ଦିଲୀପ କୁମାରଙ୍କ ସାନ ଭାଇ ଅସଲମ ଖାନଙ୍କ ନିଧନ : କରୋନାରେ ଥିଲେ ଆକ୍ରାନ୍ତ

Published By : Prameya-News7 Bureau | August 21, 2020 IST

ମୁମ୍ବାଇ ୨୧/୦୮ : ଅଭିନେତା ଦିଲୀପ କୁମାରଙ୍କ ପରିବାରରୁ ବଡ ଖବର ଆସିଛି । ଦିଲୀପ କୁମାରଙ୍କ ସାନଭାଇ ଅସଲମ ଖାନଙ୍କ ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ। ଦିଲୀପ କୁମାର ସାନ ଭାଇ ଅସଲମ ଖାନ ୮୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ମଧ୍ୟ ଥିଲା।

କିମ୍ବଦନ୍ତୀ ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ଭାଇ ଏହସାନ ଖାନ (୯୦) ଏବଂ ଅସଲମ ଖାନ (୮୮) କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଅଗଷ୍ଟ ୧୭ ତାରିଖରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଉଭୟଙ୍କୁ ମୁମ୍ବାଇର ଲିଲାବାତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.