Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ବଙ୍ଗଳା ବିଜେପି ମୁଖ୍ୟଙ୍କ ବିବାଦୀୟ ମନ୍ତବ୍ୟ, କହିଲେ- ‘ମମତା ଦିଦିଙ୍କ ଲୋକେ ସୁଧୁରିଯାଅ, ନହେଲେ ଶ୍ମଶାନ ପଠାଇ ଦିଆଯିବ’

8/11/2020 at 9:38 PM

କୋଲକାତା ୮/୧୧: ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାରି ଭିତରେ ପୁଣି ଏକ ମନ୍ତବ୍ୟ ଦେଇ ବିବାଦକୁ ଆମନ୍ତ୍ରଣ କରିଛନ୍ତି ଦିଲ୍ଳୀପ ଘୋଷ। ମମତା ବାନାର୍ଜୀଙ୍କ ସମର୍ଥକଙ୍କୁ ସୁଧୁରିବା ପାଇଁ ୬ ମାସ ସମୟ ଦେଇଛନ୍ତି ରାଜ୍ୟ ବିଜେପି ଅଧ୍ୟକ୍ଷ।

ଦିଲ୍ଲୀପ ଘୋଷ କହିଛନ୍ତି, ‘ ମମତା ଦିଦିଙ୍କ ଲୋକେ ଯେଉଁମାନେ ବଦମାସି କରୁଛନ୍ତି ସେମାନଙ୍କୁ କହି ରଖିବାକୁ ଚାହେଁ ୬ ମାସ ଭିତରେ ସୁଧୁରିଯାଅ। ନହେଲେ ଗୋଡ଼ ହାତ ଭାଙ୍ଗିବା ସହ ମୁଣ୍ଡ ଫଟାଇ ଦିଆଯିବ। ଘରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ପହଞ୍ଚିବ। ଯଦି ଏଥିରେ ଦିଦିଙ୍କ ଲୋକଙ୍କ ବଦମାସି ନକମେ ତେବେ ସେମାନଙ୍କୁ ଶଶ୍ମାନ ପଠାଇ ଦିଆଯିବ।’

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଦିଲ୍ଲୀପ ଘୋଷ ହଳଦିଆର ଏକ ଜନସଭାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଶାଢ଼ୀ ପିନ୍ଧା ହିଟଲର’ର ଆଖ୍ୟା ଦେଇଥିଲେ। ଏହାସହ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ସିଟ୍‌ରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ଅବସରରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ତାଙ୍କ ନାଁ ଇତିହାସରେ ‘ଶାଢ଼ୀ ପିନ୍ଧା ହିଟଲର’ ଭାବେ ଲେଖାଯିବ ବୋଲି କହିଥିଲେ ଦିଲ୍ଲୀପ। କିଛି ବି ହୋଇଯାଉ ବିଜେପି ଆଗକୁ ବଢ଼ିବ ବୋଲି କହିଥିଲେ ଦିଲ୍ଲୀପ ଘୋଷ।

   Related Posts