Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦିଲ୍ଲିପ ରାୟ ବିଜେଡିରେ ମିଶିବା ନେଇ ଆଲୋଚନା ହେଉଥିବାବେଳେ ଦାମ ରାଉତଙ୍କ ଝିଅ ପ୍ରିତିନନ୍ଦା ଛାଡିଛନ୍ତି ବିଜେଡି

16/03/2019 at 6:32 PM

ଭୁବନେଶ୍ୱର ୧୬/୩ : ବିଜେଡିରେ ଟିକେଟ ବଣ୍ଟନକୁ ନେଇ କସରତ ଜାରି । ଯେତିକି ଆଶାୟୀ ବାୟୋଡାଟା ନେଇ ନବୀନ ନିବାସରେ ପହଁଚୁଛନ୍ତି ସେତିକି ଷ୍ଟାଣ୍ଡିଙ୍ଗ ଏମଏଲଏ ଓ ଏମ୍ପି ପ୍ରାର୍ଥି ନିଜ ଟିକେଟ ଖବର କଥା ବୁଝିବାକୁ ନବୀନ ନିବାସ ଗେଟ୍ ବାଡଉଛନ୍ତି । ବହୁ ବରିଷ୍ଠ ନେତା ବି ଟିକେଟ ପାଇବେ କି ନାହିଁ ଥଳକୂଳ ପାଉ ନାହାଁନ୍ତି । ଦିଲ୍ଲିପ ରାୟ ବିଜେଡିରେ ମିଶିବା ନେଇ ଆଲୋଚନା ଲାଗିଥିବା ବେଳେ ଦାମ ରାଉତଙ୍କ ଝିଅ ପ୍ରିତିନନ୍ଦା ବିଜେଡି ଛାଡିଛନ୍ତି । ….


ଜମୁଛି ବିଜେଡି ଟିକେଟ ରାଜନୀତି । ଟିକେଟ ଆଶାୟୀଙ୍କ ସଂଖ୍ୟା ଯେତିକି ବଢୁଛି କାହାର ଟିକେଟ କଟିବ କାହାର ରହିବ ତାକୁ ନେଇ ଦଳଭିତରେ ଚାଲିଛି ଜୋରଦାର ଛକାପଞ୍ଝା । ବହୁ ନେତାଙ୍କ ଟିକେଟ କଟିବ ଜାଣି ଯୁବ ବର୍ଗ ଟିକେଟ୍ ପାଇଁ ବେଶ ଆଶାୟୀ ହୋଇ ପଡୁଛନ୍ତି । ଅନ୍ୟପଟେ ତୁଙ୍ଗ ନେତା ଅନ୍ଧାରରେ । ଟିକେଟ ଖବର ବୁଝିବା ପାଇଁ ନବୀନ ନିବାସରେ ରଘୁ ମହାନ୍ତି ଏବଂ ଶଶିଭୂଷଣ ବେହେରାଙ୍କ ଉପସ୍ଥିତି ଏଭଳି ଚିତ୍ରକୁ ସାମ୍ନାକୁ ଆଣିଛି ।

ରଘୁଙ୍କୁ ଟିକେଟ ମିଳିବ କି ନାହିଁ ଏଯାଏଁ ଗ୍ରିନ ସିଗନାଲ ଦେଇନାହାଁନ୍ତି ସୁପ୍ରିମୋ । ସେପଟେ ଶଶିଭୂଷଣ ବେହେରା ଜୟଦେବରୁ ଲଢିବେ ନା ତାଙ୍କ ନିର୍ବାଚନ ମଣ୍ଡଳି ବଦଳାଯିବ ସେନେଇ ବି ତାଙ୍କ ପାଖରେ ସୁରାକ ନାହିଁ । ଯେଉଁମାନେ ଦିନେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ୨ ନମ୍ବରରେ ଥିଲେ ସେମାନଙ୍କ ସ୍ଥିତି ଏଭଳି ଅବସ୍ଥାରେ ।


ସେପଟେ ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ କମୁନି । ଅନ୍ୟଦଳରୁ ଆଣି ବିଜେଡିରେ ମିଶ୍ରଣ ବି ଥମୁନି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ବିଜେଡିରେ ମିଶିଛନ୍ତି । ସେ ଗତ ପଞ୍ଚାୟତ ନିର୍ବାଚନ ବେଳେ ବସନ୍ତ ପଣ୍ଡାଙ୍କ ବିରୋଧରେ କାମ କରି ବିଜେପିକୁ ହରାଇଥିଲେ । ସେହିଭଳି କିଛି ଆଶାୟୀ ନବୀନଙ୍କ ସାମ୍ନାରେ ସେମାନଙ୍କୁ କାହିଁକି ଟିକେଟ ନମିଳିବ ସେନେଇ ଯୁକ୍ତି ବାଢିଥିଲେ । ଆସ୍କାରୁ ଆସିଥିବା ଜଣେ ଆଶାୟୀ ଏକଥା ବି ଦାବି କରିଥିଲେ ସେ ଯେହେତୁ ନବୀନଙ୍କ ଲୋକସଭା ପ୍ରାର୍ଥିତ୍ବ ବେଳେ ନୋମିନି ଥିଲେ ତେଣୁ ସେ ଲୋକସଭା ଟିକେଟ ପାଇଁ ଆଗ୍ରହୀ ।


ଦିଲ୍ଲିପ ରାୟଙ୍କ ଭଳି କିଛି ବଡ ନେତା ବିଜେଡିରେ ମିଶିବେ ବୋଲି ଦିନତମାମ ଚର୍ଚା ଚାଲିଛି । ସେପଟେ ଦାମ ରାଉତଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡିରୁ ଇସ୍ତଫା ଦେଇ ବାପାଙ୍କ ରାସ୍ତା ଆପଣାଇଛନ୍ତି । ଦାମଙ୍କୁ ବାଦ ଦେଇ ପୁଅ ସମ୍ବିତଙ୍କୁ ବିଧାନସଭା ଟିକେଟ ଏବଂ ଝିଅ ପ୍ରିତିନନ୍ଦାଙ୍କୁ ଭୁବନେଶ୍ବର ମେୟର ପ୍ରାର୍ଥୀ କରିବାକୁ ଦଳ ଚିନ୍ତା କରୁଛି ବୋଲି ଜୋରଦାର ଚର୍ଚା ଚାଲିଥିଲା ।


ବିଜେଡିର ଟିକେଟ ମାନସ ମନ୍ଥନ ଭିତରେ ଗୋଟିଏକଥା ସାମ୍ନାକୁ ଆସୁଛି ଯେ ଦଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪ ଲୋକସଭା ଓ ୨୮ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଚୁଡାନ୍ତ କରିସାରିଛି । କାଲି ନହେଲେ ପଅର ଦିନ ନବୀନ ପ୍ରାର୍ଥିଙ୍କ ନାଁ ଘୋଷଣା କରିପାରନ୍ତି ।…

   Related Posts