Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଯମଜ ସନ୍ତାନର ବାପା-ମାଆ ହେଲେ ଏହି ଷ୍ଟାର କ୍ରିକେଟର…

29/10/2021 at 9:24 AM

ନୂଆଦିଲ୍ଲୀ ୨୮।୧୦ :  ଭାରତୀୟ ଦଳର ଜଣାଶୁଣା ଖେଳାଳୀ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଦିନ ଜାଁଳା ସନ୍ତାନର ବାପା ,ମା’ ହୋଇଛନ୍ତି। ତାଙ୍କ ପତ୍ନୀ ଦୀପିକା ପାଲିକଲ୍‌ ଏକାସଙ୍ଗରେ ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କାର୍ତ୍ତିକ ଓ ଦୀପିକା ଦୁହେଁ ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାମିଲ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଅତ୍ୟନ୍ତ ଖୁସି ଥିବା କାର୍ତ୍ତିକ ଲେଖିଛନ୍ତି, ଏବେ ଆମ ପରିବାର ୩ରୁ ୫ ହୋଇଯାଇଛି। ଦୀପିକା ଓ ମୁଁ ଦୁଇ କୁନି ପୁତ୍ର ସନ୍ତାନ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ନାମ ରଖାଯାଇଛି । କାର୍ତ୍ତିକ ଓ ଦୀପିକାଙ୍କ ବ୍ୟତୀତ ଉକ୍ତ ଫଟୋରେ ଗୋଟିଏ ବିଦେଶୀ କୁକୁର ରହିଛି। କାର୍ତ୍ତିକ ଏବେ ତାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା କହିଛନ୍ତି।

ଦୀପିକା ପାଲିକଲ ଜଣେ ଭାରତୀୟ ପେଶାଦାର ସ୍କ୍ବାଶ୍‌ ଖେଳାଳୀ। ସେ ପ୍ରଥମ ଭାରତୀୟ ଭାବେ ପିଏସ୍‌ଏ ମହିଳା ମାନ୍ୟତାର ଶ୍ରେଷ୍ଠ ୧୦ରେ ପ୍ରବେଶ କରିଥିଲେ। ସେହିପରି ୨୦୧୧ରେ ଡବ୍ଲ୍ୟୁଆଇଏସ୍‌ପିଏ (ମହିଳା ଅନ୍ତର୍ଜାତୀୟ ସ୍କ୍ବାଶ୍‌ ପ୍ଲେୟାର ଆସୋସିଏଶନ୍‌)ର ଟାଇଟେଲ ଜିତିଥିଲେ। ନିକଟରେ ଶେଷ ହୋଇଥିବା ଆଇପିଏଲରେ କାର୍ତ୍ତିକ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। କୋଲକାତା ଫାଇନାଲ ଖେଳିଥିଲେ ମଧ୍ୟ ଚେନ୍ନାଇକୁ ହରାଇବାକୁ ସକ୍ଷମ ହୋଇ ନଥିଲା

   Related Posts