ଦିଲୀପ କୁମାରଙ୍କ ଦୁଇ ଭାଇ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | August 16, 2020 IST

ମୁମ୍ବାଇ ୧୬/୦୮ : ବଲିଉଡର ବରିଷ୍ଠ ତଥା ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କ ଦୁଇ ଭାଇ ଅହସାନ ଖାନ ଓ ଅସଲମ ଖାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କୁ ମୁମ୍ବାଇ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଅହସାନ ଖାନଙ୍କ ବୟସ ୯୦ ବର୍ଷ ହୋଇଥିବାବେଳେ ଅସଲମ ଖାନ ତାଙ୍କ ଠାରୁ ସାନ | ମିଡ଼ିଆ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ଶିକାର ହେବାପରେ ଶନିବାର ରାତିରେ ଅହସାନ ଓ ଅସଲମ ଖାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ସମୟରେ ଦୁଇ ଭାଇଙ୍କ ଅକ୍ସିଜେନ ଲେଭଲ ବହୁତ କମ ଥିଲା |  

ଦୁଇ ଭାଇଙ୍କ ଚିକିତ୍ସା କରୁଥିବା ପ୍ରସିଦ୍ଧ ଡାକ୍ତର ଜଲିଲ ପାରକର କହିଛନ୍ତି ଯେ ଅସଲମ ଖାନ ଓ ଅହସାନ ଖାନ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି | ଦୁଇ ଭାଇଙ୍କ ଅକ୍ସିଜେନ ଲେଭଲ ବହୁତ କମ ଥିଲା | ଦୁଇ ଭାଇଙ୍କୁ କାଶ ଓ ଜ୍ୱର ମଧ୍ୟ ହେଉଥିଲା |

ତେବେ ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ପତ୍ନୀ ସଏରା ବାନୋ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.