Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଜେପି ଛାଡ଼ିବେ ଦିଲ୍ଲୀପ ରାୟ ! ରାଉରକେଲାକୁ କେନ୍ଦ୍ର ସରକାର ଅଣଦେଖା କରିଥିବା ଅଭିଯୋଗ କଲେ ଦିଲ୍ଲୀପ

26/11/2018 at 3:51 PM

ଭୁବନେଶ୍ୱର ୨୬/୧୧ : ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡିବା ନେଇ ହେଉଥିବା ଚର୍ଚ୍ଚାରେ ଶୀଘ୍ର ପୂର୍ଣ୍ଣଛେଦ ପଡିପାରେ ବୋଲି ଆଶା କରାଯାଉଛି | ଏନେଇ ନିଜେ ବିଜୟ ମହାପାତ୍ର ଇସାରା ଦେଇଛନ୍ତି | ସେ ମୁହଁ ଖୋଲି କହିଛନ୍ତି ଯେ, ସେ ଏବଂ ଦିଲୀପ ରାୟ ବସିବେ ଏବଂ ଆଲୋଚନା କରି ନିଷ୍ପତ୍ତି ନେବେ | ବିଜୟଙ୍କ ଏଭଳି ବୟାନ ପରେ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ଦିଲ୍ଲୀପ ରାୟ ବିଧାୟକ ପଦ ଛାଡିବା ପ୍ରସଙ୍ଗରେ ବିଜୟ ମହାପାତ୍ର କହିଛନ୍ତି ଯେ, ସେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ସମସ୍ତେ ଜାଣିଛନ୍ତି | କେନ୍ଦ୍ର ସରକାର, ଦଳ, ଓଡ଼ିଶାବାସୀ ଏବଂ ଗଣମାଧ୍ୟମ ସବୁ କଥା ଜାଣିଛନ୍ତି | କାହାକୁ କେଉଁ କଥା ଅଛପା ନାହିଁ | ବହୁ ପୂର୍ବରୁ ଦଳ ଓ ସରକାର ଏହି ସମସ୍ୟାକୁ ଅନୁଭବ କରିବାର ଥିଲା ବୋଲି କହିଛନ୍ତି ଦିଲୀପ | ରାଜନୈତିକ ନେତା ହିସାବରେ ଏଭଳି ନିଷ୍ପତ୍ତି ନେବାକୁ ତାଙ୍କର ସ୍ୱାଧୀନତା ଅଛି ବୋଲି କହିଛନ୍ତି ବିଜୟ |
ଦିଲୀପ ରାୟ ବିଧାୟକ ପଦ ଛାଡିବା ନେଇ ବିଜୟ କହିଛନ୍ତି ଯେ, ବିଧାୟକ ଭାବେ ସେ ଅପମାନିତ ହେବା ଓ ନିନ୍ଦିତ ହେବା ଯୋଗୁଁ ସେ ବାଧ୍ୟ ହୋଇ ବିଜେପି ବିଧାୟକ ପଦ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି |

ରାଉରକେଲାବାସୀଙ୍କୁ କେନ୍ଦ୍ର ସରକାର ଅଣଦେଖା କରିଥିବା ଦିଲ୍ଲୀପଙ୍କ ପାଇଁ ଅପମାନ ଜନିତ ବୋଲି କହିଛନ୍ତି ବିଜୟ | ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ଏବଂ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ସରକାରଙ୍କୁ କହିଥିଲେ ସୁଦ୍ଧା ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତ ସମୟରେ ଘୋଷଣା କରିଥିଲେ ଯେ, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ହେବ ଏବଂ ଆଇଜିଏଚ ହସ୍ପିଟାଲ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ ହେବ | କିନ୍ତୁ ଶାସନ କାଳର ୪ ବର୍ଷ ପରେ ମଧ୍ୟ ମୋଦି ତାଙ୍କ କଥା ରଖିନଥିଲେ | ଏହି ପ୍ରକଳ୍ପ ପାଇଁ ସେ କେନ୍ଦ୍ର ସରକାରଙ୍କୁ କହିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି |

ତେବେ ଶେଷ ଥର ପାଇଁ ସେ ପୁଣି କେନ୍ଦ୍ର ସରକାରଙ୍କୁ ଏହି ଦୁଇଟି ପ୍ରକଳ୍ପ ପାଇଁ ନିବେଦନ କରିବେ | ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ଆସନ୍ତା ୪/୫ ଦିନ ଭିତରେ ସେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି |

   Related Posts