ବିଜୟ ଡାକିଲେ ପାଟକୁରାରେ ଯାଇ ପ୍ରଚାର କରିବେ ବୋଲି କହିଲେ ଦିଲ୍ଲୀପ ରାୟ

Published By : Prameya-News7 Bureau | July 11, 2019 IST

ଭୁବନେଶ୍ବର ୧୧|୭: ପାଟକୁରା ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବେ ଦିଲ୍ଲୀପ ରାୟ । ବନ୍ଧୁ ଡାକିଲେ ପାଟକୁରାରେ ପ୍ରଚାର କରିବେ ବୋଲି କହିଛନ୍ତି ଦିଲ୍ଲୀପ ରାୟ । ଏବେ ଫୋନ୍ ରେ ନିର୍ବାଚନ ନେଇ ବିଜୟଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଦେଢ ଶହ ସମର୍ଥକ ରାଉରକେଲାରୁ ପାଟକୁରା ଯାଇଥିବା କହିଛନ୍ତି ଦିଲ୍ଲୀପ । ସମୟ ଆସିଲେ ସେ ବ୍ୟକ୍ତିଗତ ଭାବେ ଯାଇ ପ୍ରଚାର କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନର ମାସକ ପୂର୍ବରୁ ବିଜୟ ମହାପାତ୍ର ଏବଂ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏକାଠି ବିଜେପି ଛାଡିଥିଲେ । ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ତାଙ୍କ ପ୍ରତିଶୃତି ପୂରଣ ନକରିବା ପ୍ରତିବାଦରେ ଦିଲ୍ଲୀପ ଦଳ ଛାଡିଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରୁଥିବା ପ୍ରତିବାଦରେ ବିଜୟ ଦଳ ଛାଡିଥିଲେ । ଦଳ ଛାଡିବା ପରେ ବିଜୟ ଓ ଦିଲ୍ଲୀପ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ପରେ ସବୁ ମାନ ଅଭିମାନ ଭୁଲି ବିଜୟ ବିଜେପିକୁ ଫେରିଥିଲେ । ହେଲେ ଏପର୍ଯ୍ୟନ୍ତ ଦିଲ୍ଲୀପ ରାୟ କୌଣସି ଦଳରେ ଯୋଗଦେଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.