Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ମୋଦୀଙ୍କ ଉପରେ ଦିନେଶ କାର୍ତ୍ତିକଙ୍କ ବଡ ବୟାନ, କହିଲେ ପ୍ରଧାନମନ୍ତ୍ରୀଙ୍କ ପାଇଁ…

26/04/2020 at 5:30 PM

ନୂଆଦିଲ୍ଲୀ, ୨୬|୦୪:   କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଖେଳାଳିମାନେ ମଧ୍ୟ ଘରେ ରହିଛନ୍ତି । ଏହା ମଧ୍ୟରେ ଇନଷ୍ଟାଗ୍ରାମ ଚାଟରେ ଭାରତୀୟ ଦଳର ବ୍ୟାଟସମ୍ୟାନ୍ ଦିନେଶ କାର୍ତ୍ତିକ ଏକ ବଡ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ।

କୃଣାଳ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଚାଟରେ ସେ କହିଛନ୍ତି ଯେ, ଲକଡାଉନ ପାଇଁ ସେ ଦାଢି କାଟିପାରି ନାହାଁନ୍ତି । ସେ ୧୦ ଦିନରେ ଥରେ ଟ୍ରିମିଂ କରିଥାନ୍ତି । କିନ୍ତୁ ଲକଡାଉନ୍ ପାଇଁ ଏହା କରିପାରି ନାହାଁନ୍ତି । ଏହା କେତେଦିନ ଚାଲିବ ତାହା କେହି କରିପାରି ନାହାଁନ୍ତି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ଭର କରେ । ଲକଡାଉନ୍ ଖୋଲିବା ପରେ ସେ ପ୍ରଥମେ ସେଭିଂ କରିବେ ବୋଲି କହିଛନ୍ତି ।

ହାର୍ଦ୍ଦିକ କହିଥିଲେ ଯେ, ଆଇପିଏଲ ଆୟୋଜନର ବିକଳ୍ପ ଖୋଲା ରହିବା ଦରକାର । ଦର୍ଶକଙ୍କ ବିନା ଷ୍ଟାଡିୟମରେ ଅଲଗା ଅନୁଭବ ମିଳିବ । ସେ ବିନା ଦର୍ଶକରେ ରଣଜୀ ଟ୍ରଫି ଖେଳିଥିଲେ । ବିନା ଦର୍ଶକରେ ଆଇପିଏଲ ହେଲେ ଲୋକମାନେ ଘରେ ରହି ମନୋରଞ୍ଜନ କରିପାରିବେ ।

କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଥମେ ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ ୧୪ ତାରିଖ ଯାଏଁ ଲକଡାଉନ୍ ଘୋଷଣା କରାଯାଇଥିଲା । ପରେ ଏହାକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି ।

   Related Posts