ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିବା ନେଇ ଧମକ

Published By : Prameya-News7 Bureau | January 21, 2019 IST

ଦିଲ୍ଲୀ ୨୧/୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷା ଅଧିକାରୀଙ୍କୁ ଧମକପୂର୍ଣ ଫୋନ ଆସିଛି | ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ନେଇ ସୁରକ୍ଷା ଅଧିକାରୀଙ୍କୁ ଫୋନ ଆସିଛି | କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବା ପିଏସଓ ଏନେଇ ଥାନାରେ ଏତଲା ଦେଇଛନ୍ତି | ଯେଉଁ ବ୍ୟକ୍ତି ଫୋନ କରି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ନେଇ ଧମକ ଦେଇଥିଲେ ସେ ବିକାଶପୁରୀ ଅଂଚଳର ବୋଲି ନିଜେ କହିଥିଲେ | କେଜ୍ରିୱାଲଙ୍କ ପିଏସଓ କହିଛନ୍ତି ଯେ, ଫୋନରେ କଲର ଆଇଡି ନଥିବା ଯୋଗୁଁ ଫୋନ କରିଥିବା ବ୍ୟକ୍ତି ସମ୍ପର୍କରେ ଅଧିକ ସୂଚନା ମିଳିପାରିନଥିଲା | ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି | ବର୍ତ୍ତମାନ ଏହି ମାମଲାରେ ଅଧିକ ସୂଚନା ହସ୍ତଗତ ହୋଇନାହିଁ |


ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ କେଜ୍ରିୱାଲଙ୍କ ଝିଅ ହର୍ଷିତାଙ୍କୁ ଅପହରଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ମେଲ ଆସିଥିଲା | ଏନେଇ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଥିଲା | ସାଇବର ସେଲ ସହାୟତାରେ ଦିଲ୍ଲୀ ପୋଲିସ ଇ-ମେଲ ପଠେଇଥିବା ଯୁବକକୁ ଗିରଫ କରିଥିଲା | ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଆକ୍ରମଣ ହେଉଥିବା ଏବଂ ଧମକପୂର୍ଣ ଇ-ମେଲ ତଥା ଫୋନ ଆସୁଥିବା ନେଇ କେଜ୍ରିୱାଲ ଚିନ୍ତିତ ହୋଇପଡିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.