ଦିଲୀପ ପାଟିଲ ହେବେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ! ବଟି ଆଦାୟ ମାମଲାରେ ଇସ୍ତଫା ଦେଇଛନ୍ତି ଅନିଲ ଦେଶମୁଖ

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୦୫/୦୪ : ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନିଲ ଦେଶମୁଖ ଇସ୍ତଫା ଦେବାପରେ ଏବେ ପରବର୍ତ୍ତୀ ଗୃହମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ ଲାଗି ରହିଛି । ଏହି କ୍ରମରେ ଆଗରେ ରହିଛି ଦିଲୀପ ପାଟିଲଙ୍କ ନାଁ । ଦିଲୀପ ପାଟିଲ ହୋଇପାରନ୍ତ ମହରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ । ମୁମ୍ବାଇର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ନିଜ ପଦରୁ ଇସ୍ତଫା ଦେବାପରେ ମହାରାଷ୍ଟ୍ରରେ ଲାଗିରହିଛି ହାଇଡ୍ରାମା ।

କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ମାଗୁଥିବା ନେଇ ଅଭିଯୋଗ ଆଣିଥିଲେ । ଅନିଲ ଦେଶମୁଖ ୧୦୦ କୋଟି ଟଙ୍କା ବଟି ମାଗୁଥିବା ଅଭିଯୋଗ କରିଥିଲେ ପୂର୍ବତନ ପୋଲିସ କମିସନର ପରମବୀର ସିଂହ । ତେବେ ଏହି ମାମଲାର ଶୁଣାଣି କରି ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରିବା ପାଇଁ ମୁମ୍ବାଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

କଣ ରହିଛି ଅଭିଯୋଗ ?

ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କୁ ବଦଳି କରାଯାଇଥିଲା । ଏହାପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଅନିଲ ଦେଶମୁଖ ସଚିନ ଓ୍ୱାଜେଙ୍କୁ ମୁମ୍ବାଇରୁ କୋଟି କୋଟି ଟଙ୍କା ଆଦାୟ କରିବାକୁ ଟାର୍ଗେଟ ଦେଇଥିଲେ । ଏହା ବ୍ୟତୀତ ମଧ୍ୟ ସେ ଅନିଲଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.