ଦିଲ୍ଲୀପଙ୍କ ଦେହାନ୍ତରେ ଶୋକରେ ବଲିଉଡ, ପତ୍ନୀ ସାଇରା ବାନୁଙ୍କୁ ସାନ୍ତ୍ୱନା ଜଣାଇଲେ ଶାହରୁଖ ଖାନ୍, ଅନୀଲ କପ୍ପୁର ଓ ଧର୍ମେନ୍ଦ୍ର

Published By : Prameya-News7 Bureau | July 07, 2021 IST

ମୁମ୍ୱାଇ ୦୭/୦୭ : ୯୮ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭେଟେରାନ୍ ଆକ୍ଟର ଦିଲ୍ଲୀପ କୁମାର । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିମ୍ବଦନ୍ତୀ ଅଭିନେତା ଦ୍ୱିପାକ୍ଷିକ ପ୍ଲୁରାଲ୍ ଇଫ୍ୟୁଜନ୍ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ ।  ନିଶ୍ୱାସ ପ୍ରଶ୍ୱାସ ନେବାରୁ କଷ୍ଟ ହେବାରୁ ତାଙ୍କୁ ଜୁନ୍ ୬ ରେ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ସେ ଭଲ ହୋଇ ଜୁନ୍ ୧୧ ରେ ଡିସଚାର୍ଜ ହୋଇଥିଲେ । ଜୁନ୍ ୩୦ ରେ, ପୁଣିଥରେ ନିଶ୍ୱାସ ପ୍ରଶ୍ୱାସ ନେବାରୁ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅଣ-କୋଭିଡ୍ ୱାର୍ଡରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଦୀର୍ଘଦିନ ସେ ଜୀବନ ସହ ସଂଘର୍ଷ କରୁ କରୁ ଆଜି ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଆଜି ଅପରାହ୍ନ ୫ଟାରେ ଦିଲୀପ କୁମାରଙ୍କୁ ଜୁହୁ ସ୍ଥିତ କବ୍ରସ୍ତାନରେ ସମାଧି ଦିଆଯିବ ।

wp:html /wp:html

ଏବେ ବାସଭବନରେ ତାଙ୍କ ମୃତଦେହ ରଖାଯାଇଛି । ଶେଷ ଦର୍ଶନ କରୁଛନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ । ଏହି ଅବସରରେ ସ୍ୱର୍ଗତ ଅଭିନେତାଙ୍କୁ ଶେଷ ବିଦାୟ ସହ ଶେଷ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଶାହାରୁଖ ଖାନ୍ । କିଙ୍ଗ ଖାନ୍ ଦିଲୀପ କୁମାରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚି ଦିଲ୍ଲୀପଙ୍କ ପତ୍ନୀ ସାଇରା ବାନୁଙ୍କୁ ସାନ୍ତ୍ୱନା ଦେଇଥିଲେ । ଦିଲ୍ଲୀପଙ୍କୁ ନିଜର ପ୍ରେରଣା ମାନୁଥିବା ଶାହରୁଖ ଖାନ ଏହି ଅବସରରେ ଭାବବିହ୍ୱଳ ହୋଇଥିଲେ ।

ସେ କହିଥିଲେ ତାଙ୍କ ଅଭିନୟ ଜୀବନରେ ସେ ବାରମ୍ବାର ପରଦାରେ କପି କରୁଛନ୍ତି । କେବଳ ଶାହାରୁଖ ନୁହେଁ ଅନୀଲ କୁମାର ମଧ୍ୟ ତାଙ୍କ ବାସ ଭବନ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି । ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଦିଲ୍ଲୀପ କୁମାରଙ୍କ ମୁମ୍ବାଇ ବାସଭବନରେ ପହଞ୍ଚିଥିଲେ । ସେ ସାଇରା ବାନୁଙ୍କୁ ସାନ୍ତ୍ୱନା ଦେଉଥିବାର ନଜର ଆସିଥିଲେ । ଭେଟେରାନ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ଉପସ୍ଥିତ ଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି, "ମୁଁ ଆଜି ମୋର ଭାଇଙ୍କୁ ହରାଇଛି । ମୁଁ ତାଙ୍କ ସ୍ମୃତିକୁ ହୃଦୟରେ ବଞ୍ଚାଇବି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.