ଜେଲକୁ ଗଲେ କାର ଡିଜାଇନର ଦିଲ୍ଲୀପ ଛାବରିଆ ! ଭ୍ୟାନିଟି ଭ୍ୟାନ୍ ଲାଗି ଠକିଥିଲେ କପିଲ ଶର୍ମାଙ୍କୁ

Published By : Prameya-News7 Bureau | January 30, 2021 IST

ମୁମ୍ବାଇ ୩୦।୧: ଠକେଇ ମାମଲାରେ ଦେଶର ଜଣାଶୁଣା କାର ଡିଜାଇନର ଦିଲ୍ଲୀପ ଛାବରିଆଙ୍କ ଜାମିନ ନିବେଦନ ଶନିବାର କୋର୍ଟ ଅଗ୍ରାହ୍ୟ କରିଛନ୍ତି। ଫଳରେ ଛାବରିଆ ଜେଲକୁ ଯାଇଛନ୍ତି। ଜଣାଶୁଣା ହାସ୍ୟାଭିନେତା କପିଲ ଶର୍ମାଙ୍କ ଅଭିଯୋଗ ଆଧାରରେ ଛାବରିଆ ଗିରଫ ହୋଇଥିବା ବେଳେ ସେ ମୁମ୍ବାଇ ମେଟ୍ରୋପାଲିଟନ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଜାମିନ ନିବେଦନ କରିଥିଲେ।

{"id":401268,"sizeSlug":"large","linkDestination":"none"}

ଛାବରିଆଙ୍କୁ କପିଲ ଶର୍ମା ଏକ ଭ୍ୟାନିଟି ଭ୍ୟାନ ଲାଗି ୫.୭ କୋଟି ଟଙ୍କା ଦେଇଥିଲେ। ତେବେ ଛାବରିଆ ତାଙ୍କୁ ନା ଭ୍ୟାନ୍ ଦେଉଥିଲେ ନା ତାଙ୍କ ଟଙ୍କା ଫେରାଉଥିଲେ। ଏ ନେଇ କପିଲ ଶର୍ମା ପୋଲିସରେ ଅଭିଯୋଗ କରିବା ପରେ ତଦନ୍ତରୁ ତାଙ୍କ ସଂସ୍ଥା ଦିଲ୍ଲୀପ ଛାବରିଆ ଡିଜାଇନସ୍ (ଡିସି) ବିଭିନ୍ନ ଗ୍ରାହକ ସ୍ପୋର୍ଟସ୍‌ କାର ଲାଗି ଆଗ୍ରହୀ ଥିବା ଦର୍ଶାଇ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି)ଙ୍କ ଠାରୁ କୋଟି କୋଟି ଟଙ୍କା ଋଣ ନେଇଥିବା ଜଣାପଡିଥିଲା।

{"id":401269,"width":577,"height":432,"sizeSlug":"large","linkDestination":"none"}

କମ୍ପାନୀ ଭାରତରେ ୧୨୦ଟି କାର ବିକ୍ରି କରିଛି। ଏଥିରୁ ଅନୁନ୍ୟ ୯୦ଟି କାର ଉପରେ ପ୍ରତି କାର ୪୨ ଲକ୍ଷଟଙ୍କା ଋଣ କରିଥିବା ଜଣାପଡିଛି।  ଏଥିରେ କେତେକ ମାମଲାରେ ଡିସି କାର ଉପରେ ପୂର୍ବରୁ ଓ ଗ୍ରାହକଙ୍କୁ ବିକ୍ରି ପରେ ବି ଋଣ କରିଥିବାର ଜଣାପଡିଛି।  ଏଣୁ ମାମଲାରେ ଛାବରିଆଙ୍କ ଜାମିନ ଆବେଦନ ଅଗ୍ରାହ୍ୟ ହୋଇ ଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.