Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଲକ୍ଷେ ୨୫ ହଜାର ଟଙ୍କା ଜୋତା ପିନ୍ଧନ୍ତି ଦିଲଜିତ ଦୋସାଞ୍ଜ, ଆଲମାରିରେ ଅଛି ବ୍ରାଣ୍ଡେଡ୍ ପୋଷାକ

20/09/2020 at 4:23 PM

ମୁମ୍ବାଇ ୨୦/୦୯: ସାଧାରଣତଃ ବଲିଉଡ୍ ସେଲିବ୍ରିଟିମାନେ ଦାମୀ ଡ୍ରେସ ତଥା ଜୋତା ପିନ୍ଧିବା କିଛି ନୂଆ କଥା ନୁହେଁ। ଏହି କ୍ରମରେ ଗାୟକ ତଥା ଅଭିନେତା ଦିଲଜିତ ସାମିଲ ହୋଇଛନ୍ତି। କିଛି ବର୍ଷ ହେବ ଯଦିଓ ସେ ବଲିଉଡରେ ପାଦ ଥାପିଛନ୍ତି ମାତ୍ର ପଞ୍ଜାବି ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଖୁବ୍ ଲୋକପ୍ରିୟ। ତାଙ୍କ ଗୀତରେ ଦର୍ଶକ ବସିବା ସ୍ଥାନରୁ ଉଠି ନାଚିବାକୁ ବାଧ୍ୟ ହୁଅନ୍ତି। ତେବେ ଦିଲଜିତଙ୍କ ଲାଇଫଷ୍ଟାଇଲ୍ ବହୁତ ଲଗଜରିୟସ୍। ଡ୍ରେସ ଠାରୁ ଆରମ୍ଭ କରି ଜୋତା ସବୁ କିଛି ଦାମୀ ଓ ବ୍ରାଣ୍ଡେଡ୍।

ଜୋତାରେ ତାଙ୍କର ବିଭିନ୍ନ କଲେକସନ ଦେଖିବାକୁ ମିଳିବ। ସେଥିରେ ଏଭଳି ବି ଜୋତା ସାମିଲ ଅଛି ଯାହାର ମୂଲ୍ୟ ଲକ୍ଷେ ୨୫ ହଜାର ଟଙ୍କା। କିଛି ଦିନ ତଳେ ତାଙ୍କର ଏକ ମ୍ୟୁଜିକ ଭିଡିଓ ସାଇନ୍ କରିବା ସମୟରେ ଦିଲଜିତ ଶାନଦାର ଜୋତା ଓ ଡ୍ରେସରେ ନଜର ଆସିଥିଲେ। ତାଙ୍କ ଡ୍ରେସ୍ ଯେତିକି ଦୃଷ୍ଟି ଆକର୍ଷଣ କରି ନାହିଁ ତାଙ୍କ ଜୋତା ସମସ୍ତଙ୍କୁ ବେଶ ପସନ୍ଦ ଆସିଛି। ହାଇ ଟପ୍ କ୍ରାଫଟେଡ୍ ବ୍ଲାକ୍ ଆଣ୍ଡ୍ ଗ୍ରେ ଲେଦର ସହିତ ଲୁଇ ବୁଇଟନର ଟ୍ରେନର ସ୍ନିକର ବୁଟ୍ସ ପିନ୍ଧିଥିଲେ।

ତେବେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଏହାର ମୂଲ୍ୟ କେତେ? ଟେକ୍ ଆଡଭାନ୍ସ ଟେକ ସିଷ୍ଟମରେ ଓ୍ବନେ ଲୁଇ ବୁଇଟନ ଜୋତାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଲକ୍ଷେ ୨୫ ହଜାର ଟଙ୍କା।

   Related Posts