ପାଂଚ ମିନିଟରେ ଖେଳ ଖତମ, ଆସନ୍ତାକାଲି ଦିଲ୍ଲୀପ ବିଜେଡ଼ିରେ ମିଶିବେ କି ନାହିଁ କରିବେ ଘୋଷଣା

Published By : Prameya-News7 Bureau | March 16, 2019 IST

ଭୁବନେଶ୍ଵର ୧୬/୩- ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀପ ଆସନ୍ତାକାଲି ବିଜେଡ଼ିରେ ମିଶିବେ ବୋଲି ରାସ୍ତା ପରିଷ୍କାର ହୋଇଯାଇଛି । ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ କୌଣସି ନିଷ୍ପତ୍ତି ଜଣାଇ ନାହାଁନ୍ତି ।

ଆଜିସଂଧ୍ୟାରେ ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ନବୀନ ନିବାସ । ମାତ୍ର ପାଂଚ ମିନିଟ କଥାବାର୍ତ୍ତାରେ ସରିଥିଲା ଡ଼ିଲ । ଆସନ୍ତାକାଲି ବିଜେଡ଼ିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ ନିଜର ନିଷ୍ପତ୍ତି ଜଣାଇନାହାଁନ୍ତି । ଆସନ୍ତାକାଲି ଜଣାଇବେ ବୋଲି କହିଛନ୍ତି । ଅନ୍ୟପଟରେ ଦିଲ୍ଲୀପ ଯଦି ବିଜେଡ଼ିରେ ମିଶନ୍ତି ବରଗଡ଼ ଲୋକସଭା ଆସନରୁ ଦିଲ୍ଲୀପ ଲଢ଼ିପାରନ୍ତି ବୋଲି ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.