Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପାକିସ୍ତାନରେ ନମାଜ ପଢି ଦିଲୀପ କୁମାରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

8/07/2021 at 2:12 PM

ମୁମ୍ବାଇ ୦୮/୦୭ : ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାର ଜୁଲାଇ ୭ ବୁଧବାର ଦିନ ସବୁଦିନ ପାଇଁ ଦୁନିଆକୁ ବିଦାୟ ଦେଇଛନ୍ତି। ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବଲିଉଡ ଇଣ୍ଡଷ୍ଟ୍ରିର ତାରକା ତଥା ଦିଲୀପ କୁମାରଙ୍କ ପ୍ରଶଂସକମାନେ ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଦିଲୀପ କୁମାରଙ୍କ ପୈତୃକ ଘର ବାହାରେ ନମାଜ ମଧ୍ୟ ପଢ଼ାଯାଇଛି। ଦିଲୀପ କୁମାରଙ୍କ ପୈତୃକ ଘର ପାକିସ୍ତାନର ପେଶୱାରରେ ଅଛି। ଦିଲୀପ କୁମାର ଏହି ଘରେ ୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ଜନ୍ମ ହୋଇଥିଲେ ଏବଂ ତାଙ୍କର ପିଲାଦିନ ଅତିବାହିତ କରିଥିଲେ। ପେଶୱାରରେ ତାଙ୍କର ପ୍ରଶଂସକ ଏବଂ ସମ୍ପର୍କୀୟମାନେ ଦିଲୀପ କୁମାରଙ୍କ ପାଇଁ ଗାଇବାନା ନମାଜ-ଏ-ଜାନାଜା (ଅନ୍ତିମ ସଂସ୍କାର) ପଢିଥିଲେ। ଏଥିସହ ମହମବତୀ ଜଳାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଭାରତ ସହିତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଦିଲୀପ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଇମ୍ରାନ ଟ୍ୱିଟ କରି ଲେଖିଛନ୍ତି, ଦିଲୀପ କୁମାରଙ୍କ ଦେହାନ୍ତ ଖବର ଶୁଣି ସେ ବହୁତ ଦୁଃଖିତ। ମୁଁ ତାଙ୍କର ଉଦାରତାକୁ ଭୁଲି ପାରିବି ନାହିଁ। ସେ ମୋ ପିଢ଼ିର ସର୍ବଶ୍ରେଷ୍ଠ ଏବଂ ବହୁମୁଖୀ ଅଭିନେତା ଥିଲେ।

୧୯୯୮ ରେ ପାକିସ୍ତାନ ସରକାର ଦିଲୀପ କୁମାରଙ୍କୁ ନିଶାନ-ଇ-ଇମତିଆଜ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହା ପାକିସ୍ତାନର ସର୍ବୋଚ୍ଚ ନାଗରିକ ପୁରସ୍କାର। ଏହା ବ୍ୟତୀତ ପାକିସ୍ତାନର ଦିଲୀପ କୁମାରଙ୍କ ପୈତୃକ ଘରକୁ ଜାତୀୟ ଐତିହ୍ୟ ମାନ୍ୟତା ଦିଆଯାଇଛି। ସରକାର ଏହି ଘରକୁ ସଂଗ୍ରହାଳୟରେ ପରିଣତ କରୁଛନ୍ତି।

   Related Posts