ଦିଲସାଦ ଖାଁ ହତ୍ୟା ଘଟଣା: ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ୍

Published By : Prameya-News7 Bureau | June 08, 2020 IST

ରାଉରକେଲା୮/୬: ଦିଲସାଦ ଖାଁ ହତ୍ୟା ଘଟଣାରେ ୪ ଜଣଙ୍କୁ ଅଟକ ରଖି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ତଦନ୍ତ ଚଳାଇଛି। ଗତ କାଲି ରାତି ପ୍ରାୟ ୮ଟା ୪୫ ମିନିଟ୍‌ରେ ରେଳବାଇ କଲୋନୀ ବଡ ପାର୍କ ଭିତରେ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ।  ଏହାସହ ଖଣ୍ଡା ସହ ଲୁହା ରଡ଼ରେ ଆକ୍ରମଣ କରି ନାଲା ରୋଡ଼ ଅଞ୍ଚଳରେ ଯୁବକଙ୍କୁ ଫିଙ୍ଗି ଦେଇ ଯାଇଥିଲେ। ପୋଲିସ୍‌ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.