ନର୍ଗିସଙ୍କ ସହ ଦିଲୀପ କୁମାରଙ୍କ ଥ୍ରୋବ୍ୟାକ୍ ଫଟୋ ଭାଇରାଲ୍, ଟ୍ୱିଟରରେ ସେୟାର କରି ପଚାରିଲେ-ଏହା କେଉଁ ଦିନର?

Published By : Prameya-News7 Bureau | June 14, 2021 IST

ନୂଆଦିଲ୍ଲୀ ୧୪/୦୬: ଦିଲୀପ କୁମାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଯାହା ପରେ ତାଙ୍କ ଫ୍ୟାନ୍ସମାନେ ଶାନ୍ତିରେ ନିଶ୍ୱାସ ନେଇଛନ୍ତି । ଡାକ୍ତରଖାନାରୁ ଫେରୁଥିବା ବେଳେ ତାଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କହିଥିଲେ ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି। ସେ ସମସ୍ତ ପ୍ରଶଂସକଙ୍କୁ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଥିଲେ। ବର୍ତ୍ତମାନ ଦିଲୀପ କୁମାରଙ୍କ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲରୁ ତାଙ୍କର ଏକ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରାଯାଇଛି।

wp:html /wp:html

ଫଟୋରେ ଦିଲୀପ କୁମାରଙ୍କ ସହ ଅଭିନେତ୍ରୀ ନର୍ଗିସ୍ ଅଛନ୍ତି। ସମସ୍ତେ ଘର ବାହାରେ ଠିଆ ହୋଇ ପୋଜ୍ ଦେଇଛନ୍ତି । ଫଟୋ ସହିତ କ୍ୟାପସନରେ ଲେଖାହୋଇଛି- 'ଏହି ଫଟୋ କେବେ ଏବଂ କେଉଁଠାରେ କ୍ଲିକ୍ କରାଯାଇଥିଲା?' ଫଟୋକୁ ତାଙ୍କର ପାରିବାରିକ ବନ୍ଧୁ ଫେଜଲ୍ ଫାରୁକି ପୋଷ୍ଟ କରିଛନ୍ତି ।

ଫଟୋ ଉପରେ ଫ୍ୟାନ୍ସମାନଙ୍କର ଅନେକ ପ୍ରକାରର କମେଣ୍ଟ ଆସୁଛି । ଜଣେ ୟୁଜର୍ ଲେଖିଛନ୍ତି - ଫିଲ୍ମ “ବାବୁଲ” ର ଯେଉଁଥିରେ ଦିଲୀପ କୁମାର ନର୍ଗିସ୍ ଏକାଠି ଥିଲେ । ଅନ୍ୟ ଜଣେ ଲେଖିଛନ୍ତି - "ବାବୁଲ" ର ସୁଟିଂ ସମୟରେ ଆକର୍ଷଣୀୟ ବ୍ୟକ୍ତିତ୍ୱ । ମୋର ପ୍ରିୟ ଦିଲୀପ କୁମାର ସାର୍ । ଆମିନ୍ ।  ୧୯୫୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ "ବାବୁଲ" କୁ ଏସୟୁ ସନି ନିର୍ଦ୍ଦେଶନା ଦେଇଥିଲେ।

ପାଞ୍ଚ ଦିନ ଡାକ୍ତରଖାନାରେ ବିତାଇବା ପରେ ଶୁକ୍ରବାର ଦିନ ଦିଲୀପ କୁମାରଙ୍କୁ ଡିସଚାର୍ଜ କରାଯାଇଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ୯୮ ବର୍ଷୀୟ ଅଭିନେତାଙ୍କୁ ମୁମ୍ବାଇର ଖାରସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.