Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିଜେଡିରେ ଦିଲ୍ଲୀପ ରାୟ ! ବିଜୟ କେବେ ?

27/11/2018 at 11:45 AM

ଭୁବନେଶ୍ବର ୨୭|୧୧ : ବିଜେପି ବିଧାୟକ ଦିଲ୍ଲୀପ ରାୟ ଦଳ ଛାଡିବାର ଇସାରା ଦେଇସାରିଥିବା ବେଳେ ବିଜେଡିରେ ଯୋଗଦେବା ଆପତତଃ ସ୍ପଷ୍ଟ ହୋଇଛି । ଦିଲ୍ଲୀପ ରାୟଙ୍କ ପୁଅ ଜୟନ୍ତ ରାୟ ଫେସବୁକ୍ ଆକାଉଣ୍ଟରେ ବିଜେଡିର ଲୋଗୋ ପୋଷ୍ଟ କରି ଏହି ଆେଲାଚନାକୁ ଅଧିକ ଦୃଢ କରିଛନ୍ତି ।  ରାଉରକେଲାରେ ଆଇଜିଏଚ୍ ହସ୍ପିଟାଲ ଓ ବ୍ରାହ୍ମଣୀ ସେତୁ ତିଆରି ପ୍ରସଙ୍ଗକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦିଲ୍ଲୀପ ରାୟ । ଆଉ ସେଥିଲାଗି ସେ ଲୋକଙ୍କ ପାଖରେ ନିନ୍ଦିତ ହେଉଥିବାରୁ ଦଳ ସାଥ ଛାଡିବା ନେଇ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଜୟ ମହାପାତ୍ର ଦିଲ୍ଲୀପଙ୍କ ସହ ସ୍ବର ମିଳାଇଛନ୍ତି । ସେ କହିଥିଲେ ଦିଲ୍ଲୀପ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ସମସ୍ତେ ଜାଣିଛନ୍ତି । ଯେତେବେଳେ ଜଣେ ବିଧାୟକ ନିଜ ଅଞ୍ଚଳରେ ଅପମାନିତ ଓ ନିନ୍ଦିତ ହେବେ ସେତେବେଳେ ସେ ବାଧ୍ୟ ହୋଇ ଏମିତି ନିଷ୍ପତ୍ତି ନେବେ ।  ତେବେ ଦିଲ୍ଲୀପ ରାୟ ଏବଂ ବଜୟ ମହାପାତ୍ର ଏକପ୍ରକାର କଣ ଠେସା ହୋଇ ଦଳରେ ରହିଥିଲେ । ପୂର୍ବରୁ ଦାମ ରାଉତଙ୍କ ନୂଆ ଦଳରେ ଏମାନେ ଯୋଗଦେବେ ବୋଲି ଆକଳନ କରାଯାଉଥିଲା । ତେବେ ଦାମ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ସହ ଯିବା ପରେ ଏହି ଆଲୋଚନା ଏବଂ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ ଆଦି ନେତାମାନେ ପୁଣି ଦଳକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।  ତେବେ ଦିଲ୍ଲୀପ ରାୟ ବିଜେଡିକୁ ଫେରିବା ନେଇ କୌଣସି ଅସୁବିଧା ନଥିବା ବେଳେ ବିଜୟ ମହାପାତ୍ରଙ୍କୁ ଏବେବି ବିଜେଡିର ଏକ ଗୋଷ୍ଠୀ ଗ୍ରହଣ କରୁଥିବା କୁହାଯାଉଛି । ତେବେ ବର୍ତ୍ତମାନ ଦାମ ନୂଆ ଦଳ କରିବା ସହ ସବୁ ବିଜୁ ପ୍ରେମୀଙ୍କୁ ଏକାଠି କରିବା ପାଇଁ ଦେଇଥିବା ଆହ୍ବାନ ବିଜେଡି ନେତୃମଣ୍ଡଳିଙ୍କୁ ଚିନ୍ତିତ କରିଥିଲା । ଏଥିପାଇଁ ଦାମ ଏ ଦିଗରେ କୌଣସି ପଦକ୍ଷେପ ନେବା ପୂର୍ବରୁ ବିଜେଡି ସବୁ ବିଜୁ ପ୍ରେମୀଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିବା ଏକ ସ୍ବାଭାବିକ ରାଜନୈତିକର ଗୋଟି ଚାଳନା ବୋଲି କୁହାଯାଇପାରେ ।

ଦିଲ୍ଲୀପ ରାୟ ବିଜେଡିରେ ମିଶିଥିବା ଚର୍ଚ୍ଚାରେ ପୁଣି ଏକ ଟ୍ବିଷ୍ଟ୍ । ସୂଚନା ଅନୁସାରେ ଦିଲ୍ଲୀପ ରାୟଙ୍କ ପୁଅ ଜୟନ୍ତ ରାୟ ତାଙ୍କ ଫେସବୁକ୍ ରେ ବିଜେଡିର ଲୋଗୋ ଥିବା ପୋଷ୍ଟଟିକୁ ହଟାଇଦେବା ସହ ଅନ୍ୟ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ପୋଷ୍ଟଟି ହ୍ୟାକ୍ ହୋଇଥିବା ସେ ଉଲ୍ଲେଖ କରିବା ସହ ପୋଷ୍ଟକୁ ନେଇ ରାଜନୀତି ନକରିବା ପାଇଁ କହିଛନ୍ତି ।

ଏହି ଷ୍ଟୋରିଟିକୁ ବି ପଢନ୍ତୁ ଦିଲ୍ଲୀପ ରାୟଙ୍କ ରାଜନୈତିକ ଆଭିମୁଖ୍ୟ କ’ଣ ? ଜୟନ୍ତ ରାୟଙ୍କ ଫେସବୁକ୍ ପୋଷ୍ଟ ସୃଷ୍ଟି କରୁଛି ଦ୍ବନ୍ଦ୍ବ

   Related Posts