Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

କୋହଲିଙ୍କ ବ୍ୟାଟିଂ ଦେଖି ଚକିତ ହୋଇଥିଲେ ଭେଙ୍ଗସରକାର, ଟିମ୍ ଇଣ୍ଡିଆରେ ଦେଇଥିଲେ ସୁଯୋଗ

8/04/2020 at 11:53 AM

ନୂଆଦିଲ୍ଲୀ, ୦୮|୦୪:  ଦିଲ୍ଲୀପ ଭେଙ୍ଗସରକାର ପ୍ରଥମ ଥର ଜାତୀୟ ଦଳ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରତିଭାକୁ ଚିହ୍ନିପାରିଥିଲେ । ଦିଲ୍ଲୀପ ଚୟନ ସମିତିର ଅଧ୍ୟକ୍ଷ ଭାବେ ୨୦୦୬ରୁ ୨୦୦୮ ଯାଏଁ ଦାୟିତ୍ୱ ନେଇଥିଲେ । ସେ ଆଗାମୀ ଦିନର ଚୟନକର୍ତ୍ତାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ । ସେ ଚୟନକର୍ତ୍ତା ଥିବା ବେଳେ କୋହଲିଙ୍କୁ ସୁଯୋଗ ମିଳିଥିଲା ।

ସୋମବାର ନିଜର ୬୪ତମ ଜନ୍ମଦିନ ପାଳନ ଅବସରରେ ଦିଲ୍ଲୀପ କହିଛନ୍ତି ଯେ, ପ୍ରତିଭାକୁ ଚିହ୍ନିବା ତାଙ୍କର କାମ ଥିଲା । ଯଦି କେହି ପ୍ରତିଭାବାନ ତେବେ ତାକୁ ସୁଯୋଗ ମିଳିବା ଦରକାର । ଅଷ୍ଟ୍ରେଲିଆ ଗସ୍ତରେ କୋହଲିଙ୍କୁ ଚୟନ କରାଯାଇଥିଲା । କୋହଲିଙ୍କ ଖେଳ ତାଙ୍କୁ ପସନ୍ଦ ଆସିଥିଲା । ସେ ଜୁନିଅର ଦଳରେ କୋହଲିଙ୍କ ଖେଳ ଦେଖିଥିଲେ ।

ସେ ଆହୁରି କହିଛନ୍ତି ଯେ, କୋହଲି ଆଗାମୀ ୧୫ ବର୍ଷ ଯାଏଁ କ୍ରିକେଟ ଖେଳିପାରିବେ ବୋଲି ତାଙ୍କୁ ଲାଗିଥିଲା । କୋହଲି ଜଣେ ଅସାଧାରଣ ପ୍ରତିଭା । ଭଲ ବ୍ୟାଟସମ୍ୟାନ ହେବା ପାଇଁ ଯାହା ଦରକାର ତାହା କୋହଲିଙ୍କ ପାଖରେ ରହିଥିଲା । ତେବେ ସେହି ସମୟରେ କୋହଲିଙ୍କ ଚୟନକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା ।

କିନ୍ତୁ ତାଙ୍କ ଉପରେ କେହି ଚାପ ପ୍ରୟୋଗ କରିନଥିଲେ । ସେ କୋହଲିଙ୍କ ଉପରେ ବିଶ୍ୱାସ ରଖିଥିଲେ । ଯାହା ପରେ କୋହଲି ପ୍ରମାଣିତ କରିଥିଲେ । ସେ ଜଣେ ଭଲ ଖେଳାଳି ଓ ତାଙ୍କୁ ସମର୍ଥନର ଆବଶ୍ୟକତା ରହିଥିଲା । ଏବେ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ପରିଚିତ । ସେ ଅନେକ ରେକର୍ଡ ଭାଙ୍ଗିବା ସହ ନିଜ ନାମରେ ଅନେକ ରେକର୍ଡ ହାସଲ କରିଛନ୍ତି ।

   Related Posts