Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ନେହେରୁଙ୍କ ହିରୋରୁ ବାଜପେୟୀଙ୍କ ବନ୍ଧୁ ଯାଏଁ… ଏମିତି ଥିଲା ଦିଲ୍ଲୀପ କୁମାରଙ୍କ ରାଜନୈତିକ ଜୀବନ

7/07/2021 at 4:23 PM

ନୂଆଦିଲ୍ଲୀ ୭।୭: ବଲିଉଡର ବରିଷ୍ଠ ଅଭିନେତ ଦିଲ୍ଲୀପ କୁମାରଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦିଲ୍ଲୀପ କୁମାର ଚଳଚ୍ଚିତ୍ର ସହ ରାଜନୀତିରେ ଜଡିତ ଥିଲେ । ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ନିଜ ଆଦର୍ଶ ମାନୁଥିବା ଦିଲ୍ଲୀପ କୁମାର ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ । ନେହେରୁଙ୍କ ପ୍ରତି ସେ ସର୍ବଦା ବିଶ୍ବସ୍ତ ଥିଲେ । ଯେତେବେଳେ ନେହେରୁ ତାଙ୍କୁ ପ୍ରଚାର ପାଇଁ ଆମନ୍ତ୍ରିତ କରୁଥିଲେ କେବେବି ସେ ମନା କରୁନଥିଲେ । ଏହିଭଳି ପଣ୍ଡିତ ଜବାହରଲାଲ୍ ନେହେରୁ, ଅଟ୍ଟଳ ବିହାରୀ ବାଜପାୟୀ, ସୋନିଆ ଗାନ୍ଧିଙ୍କ ସହିତ ଅନେକ ସମାଜବାଦୀ  ପାର୍ଟି ନେତାଙ୍କ ମଧ୍ୟରେ ଦିଲ୍ଲୀପ କୁମାରଙ୍କ ଲୋକପ୍ରିୟତା ରହିଥିଲା ।

ପଣ୍ଡିତ ଜବାହରଲାଲ୍ ନେହେରୁ ୧୯୪୭ରୁ ୧୯୬୪ ଯାଏଁ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସେହି ସମୟରେ ଦିଲ୍ଲୀପ କୁମାର ତାଙ୍କ ଚଳଚ୍ଚିତ୍ରରେ ଧର୍ମନିରପେକ୍ଷତା, ସମାଜବାଦ ଭଳି ନେହେରୁବାଦୀ ବିଚାରକୁ ସ୍ଥାନ ଦେଇଥିଲେ । ଦିଲ୍ଲୀପ କୁମାରଙ୍କ ଚଳଚ୍ଚିତ୍ର ୧୯୫୭ରେ ଆସିଥିବା ‘ନୟା ଦୌରା’, ୧୯୬୧ରେ ‘ଗଙ୍ଗାଜମୁନା’, ୧୯୬୪ରେ ‘ଲିଡର’ ନେହେରୁବାଦୀ ବିଚାର ଉପରେ ଆଧାରିତ ଥିଲା ।

ଦିଲ୍ଲୀପ କୁମାରଙ୍କ ଆତ୍ମକଥାରେ ଏହା ଲେଖାଯାଇଛି ଯେ, ଯେତେବେଳେ ୧୯୫୯ରେ ‘ପୈଗାମ’ ଚଳଚ୍ଚିତ୍ର ଶୁଟିଂ ସମୟରେ ପ୍ରଧାନମନ୍ତ୍ରୀ ନେହେରୁ ସେଟ୍ ରେ ପହଞ୍ଚିଲେ ସେତେବେଳେ ସମସ୍ତେ ଭାବିଥିଲେ କି ସେ ପ୍ରଥମେ ଅଭିନେତ୍ରୀ ବୈଜୟନ୍ତୀ ମାଲାଙ୍କୁ ଭେଟିବେ, ମାତ୍ର ସେ ଆଗେ ଅଭିନେତା ଦିଲ୍ଲୀପ କୁମାରଙ୍କ କାନ୍ଧ ଉପରେ ହାତ ରଖିଥିଲେ । ଏଥିରୁ ନେହେରୁ ଏବଂ ଦିଲ୍ଲୀପ କୁମାରଙ୍କ ମଧ୍ୟରେ ଥିବା ଗଭୀର ସଂପର୍କ ଜଣାପଡିଥିଲା ।

ଠିକ୍ ବର୍ଷେ ପରେ ଦିଲ୍ଲୀପ କୁମାରଙ୍କ ଚଳଚ୍ଚିତ୍ର ‘ଗଙ୍ଗାଯମୁନା’ରେ ‘ହୋ ରାମ’ ଶବ୍ଦ ଥିବା ଯୋଗୁଁ ସେନସର ବୋର୍ଡରେ ପାସ୍ ହେଉନଥିଲା । ନେହେରୁଙ୍କ ହସ୍ତକ୍ଷେପ ପରେ ସେନସର ବୋର୍ଡରେ ନା କେବଳ ଗଙ୍ଗା ଯମୁନା ପାସ୍ ହୋଇଥିଲା ବରଂ ଦିଲ୍ଲୀପ କୁମାରଙ୍କ ଅନ୍ୟ ଫିଲ୍ମକୁ ମଧ୍ୟ ଗ୍ରୀନ୍ ସିଗନାଲ ମିଳିଥିଲା ।

ନେହେରୁ ୬୦ଦଶକରେ ଯୁବ କଂଗ୍ରେସର ଏକ ସମ୍ମିଳନୀରେ ଭାଷଣ ଦେବା ପାଇଁ ଦିଲ୍ଲୀପ କୁମାରଙ୍କୁ ଡକାଇଥିଲେ । ନେହେରୁ କହିଥିଲେ ଯେ, ଆମ ସଂଗଠନରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଦିଲ୍ଲୀପ କୁମାରଙ୍କ ଭଳି କୁଶଳତାର ସହ କଥାବାର୍ତ୍ତା କରିପାରନ୍ତି । ନର୍ଥ ମେନନରୁ ଭିକେ କୃଷ୍ଣ ମେନନଙ୍କ ପାଇଁ ନେହେରୁଙ୍କ କଥାରେ ଦିଲ୍ଲୀପ କୁମାର ନିର୍ବାଚନ ଅଭିଯାନରେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କୁ ବିଜୟୀ ହେବାରେ ସାହାଯ୍ୟ କରିଥିଲେ ।

ଏହାପରେ ରାଜନୀତି ସହ ଯୋଡିହୋଇଯାଇଥିଲେ ଦିଲ୍ଲୀପ କୁମାର । ୧୯୭୯ରେ ବମ୍ବେର ଶେରିଫ ବନେ ଏବଂ ୨୦୦୦ରୁ ୨୦୦୬ ମଧ୍ୟରେ ରାଜ୍ୟସଭା ସଦସ୍ୟ ଥିଲେ । ଦିଲୀପ କୁମାର ରାଜ୍ୟସଭାର ସଦସ୍ୟ ଥିବାବେଳେ ତାଙ୍କ ଉପରେ ଆଉ ଏକ ପୁସ୍ତକ ପ୍ରକାଶିତ ହୋଇଥିଲା । ଏହାକୁ ଅର୍ଥନୀତିଜ୍ଞ ମେଘନାଦ ଦେଶାଇ ୨୦୦୪ରେ ଲେଖିଥିଲେ। ଦେଶାଇ କହିଥିଲେ ଯେ, ଦିଲ୍ଲୀପ କୁମାର ଜଣେ ନେହେରୁବାଦୀ ବ୍ୟକ୍ତି ଏବଂ ତାଙ୍କର ହିରୋ । ସେ ଏହି ପୁସ୍ତକର ନାଁ ଦେଇଥିଲେ ‘Nehru’s Hero: Dilip Kumar in the Life of India’ ।

ବାବରୀ ମସଜିଦ ବିଧ୍ବଂସ ପରେ ଦିଲ୍ଲୀପ କୁମାର ଭାରତୀୟ ରାଜନୀତିରେ ଆହୁରି ସମ୍ଭାଳିକି ରହିଲେ । କେବେଳ ବଛା ବଛା ଲୋକଙ୍କ ନିର୍ବାଚନୀ ପ୍ରଚାରରେ ନିଜକୁ ସାମିଲ କଲେ । ଦିଲ୍ଲୀପ କୁମାର ଘୋଷଣା କରିଥିଲେ ଯେ, ସେ ରାଜନୀତିରେ ପ୍ରବେଶ କରିନାହାନ୍ତି । ସେ କେବଳ ଦେଶର ଏକତା ଏବଂ ଅଖଣ୍ଡତାରେ ବିଶ୍ବାସ କରୁଥିବା ଆଶାୟୀଙ୍କ ପାଇଁ ପ୍ରଚାର କରିବେ । ୧୯୯୭ରେ ଦିଲ୍ଲୀପ କୁମାର ଲକ୍ଷ୍ନୌରେ ଅଲ୍ ଇଣ୍ଡିଆ ମୁସଲିମ୍ ଓବିସି କନଫରେନ୍ସରେ ମୁସଲମାନମାନଙ୍କୁ ଆହ୍ବାନ କରିଥିଲେ ଯେ ସେମାନେ ତାଙ୍କ ଅଧିକାର ପାଇଁ ଲଢନ୍ତୁ ।

ନିଶାନ-ଏ-ଇତ୍ମିୟାଜ ବିବାଦ ବେଳେ ଦିଲ୍ଲୀପ କୁମାରଙ୍କୁ ସାହାଯ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ । ସେ ଏହି ମାମଲାରେ କହିଥିଲେ ଯେ ସେ ବାଲ ଠାକରେଙ୍କୁ ଅଣଦେଖା କରି ଏହି ସମ୍ମାନ ନେବାକୁ ପାକିସ୍ତାନ ଯାଆନ୍ତୁ । କହିଥିଲେ ଜଣେ କଳାକାର ରାଜନୈତିକ ଏବଂ ଭୌଗୋଳିକ ସୀମାରେ ବାନ୍ଧିହୋଇ ରୁହେନାହିଁ । ଆପଣଙ୍କୁ ଏହି ପୁରସ୍କାର ମାନବୀୟ କାର୍ଯ୍ୟ ପାଇଁ ଦିଆଯାଉଛି ଏବଂ ହିନ୍ଦୁସ୍ତାନ-ପାକିସ୍ତାନ ମଧ୍ୟରେ ସଂପର୍କକୁ ସୁଧାରିବା ପାଇଁ ଆପଣଙ୍କ ଯୋଗଦାନରେ ସମସ୍ତେ ଅବଗତ ।

   Related Posts