Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବିଦେଶରୁ ଫେରିଲେ ଦିଲ୍ଲୀପ ରାୟ: ରାଉରକେଲାରେ କର୍ମୀଙ୍କ ସହ କଲେ ରୁଦ୍ଧଦ୍ବାର ବୈଠକ, ଗଣମାଧ୍ୟମକୁ କହିଲେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଗୁରୁ

3/01/2019 at 12:21 PM

ରାଉରକେଲା ୦୩|୦୧: ନିକଟରେ ବିଜେପି ଛାଡିଥିବା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ବିଦେଶରୁ ଫେରିଛନ୍ତି । ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେବାପରେ ସେ ବିଦେଶ ଗସ୍ତରେ ଥିଲେ । ବିଜେପି ଛାଡିବାପରେ ସେ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଦିଲ୍ଲୀପଙ୍କ ସହ ବିଜୟ ମହାପାତ୍ର ମଧ୍ୟ ବିଜେପି ଛାଡିଥିଲେ । ଦୁଇ ନେତା ଏକାଠି କୌଣସି ଦଳକୁ ଯିବେ ବା କୌଣସି ନଊ ରାଜନୈତିକ ଦଳ ଗଠନ କରିବେ ବୋଲି କଲ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ତେବେ ଦିଲ୍ଲୀପ ବିଦେଶ ଗସ୍ତରୁ ଫେରିବା ପରେ ସେମାନଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି ବିଜୟ ମହାପାତ୍ର ଗଣ ମାଧ୍ୟକୁ କହିଥିଲେ । ବର୍ତ୍ତମାନ ଦିଲ୍ଲୀପ ବିଦେଶରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏବେ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିବ ।

ଦଳ ତଥା ପଦରୁ ଇସ୍ତଫା ଦେବାର ଗୋଟିଏ ମାସ ପରେ ଗତକାଲି ରାଉରକେଲା ଫେରିଛନ୍ତି ଦିଲ୍ଲୀପ । ଆଜି ସକାଳ ୯ଟାରେ ରାଉରକେଲାର ହୋଟେଲ ମେଫେୟାରରେ କର୍ମୀ ତଥା ତାଙ୍କର ସମର୍ଥକମାନଙ୍କୁ ନେଇ ରୁଦ୍ଧଦ୍ବାର ବୈଠକ କରିଥିଲେ ଦିଲ୍ଲୀପ ରାୟ । ବୈଠକ ଶେଷ ହେବା ପରେ ଦିଲ୍ଲୀପ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଘୋଷଣା କଲାପରେ ମଧ୍ୟ ରାଉରକେଲାରେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ ସହ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରାଗଲାନାହିଁ । ଯାହା ଫଳରେ ବାଧ୍ୟ ହୋଇ ପଦ ତଥା ଦଳ ଛାଡିଥିବା ସେ କହିଛନ୍ତି । ସମର୍ଥକମାନଙ୍କ ସହ ଆଲୋଚନା ଚାଲିଛି ସମସ୍ତଙ୍କ ନିଷ୍ପତ୍ତି ପରେ ନିଆଯିବ ଶେଷ ନିଷ୍ପତ୍ତି । ବିଜୁ ବାବୁ ତାଙ୍କର ରାଜନୈତିକ ଗୁରୁ । ତାଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଯେଉଁ ଦଳକୁ ଗଲେ ମଧ୍ୟ ତାଙ୍କରି ଆଦର୍ଶରେ କାମ କରିବେ । ଅନେକ ଦଳରୁ ଡାକରା ଆସିଛି କିନ୍ତୁ ଠିକ୍ ସମୟରେ ନିଆଯିବ ନିଷ୍ପତ୍ତି ନିଆଯିବ ବୋଲି ଦିଲ୍ଲୀପ କହିଛନ୍ତି । ବିଜେପି ତାଙ୍କୁ ବିଧାୟକ କରିନାହିଁ ବରଂ ବିଧାୟକ କରିଛନ୍ତି ରାଉରକେଲାବାସୀ ବୋଲି କହିଛନ୍ତି ଦିଲ୍ଲୀପ ରାୟ ।

ବିଜୁ ବାବୁଙ୍କୁ ରାଜନୈତିକ ଗୁରୁ ବୋଲି ଦିଲ୍ଲୀପ କହିବା ପରେ ବିଜେଡି ଆଡକୁ ଦିଲ୍ଲୀପ ଢଳୁଥିବା ସ୍ପଷ୍ଟ ବୋଲି ଆଲୋଚନା ହେଉଛି । ବିଜେପି ଛାଡିବାପରେ ଉଭଯ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଥିଲା । କିନ୍ତୁ ଦିଲ୍ଲୀପ ରାୟଙ୍କୁ ନେବା ପାଇଁ ବିଜେଡି ଚାହୁଁଥିବାବେଳେ ବିଜୟଙ୍କୁ ନେବା କ୍ଷେତ୍ରରେ ସମସ୍ୟା ରହିଛି । ତେଣୁ ଏହି ଦୁଇ ନେତା ବିଜେଡିରେ ଯୋଗଦେବା ବିଳମ୍ବିତ ହେଉଛି ବୋଲି ଚର୍ଚ୍ଚା ହେଉଥିଲା । ତେବେ ବିଜୟଙ୍କୁ ଛାଡି ଦିଲ୍ଲୀପ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଦିଲ୍ଲୀପ ବିଦେଶ ଗସ୍ତରେ ଥିବା ବେଳେ ଆଲୋଚନା ହେଉଥିଲା । ସୂଚନାଯୋଗ୍ୟ ଯେ, ଦିଲ୍ଲୀପ ରାୟଙ୍କ ପୁଅ ମଧ୍ୟ ସୋସିଆଲ ମିଡିଆରେ ବିଜେଡିର ଲୋଗ ପୋଷ୍ଟ କରିଥିଲେ । ଫଳରେ ଦିଲ୍ଲୀପ ବିଜେଡି ସହ ଯୋଗଯୋଗରେ ଥିବା ସ୍ପଷ୍ଟ ଜଣାପଡୁଛି ।

   Related Posts