ଥଣ୍ଡାରେ ଖୋଲା ଆକାଶ ତଳେ ବୃଦ୍ଧଙ୍କ ଗାଧୋଉଥିବା ଫଟୋ ସେୟାର କଲେ ଦଲଜୀତ୍: ଲୋକେ କହିଲେ, ‘ଲୋକଙ୍କ ମନରେ ବିଷ ଭରନି’
17/12/2020 at 4:12 PM

ମୁମ୍ବାଇ ୧୭/୧୨ : ପଞ୍ଜାବୀ ସିଙ୍ଗର ଦଲଜୀତ୍ ଦୋସାଞ୍ଝ ଗତ କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ଅଛନ୍ତି। ସେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ଲଗାତାର ଚାଷୀଙ୍କ ସମର୍ଥନରେ ଟ୍ୱିଟ କରୁଛନ୍ତି। ପଞ୍ଜାବୀ ଷ୍ଟାର ଦଲଜୀତ ଦୋସାଞ୍ଝ ଆଉ ଏକ ଟ୍ୱିଟ୍ କରି ପ୍ରଦର୍ଶନକାରୀଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ଟ୍ୱିଟ ଖୁବ ଭାଇରାଲ ହେଉଛି। ସିଙ୍ଗରଙ୍କ ଏହି ଟ୍ୱିଟକୁ ନେଇ କିଛି ଲୋକେ ତାଙ୍କୁ କଟାକ୍ଷ କରି କହିଛନ୍ତି ଏହିଭଳି ପୋଷ୍ଟ କରି ଲୋକଙ୍କ ମନରେ ବିଷ ଭରନି।
ଦଲଜୀତ୍ ଦୋସାଞ୍ଝ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ବୃଦ୍ଧ ଶିଖ ବ୍ୟକ୍ତି ଥଣ୍ଡାରେ ଖୋଲା ଆକାଶ ତଳେ ବସି ଗାଧୋଉଛନ୍ତି। ଫଟୋ ସେ ଟ୍ୱିଟ କରିଛନ୍ତି ଯେ, ‘ତୁମ କଥା ତୁମେ ହିଁ ବୁଝିବ…ଏଇ ଭଗବାନ ଭଳି ଲୋକ ତୁମକୁ ଆତଙ୍କବାଦୀ ଦେଖାଯାଉଛନ୍ତି, ମାନବିକତା ବୋଲି ବି ଜିନିଷଟେ ଅଛି।’
ଦଲଜୀତଙ୍କ ଏହି ଟ୍ୱିଟରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି। କିଛି ସମର୍ଥକ ଏହାକୁ ପସନ୍ଦ କରିଥିବାବେଳେ ଆଉ କିଛି ବିରୋଧ କରିଛନ୍ତି। କିଛି ଲୋକ ଲେଖିଛନ୍ତି, ବିଷ ମିଶାଅନି, ଆପଣ ଜଣେ ଦକ୍ଷ କଳାକାର। ଜଣେ ବ୍ୟକ୍ତିଙ୍କ ପ୍ରତି କ୍ରୋଧ ଅଛି ଯଦି ତାକୁ ପୁରା ଦେଶ ଓ ସମାଜ ଉପରେ ଲାଗୁ କରନି। ଇଜ୍ଜତ କମାଇବାକୁ ସମୟ ଲାଗେ। ସେହି ସମୟକୁ ହରାଅନି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଦଲଜୀତ୍ ପାଜୀ ଆମେ ପଞ୍ଜାବକୁ ଭଲପାଉ, ପଞ୍ଜାବବାସୀଙ୍କୁ ଭଲପାଉ, ଚାଷୀଙ୍କୁ ଭଲପାଉ କିନ୍ତୁ ଖାଲୀସ୍ତାନିଙ୍କୁ ନୁହେଁ।’