ଦିଲ୍ଲୀପ କୁମାର–ସାଇରା ବାନୁଙ୍କ ଠାରୁ କାଜଲ-ଅଜୟ ଦେବଗନଙ୍କ ପର୍ଯ୍ୟନ୍ତ ; ବି-ଟାଉନର ଅନେକ ଷ୍ଟାର ଦମ୍ପତ୍ତି ହରାଇଛନ୍ତି ପ୍ରଥମ ସନ୍ତାନ

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ ୧୯/୦୭ :  ମାଆ ହେବା ସବୁ ନାରୀମାନଙ୍କର ଖୁସିର ମୁହୁର୍ତ୍ତ । ଯେତେବେଳେ ଝିଅଟେ ମାଆ ହୁଏ ତାର ପ୍ରକୃତ ଜୀବନର ମୂଲ୍ୟ ସାର୍ଥକ ହୋଇଥାଏ । ସେହି ମୁହୂର୍ତ୍ତଟି ତାଙ୍କ ପାଇଁ ମୂଲ୍ୟବାନ ହୋଇଥାଏ । କିନ୍ତୁ କେବେ କେବେ ଏହି ମୁହୁର୍ତ୍ତକୁ ଅନୁଭବ କରିବା ପୂର୍ବରୁ ତାଙ୍କ ପ୍ରଥମ ସନ୍ତାନକୁ ହରାଇ ଦେଇଥାନ୍ତି । ଯାହାକି ବହୁତ କଷ୍ଟ ଦେଇଥାଏ । ଏହି ଅନୁଭବରୁ ସାଧାରଣ ନାରୀ ବା ଦମ୍ପତିଙ୍କ ଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ କେହିବି ବାହାରେ ନୁହଁନ୍ତି ।

ବଲିଉଡର ଏମିତି କିଛି ଦମ୍ପତି ଅଛନ୍ତି ଯେଉଁମାନେ ତାଙ୍କର ପ୍ରଥମ ସନ୍ତାନକୁ ହରାଇବାର ଦୁଃଖକୁ ଏବେବି ଭୁଲି ପାରିନାହାନ୍ତି । ସେହି ତାଲିକାରେ ଦିଲ୍ଲୀପ କୁମାର –ସାଇରା ବାନୁଙ୍କ ଠାରୁ କାଜୋଲ-ଅଜୟ ଦେବଗନଙ୍କ ପର୍ଯ୍ୟନ୍ତ ଅନେକ ତାରକାଙ୍କ ନାମ ଆସିଛି ।

ଅମୀର ଖାନ ଓ କିରଣ ରାଓ – ଅମୀର ଖାନ ଓ କିରଣ ରାଓ ଦୁହେଁ ୨୦୦୫ ମସିହାରେ ବିବାହ କରିଥିଲେ । ୨୦୦୯ରେ ନିଜର ପ୍ରଥମ ସନ୍ତାନକୁ ନେଇ ଗର୍ଭବତୀ ଥିଲେ । ଦୁହିଁଙ୍କୁ ଏହି ଖବର ବହୁତ ଖୁସି କରାଇଥିଲା ।  କିନ୍ତୁ କୌଣସି କାରଣରୁ ତାଙ୍କର ସନ୍ତାନଟି ନଷ୍ଟ ହୋଇଯାଇଥିଲା । ଏନେଇ ଅମୀର କହିଥିଲେ କି କିରଣ ଓ ମୁଁ ଆମର ପିଲାକୁ ହରାଇଥିଲୁ । ହେଲେ ଏହି ଘଟଣାକୁ ଏଡାଇ ପାରିଲୁ ନାହିଁ । ଗତ ୨ମାସ ଆମ ପାଇଁ ବହୁତ ସଂର୍ଘଷପୂର୍ଣ୍ଣ ଥିଲା ।

{"width":826,"height":779}
Dilip Kumar-Saira Bano से लेकर Kajol-Ajay तक, बी-टाउन के इन सितारों ने झेला अपने Unborn Baby को खो देने का दर्द

ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରା- ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ଫିଟ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରାଙ୍କୁ ୨୦୦୯ ମସିହାରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୧୨ରେ ପୁଅର ବିଆନର ଜନ୍ମ ହୋଇଥିଲା । କିନ୍ତୁ ଏହା ବହୁତ କମ୍ ଲୋକ ଜାଣିଛନ୍ତି କି ତାଙ୍କ ପୁଅର ଜନ୍ମ ପୂର୍ବରୁ ଶିଳ୍ପାଙ୍କର ଗର୍ଭନଷ୍ଟ ହୋଇଥିଲା । ଏ ବିଷୟରେ ଶିଳ୍ପା ଆଲୋଚନା ବେଳେ କହିଥିଲେ କି ଯେତେବେଳେ ମୁଁ ଜାଣିଲି କି ମୁଁ ଗର୍ଭବତୀ ଅଛି ବହୁତ ଖୁସି ହୋଇଯାଇଥିଲି । ହେଲେ ପରେ ମୋର ଗର୍ଭନଷ୍ଟ ହୋଇଯାଇଥିଲା। ଯାହାକି ମୋ ପାଇଁ ବହୁତ କଷ୍ଟ ଦାୟକ ସମୟ ଥିଲା । ଏହା ସହ ସେ କହିଥିଲେ କି ଭାବିଥିଲି  ମୁଁ ଆଉ କେବେ ମା ହୋଇପାରିବି ନାହିଁ ।

{"width":772,"height":429}
Dilip Kumar-Saira Bano से लेकर Kajol-Ajay तक, बी-टाउन के इन सितारों ने झेला अपने Unborn Baby को खो देने का दर्द

ଶାହାରୁଖ ଖାନ ଓ ଗୌରି ଖାନ୍ – ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ପାୱାର ଫୁଲ କପଲ ଭାବେ ଜଣାଶୁଣା ଶାହାରୁଖ ଓ ଗୌରୀ । ଦୁହିଁଙ୍କ ସମ୍ପର୍କ ୨୬ ବର୍ଷ ଧରି ଦୃଢତା ସହ ତିଷ୍ଠି ରହି ଆସିଛି । ତାଙ୍କର ବର୍ତ୍ତମାନ ତିନୋଟି ସନ୍ତାନ ରହିଛି ।  ଆର୍ଯ୍ୟନ, ସୁହାନା, ଅବରାମ । କିନ୍ତୁ ଗୌରୀଙ୍କର ୧୯୯୭ ମସିହାରେ ଗର୍ଭନଷ୍ଟ ହୋଇଯାଇଥିଲା । ସେ ଏକ ଶୋ,ରେ ଏହାର ଖୁଲାସ କରି କହିଥିଲେ ।

{"width":805,"height":751}
Dilip Kumar-Saira Bano से लेकर Kajol-Ajay तक, बी-टाउन के इन सितारों ने झेला अपने Unborn Baby को खो देने का दर्द

ଦିଲ୍ଲୀପ କୁମାର ଓ  ସାଇରା ବାନୁ – ବଲିଉଡର ଭେଟରାନ ଅଭିନେତା ଦିଲ୍ଲୀପ କୁମାର ଓ ତାଙ୍କ ପତ୍ନୀ ସାଇରା ବାନୁ ଦୁହେଁ ଇଣ୍ଡଷ୍ଟ୍ରିର ଖୁବ୍ ପରିଚିତ ଓ ଲୋକପ୍ରିୟ । ଦିଲ୍ଲୀପ ସାଇରାଙ୍କ ଠାରୁ ୨୨ ବର୍ଷ ବଡ ଥିଲେ ମଧ୍ୟ କାହାରି କଥା ଚିନ୍ତା ନକରି ୧୯୬୬ ମସିହାରେ ଦୁହେଁ ବିବାହ କରିଥିଲେ । ୧୯୭୨ ମସିହାରେ ସାଇରା ଗର୍ଭବତୀ ହୋଇଥିଲେ । ସାଇରା ୮ ମାସର ଗର୍ଭବତୀ ଥିବା ବେଳେ ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କର ଗର୍ଭନଷ୍ଟ ହୋଇଯାଇଥିଲା । ଏହା ପରଠାରୁ ସେ କେବେ ମାଆ ହୋଇ ପାରିଲେ ନାହିଁ ।

Dilip Kumar-Saira Bano से लेकर Kajol-Ajay तक, बी-टाउन के इन सितारों ने झेला अपने Unborn Baby को खो देने का दर्द

ଡିମ୍ପି ଗାଙ୍ଗୁଲି ଓ ରାହୁଲ ମହାଜନ – ଡିମ୍ପି ଓ ରାହୁଲ ଦୁହେଁ ୨୦୧୦ ମସିହାରେ ନ୍ୟାଶନାଲ ଟେଲିଭିଜନରେ ବିବାହ କରିଥିଲେ । ତାଙ୍କର ଏହି ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା । ବିବାହର କିଛି ମାସ ପରେ ଡିମ୍ପି ଗର୍ଭବତୀ ହୋଇଥିଲେ । ଗର୍ଭବତୀ ହେବାର କିଛି ସପ୍ତାହ ମଧ୍ୟରେ ତାଙ୍କର ଗର୍ଭନଷ୍ଟ ହୋଇଯାଇଥିଲା । କିଛି ବର୍ଷ ପରେ ଡିମ୍ପି ରାହୁଲଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ପରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା । ବର୍ତ୍ତମାନ ଡିମ୍ପି ଦୁବାଇରେ ରହୁଥିବା ବନ୍ଧୁ ରୋହିତ ରୟଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଏବେ ଗୋଟିଏ ଝିଅ ଅଛି ।

{"width":812,"height":732}
Dilip Kumar-Saira Bano से लेकर Kajol-Ajay तक, बी-टाउन के इन सितारों ने झेला अपने Unborn Baby को खो देने का दर्द

କାଜଲ ଓ ଅଜୟ ଦେବଗନ- ଏହି ଲୋକପ୍ରିୟ ଷ୍ଟାର ଦମ୍ପତି ୧୯୯୯ ମସିହାରେ ମରାଠୀ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ୨୦୦୩ରେ ଦୁହିଁଙ୍କର ଗୋଟିଏ ଝିଅ ହୋଇଥିଲା । ଝିଅ ସନାୟା ପୂର୍ବରୁ ତାଙ୍କର ପ୍ରଥମ ସନ୍ତାନ ପାଇଁ ଗର୍ଭବତୀ ଥିଲେ । ହେଲେ ଏକ୍ସଟୋପିକ୍ ଗର୍ଭାବସ୍ଥା ଯୋଗୁଁ ତାଙ୍କର ଗର୍ଭନଷ୍ଟ ହୋଇଯାଇଥିଲା । ପ୍ରେଗନେସ୍ସିର ୬ ସପ୍ତାହ ପରେ ଜଣାପଡିଥିଲା ପିଲାଟି କାଜୋଲଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ ।

{"width":805,"height":452}
Dilip Kumar-Saira Bano से लेकर Kajol-Ajay तक, बी-टाउन के इन सितारों ने झेला अपने Unborn Baby को खो देने का दर्द

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.