ଅଭିନେତାଙ୍କୁ ମରଣାନ୍ତକ ଆକ୍ରମଣ : ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | July 29, 2020 IST

ମୁମ୍ବାଇ ୨୯/୭: ଛୋଟ ପରଦାର ଚର୍ଚ୍ଚିତ ଧାରାବାହିକ ଦିଲ ତୋ ହାପ୍ପି ହେ ଜୀରେ ନଜର ଆସିଥିବା ଅଭିନେତା ଅଂଶ ବାଗରୀଙ୍କ ସହ ଦିଲ୍ଲୀରେ ଏକ ଦୁର୍ଘଟଣା ଘଟିଯାଇଛି। ନିକଟରେ ତାଙ୍କ ସହ କିଛି ଲୋକ ମାଡ଼ପିଟ କରିଛନ୍ତି। ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ତାଙ୍କ ସହ ଏହି ଘଟଣା ଘଟିଛି। ଅଂଶ ବାଗରୀ ନିଜ ଭଉଣୀ ଏବଂ ମାଙ୍କ ସହ ଘ​ରେ ଥିଲେ। ଏହି ଘଟଣା ବିଷୟରେ ସେ ପଶ୍ଚିମ ବିହାର ପୋଲିସ୍ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଛନ୍ତି।

{"id":307225,"sizeSlug":"large"}

ଅଂଶ ବାଗରୀ ଏବଂ ଆଉ ଜଣେ କଣ୍ଟ୍ରାକ୍ଟରଙ୍କ ସହ ବିବାଦ ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଂଶ ବାଗରୀ ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ତାଙ୍କ ମା,ଭଉଣୀଙ୍କ ସହ ରୁହନ୍ତି। ସେ ଗତ ବର୍ଷ ଜଣେ କଣ୍ଟ୍ରାକ୍ଟରଙ୍କୁ ନିଜ ଘର କରିବାର କଣ୍ଟ୍ରାକ୍ଟ ଦେଇଥିଲେ। ଏଥିପାଇଁ ଅଂଶ ବାଗରୀ ତାଙ୍କୁ ୮୦ପ୍ରତିଶତ ଟଙ୍କା ମଧ୍ୟ ଦେଇ ଦେଇଥିଲେ କିନ୍ତୁ କଣ୍ଟ୍ରାକ୍ଟର ତାଙ୍କ ଘର ଠିକ୍ ସମୟରେ କରିନଥିଲେ।

{"id":307226,"sizeSlug":"large"}

ଘର କରିବାକୁ ବିଳମ୍ବ କରିବାରୁ ଅଂଶ ଅନେକ ଥର ତାଙ୍କୁ ଗାଳି କରିଥିଲେ କିନ୍ତୁ କଣ୍ଟ୍ରାକ୍ଟର ଏବେ ସୁଦ୍ଧା ତାଙ୍କ ଘର ନିର୍ମାଣ କରିନଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କଣ୍ଟ୍ରାକ୍ଟର ପାଖାପାଖି ୧୦ଜଣଙ୍କୁ ତାଙ୍କ ଘରକୁ ପଠାଇଥିଲା ଏବଂ ସେମାନେ ଅଂଶଙ୍କ ସହ ମାଡ଼ପିଟ କରିଥିଲେ। କଣ୍ଟ୍ରାକ୍ଟର ତାଙ୍କ ଉପରେ ପୂରା ପ୍ଲାନିଂ ସହ ମାଡ଼ପିଟ କରିଥିଲେ। ଅଂଶଙ୍କ ମୁଣ୍ଡରେ ଆଘାତ ଲାଗିଛି।

{"id":307227,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.