍ଜନ କରିଥିଲା ​​।

   Related Posts