ମିଥୁନ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ! କ’ଣ କହିଲେ ବିଜେପି ସଭାପତି ଦିଲ୍ଲୀପ ଘୋଷ ?
7/03/2021 at 11:57 AM

କୋଲକାତା,୦୭/୦୩: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ବିଜେପିରେ ସାମିଲ ହେବେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ପଦ୍ମ ଧରିବେ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଶନିବାର ରାତିରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କରିଥିଲେ ।
ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ମିଥୁନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ସେ ଆଗ ବିଜେପିରେ ସାମିଲ ହୁଅନ୍ତୁ । ଏବେ ମୁଖ୍ୟମନ୍ତ୍ରୀ ପଦବୀ ନେଇ କୌଣସି ସୂଚନା ନାହିଁ । ସେ ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି । କୈଳାସ ବିଜୟବର୍ଗୀୟ ମଧ୍ୟ ମିଥୁନ ମୋଦୀଙ୍କୁ ଭେଟିବାକୁ ଚାହୁଁଥିବା ଶନିବାର କହିଥିଲେ । ମିଥୁନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ନିର୍ବାଚନୀ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ରବିବାର ପ୍ରଥମ ରାଲିକୁ ସମ୍ବୋଧନ କରିବେ । ଏଥିପାଇଁ କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡ ପଡିଆକୁ ପ୍ରସ୍ତୁତ କରାଯାଇଛି । ଦିନ ୨ଟାରେ ସେ ଜନସଭାକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ମଞ୍ଚରେ ଉପସ୍ଥିତ ରହିବେ । ସେ ମୋଦୀଙ୍କ ପହଁଚିବା ପୂର୍ବରୁ ଭାଷଣ ଦେବେ ।