ବିଜେପୁର ଉପ ନିର୍ବାଚନ ପାଇଁ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷିତ- ଦିଲ୍ଲୀପ ପଣ୍ଡାଙ୍କ ନାମରେ ମୋହର ମାରିଲା ଏଆଇସିସି

Published By : Prameya-News7 Bureau | September 25, 2019 IST

ଭୁବନେଶ୍ୱର - ଦିଲ୍ଲୀପ ପଣ୍ଡା ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେବେ । ଏଆଇସିସି ତାଙ୍କ ନାମରେ ମୋହର ମାରିଛି ।
ମଙ୍ଗଳବାର ବୈଠକର ନିଷ୍ପତ୍ତି ଅନୁସାରେ ଏଆଇସିସିକୁ ପିସିସି ପକ୍ଷରୁ ୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଥିଲା। ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ରବିନ୍ଦ୍ର ପଣ୍ଡା, ସୁଦେଶ୍ନା ସୁଆର ଏବଂ ସୁରେନ୍ଦ୍ର ପାତ୍ରଙ୍କ ନାମ ପଠାଯାଇଥିଲା । ଏଆଇସିସି ମୋହର ଲାଗିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

{"id":162726}

ଦିଲ୍ଲୀପ ପଣ୍ଡା ବରଗଡ ଜିଲ୍ଲା କଂଗ୍ରେସର ଉପସଭାପତି ଅଛନ୍ତି । ଏଆଇସିସି ତାଙ୍କ ନାମରେ ମୋହର ମାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.