ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ଦିଲ୍ଲୀପ, ଏବେବି ଦ୍ବନ୍ଦ୍ବରେ ଅଛି କହିଲେ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪: ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଗତ ଡିସେମ୍ବର ମାସରେ ବିଜେପି ଛାଡିଥିବା ଦିଲ୍ଲୀପ ରାୟ କହିଛନ୍ତି ଯେ ସେ ଏବେ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି । କେଉଁ ଦଳକୁ ଯିବେ ତାହା ନିଷ୍ପତ୍ତି କରିପାରୁନାହାନ୍ତି । ତେବେ ବିଜେପି ଆଡକୁ ଇଙ୍ଗିତ କରି କହିଛନ୍ତି ଯେ, ବିଶ୍ବାସଘାତକତା କରିଥିବା ଦଳକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ । ଏହି ଦ୍ବନ୍ଦ୍ବ ପାଇଁ ନା ବିଜେପି ଦଳକୁ ଫେରିପାରୁଛନ୍ତି ନା ବିଜେଡିରେ ଯୋଗଦେଇପାରୁଛନ୍ତି ବୋଲି କହିଛନ୍ତି ଦିଲ୍ଲୀପ ।

{"id":100155}

ଗତ ଦୁଇ ସପ୍ତାହ ତଳେ ଅଚାନକ ଦିଲ୍ଲୀପ ରାୟଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏହାପରେ ସେ ବିଜେଡିରେ ଯୋଗଦେଉଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ ଇତିମଧ୍ୟରେ ୧୫ଦିନ ବିତି ଯାଇଥିଲେ ମଧ୍ୟ ଦିଲ୍ଲୀପ କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ଅପରପକ୍ଷରେ ଦିଲ୍ଲୀପଙ୍କ ସହ ଏକାଠି ଦଳ ବିଜେପି ଛାଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ବିଜେପିରେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ପାଟକୁରାରୁ ପ୍ରାର୍ଥୀ ହୋଇସାରିଲେଣି । ତୃତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ । ଆଉ ମାତ୍ର ଗୋଟିଏ ସପ୍ତାହ ପରେ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

{"id":100156}

ଏଭଳି ସ୍ଥିତିରେ ଦିଲ୍ଲୀପ ରାୟଙ୍କ ଭଳି ନେତା କୌଣସି ନିଷ୍ପତ୍ତି ନେଇପାରୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅସଲରେ ଦିଲ୍ଲୀପ କୌଣସି ଦଳରେ ଯୋଗଦେବାକୁ ଚାହୁଁନାହାନ୍ତି ନା ଅନ୍ୟ କୌଣସି ବାଧ୍ୟବାଧକତା ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.