ମୁମ୍ବାଇ ନଗରନିଗମ ବିରୋଧରେ କଙ୍ଗନାଙ୍କ ଆବେଦନ କୋର୍ଟରେ ଅଗ୍ରାହ୍ୟ, ସ୍ୱୀକୃତ ଯୋଜନାର କରିଛନ୍ତି ଉଲ୍ଲଂଘନ

Published By : Prameya-News7 Bureau | January 01, 2021 IST

ମୁମ୍ବାଇ ୧।୧: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ଫ୍ଲାଟରେ ଅନଧିକୃତ ନିର୍ମାଣ କାର୍ଯ୍ୟ ଭାଙ୍ଗିବାରେ ମୁମ୍ବାଇ ମହାନଗର ନିଗମକୁ ରୋକିବାକୁ କରିଥିବା ଆବେଦନ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଡିଣ୍ଡୋସୀ ଉପନଗରୀୟ ଦିବାନୀ କୋର୍ଟ ରନୌତ ବିଲ୍ଡିଂରେ ତାଙ୍କର ୩ଟି ଫ୍ଲାଟକୁ ମିସାଇବା ଲାଗି ସ୍ୱୀକୃତ ଯୋଜନାର ଉଲ୍ଲଂଘନ କରିଥିବା କୋର୍ଟ କହିଛନ୍ତି।

{"id":385549,"sizeSlug":"large","linkDestination":"none"}

ବିଚାରପତି ଏଲ.ଏସ୍. ଚୌହାନଙ୍କ ଅଦାଲତ ଶୁକ୍ରବାର ମାମଲାର ଶୁଣାଣି କରିଥିବା ବେଳେ ଆବେଦନ ଅଗ୍ରାହ୍ୟ କରିଛନ୍ତି। କଙ୍ଗନା ରନୌତ ମୁମ୍ବାଇର ଖାର ଅଞ୍ଚଳରେ ଏକ ୧୬ ମହଲା ବିଲ୍ଡିଂର ପଞ୍ଚମ ମହଲାରେ ୩ଟି ଫ୍ଲାଟ କିଣିଛନ୍ତି। ଅଲଗା ଅଲଗା କିଣିଥିବା ୩ଟି ଘରକୁ ସେ ବିଲ୍ଟିଂରେ ଏକ କରିଦେଇଛନ୍ତି। ତେବେ ଏଥିପାଇଁ ମଞ୍ଜୁର ପ୍ଲାନ ଅନୁସାରେ ସେ ଘରଗୁଡିକୁ ମିସାଇ ନାହାନ୍ତି।

{"id":385551,"sizeSlug":"large","linkDestination":"none"}

ନିଜର ସୁବିଧା ଅନୁରୂପ ଘରଗୁଡିକୁ ସେ ଏକାଠି କରିବା ବେଳେ ବିଲ୍ଡିଂର ସୁରକ୍ଷା ଓ ପଡୋଶୀଙ୍କୁ ଭୁଲି ଯାଇଛନ୍ତି। ଏଥିରେ ସେ ନିଜ ଘରମାନଙ୍କ ସହ ବିଲ୍ଡିଂର ଶଙ୍କ, ଡକ୍ଟ ଓ ସର୍ବସାଧାରଣ ମାର୍ଗକୁ ନିଜ ଘରସହ ମିଶାଇଦେଇଛନ୍ତି। ଯାହା ସ୍ୱୀକୃତ ଯୋଜନାର ଗୁରୁତର ଉଲ୍ଲଂଘନ ବୋଲି କହିଛନ୍ତି କୋର୍ଟ। ଏଥିଲାଗି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ମଞ୍ଜୁରି ଜରୁରି ହୋଇଥିବା ବେଳେ ସେ ଏଥିଲାଗି ଏପରି କୌଣସି ମଞ୍ଜୁରି ନେଇ ନାହାନ୍ତି। ଏଣୁ ନିର୍ମାଣ ଭାଙ୍ଗିବାରୁ ନଗରନିଗମ କର୍ତ୍ତୃପକ୍ଷଙ୍କୁ କୋର୍ଟ ରୋକିପାରିବେନି ବୋଲି ସ୍ପଷ୍ଟ ସୂଚିତ କରିଛନ୍ତି। କୋର୍ଟ ଜାନୁୟାରୀ ୭ ତାରିଖରେ ମାମଲାର ଚୂଡାନ୍ତ ରାୟ ଘୋଷଣା କରିବେ।

{"id":385554,"sizeSlug":"large","linkDestination":"none"}

କଙ୍ଗନାଙ୍କ ଅବୈଧ ନିର୍ମାଣ ଲାଗି ବୃହନ୍ମୁମ୍ବାଇ ନଗରନିଗମ ମାର୍ଚ୍ଚ ୨୦୧୮ରେ ନୋଟିସ୍ ଜାରି କରିଥିଲେ। ଏହା ପରେ ବି କଙ୍ଗନା ଏଥିପ୍ରତି ଧ୍ୟାନ ନ ଦେଇ ନିଜ ନିର୍ମାଣର ସୁଧାର କରିନାହାନ୍ତି କି ଏଥିଲାଗି ପ୍ରାଧିକୃତ ଅଧିକାରୀଙ୍କ ଠାରୁ  ନିର୍ମାଣକୁ ସ୍ୱୀକୃତ କରାଇ ନାହାନ୍ତି। ଯେଉଁଥିଲାଗି ବିଏମସି କଙ୍ଗନାଙ୍କ ଫ୍ଲାଟ ଉପରେ ବୁଲ୍ଡୋଜର ଚଲାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.