କରୋନା କବଳରେ ସାରା ବିଶ୍ବ : ସାତ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୟୁରୋପରେ ସ୍ଥିତି ଅଣାୟତ

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୦୩ :  ହୁ ହୁ ହୋଇ ବଢିଚାଲିଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୩୩ ହଜାର ୯୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ  ୨୧ହଜାର ୪୧୨କୁ ବୃଦ୍ଧି ପାଇଛି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୪୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି ।  ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେଠାରେ ଏବେ ସୁଦ୍ଧା ୨ ହଜାର ୪୭୫ ଲୋକଙ୍କ ମୃତ୍ୟୁ ହୋଇଛି।

ସେହିପରି ଇଟାଲୀରେ ୯୭ହଜାର ୫ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦ ହଜାର ୭୮୦ ଜଣଙ୍କର ମୃତ୍ୟୁ ହୋଇଛି । ଚୀନରେ ୮୧ ହଜାର ୪୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ହଜାର ୩୦୦ଜଣଙ୍କ ପ୍ରାଣ ଚାଲିଗଲାଣି । ସେପଟେ ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ହଜାର ଟପିଥିବା ବେଳେ ୬ ହଜାର ୮୦୦ ଜଣଙ୍କ ମୃତ୍ୟୁ ହୋଇଛି । ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଟପିଥିବା ବେଳେ  ୫୪୧ ଲୋକଙ୍କ ମୃତ୍ୟୁ ହୋଇଛି ।  ଫ୍ରାନସରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର  ବୋଇଥିବା ବେଳେ ପାଖାପାଖି ୨ ହଜାର ୬୦୦ ଜଣଙ୍କ ମୃତ୍ୟୁ ହୋଇଛି । ଇରାନରେ ୩୮ ହଜାରରୁ ଅଧିକ ଆକ୍ରାନ୍ତ ସହ ୨ହଜାର ୬୦୦ରୁ ଅଧିକ ମୃତ୍ୟୁ ହୋଇସାରିଲାଣି । ଭାରତରେ ୧ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ୨୭ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦେଶମାନଙ୍କରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଚାଲିଛି ।  ବିଶ୍ବରେ ଏବେ ୧୯୯ ଟି ଦେଶରେ ଆତଙ୍କ ଖେଳାଛି କରୋନା ଭାଇରସ । ତେବେ ଭୁତାଣୁର କବଳରୁ ୧ଲକ୍ଷ ୮୪ ହଜାର ୯ଶହରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.