ପୂର୍ବତନ ଅଧିନାୟକ ଦିଲୀପ ଭେଙ୍କସରକାର କହିଲେ- ବିରାଟଙ୍କ ତୂଳନାରେ ରାହାଣେଙ୍କ ନେତୃତ୍ଵରେ ନିଜକୁ ଅଧିକ ସହଜ ମଣୁଛନ୍ତି ଖେଳାଳି

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩।୦୧: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଦିଲୀପ ଭେଙ୍କସରକାର ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ନେଇ ବଡ ବୟାନ ଦେଇଛନ୍ତି।  ଅଷ୍ଟ୍ରେଲିଆରେ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵରେ ଭାରତୀୟ ଦଳକୁ ମେଲବୋର୍ଣ୍ଣରେ ମିଳିଥିବା ବିଜୟ ଏବଂ ସିଡନୀ ଟେଷ୍ଟ ଡ୍ର ପରେ ଭେଙ୍କସରକାରଙ୍କ ଏହି ବୟାନ ଆସିଛି।

ଭେଙ୍କସରକାର କାର୍ଯ୍ୟକାରୀ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ରାହାଣେଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳରେ ଆହୁରି ଚମକ ଆସିଛି। ଆଡିଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ମାତ୍ର ୩୬ ରନରେ ଅଲଆଉଟ୍ ହୋଇଥିଲା ଏବଂ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ହେଲେ ରାହାଣେ ଆଡିଲେଡ୍ ପରାଜୟ ପରେ ଯେଉଁ ଭଳି ଦଳର ନେତୃତ୍ଵ ସମ୍ଭାଳିଲେ ତାହା ବାସ୍ତବରେ ପ୍ରଶଂସନୀୟ। ଆଜିଙ୍କ୍ୟ ରାହାଣେ ଖୁବ୍ ଭଲ ଭାବେ ନିଜର ଅଧିନାୟକ ଦାୟିତ୍ଵ ସଂପାଦନ କରିଛନ୍ତି।

୬୪ ବର୍ଷୀୟ ଏହି ଖେଳାଳିଙ୍କ ମତରେ ଖେଳାଳି ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ତୂଳନାରେ ରାହାଣେଙ୍କ ଅଧିନାୟକତ୍ଵରେ ନିଜକୁ ଅଧିକ ସହଜ ଅନୁଭବ କରୁଛନ୍ତି। ସେମାନଙ୍କୁ ଅତିରିକ୍ତ ସ୍ଵାଧୀନତା ଦିଆଯାଉଛି। କେବଳ ବରିଷ୍ଠ ଖେଳାଳି ନୁହନ୍ତି ବରଂ ଯୁବ ଖେଳାଳି ଶୁବମାନ ଗିଲ୍, ନବଦୀପ ସାଇନି ଓ ମହମ୍ମଦ ସିରାଜ ମଧ୍ୟ ଚାପରେ ଦମଦାର ପ୍ରଦର୍ଶନ କରିଛନ୍ତି।

{"id":391698,"sizeSlug":"large","linkDestination":"none"}

ଭେଙ୍କସରକାର କହିଛନ୍ତି, ରାହାଣେ ଖେଳାଳିଙ୍କୁ ଅଧିକ ସ୍ଵାଧୀନତା ଦିଅନ୍ତି। ସ୍ଵାଧୀନତା  ହିଁ ସବୁଠୁ ବଡ ଗୁରୁତ୍ଵପୂର୍ଣ୍ଣ ଜିନିଷ, ଯାହା ରାହାଣେ ଦଳକୁ ଦେଇଛନ୍ତି। କେବଳ ଅଶ୍ଵିନ କି ଜାଡେଜା ନୁହନ୍ତି। ଯୁବ ଖେଳାଳି ସିରାଜ ଓ ଗିଲ୍ ମଧ୍ୟ ସିରିଜ୍‌ରେ ପ୍ରଭାବିତ କରିଛନ୍ତି। ବିରାଟଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଦମଦସର ପ୍ରଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ପୂର୍ବତନ ଓ୍ଵିକେଟ୍ କିପର ବ୍ରାଡ  ହାଡିନ ତୃତୀୟ ଟେଷ୍ଟର ଦ୍ଵିତୀୟ ଇନିଂସରେ ଋଷଭ ପନ୍ତଙ୍କୁ ବ୍ୟାଟିଂ ପାଇଁ ଉପର କ୍ରମରେ ପଠାଇବା ରଣନୀତିକୁ ଦମଦାର କହିଛନ୍ତି। ଏଥିସହ ରାହାଣେଙ୍କ ଏହି ରଣନୀତିକୁ ଖୁବ୍ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟରେ ଭାରତୀୟ ଦଳ ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଖେଳିଥିଲା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍‌ରେ ଭାରତୀୟ ଦଳକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଏହା ପରେ କୋହଲି ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରିଥିଲେ। ମେଲବୋର୍ଣ୍ଣ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ଆଜିଙ୍କ୍ୟ ରାହାଣେ ସମ୍ଭାଳିଥିଲେ। ରାହାଣେଙ୍କ ନେତୃତ୍ଵରେ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି ମେଲବୋର୍ଣ୍ଣ ଟେଷ୍ଟରେ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ଏହା ପରେ ସିଡନୀରେ ଭାରତ ଅଷ୍ଟ୍ରେଲିଆ ହାତରୁ ବିଜୟ ଛଡାଇ ନେଇ ମ୍ୟାଚ୍‌ ଡ୍ର କରାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.