ନବୀନ ନିବାସରେ ଦିଲ୍ଲୀପ ରାୟ , କାଲି ବିଜେଡ଼ିରେ ମିଶିବାକୁ ସମ୍ଭାବ୍ୟ ଅଙ୍କକଷା

Published By : Prameya-News7 Bureau | March 16, 2019 IST

ଭୁବନେଶ୍ଵର ୧୬/୩- ରାଜନୈତିକ ଘୋଡ଼ାଦୌଡ଼ରେ ରାଜନୈତିକ ନେତା । ଆଗାମୀ ନିର୍ବାଚନ ପାଇଁ ଚାଲିଥିବା ଦଳବଦଳରେ କିଏ କେଉଁ ଦଳକୁ ଯିବ ସେ ପାଇଁ କଳ୍ପନାଜଳ୍ପନା ଓ ଅଙ୍କକଷା । ରାଜଧାନୀରେ ସବୁ ଜିଲ୍ଲାର ପ୍ରତିନିଧି ମାନେ ବିଭିନ୍ନ ପ୍ରଦେଶ କାର୍ଯ୍ୟାଳୟରେ ଭିଡ଼ ଜମାଇବାରେ ଦେଖାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି  ନବୀନ ନିବାସରେ ପହଂଚିଛନ୍ତି ଦିଲ୍ଲୀପ ରାୟ ।

ପୂର୍ବରୁ ଦିଲ୍ଲୀପ ରାୟ ବିଜେଡ଼ିରେ ମିଶିବାକୁ ନେଇ ଚାଲିଥିଲା ଚର୍ଚ୍ଚା । ଯାହା ଶୁଣିବାକୁ ମିଳୁଥିଲା ଆସନ୍ତାକାଲି ଦିଲ୍ଲୀପ ରାୟ ବିଜେଡ଼ିରେ ମିଶିପାରନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ କେହି କେହି ସମ୍ଭାବ୍ୟ ମିଶ୍ରଣକୁ ସତବୋଲି ଭାବିଲେଣି । ବରଗଡ଼ ଲୋକସଭା ଆସନରୁ ଦିଲ୍ଲୀପ ପାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.