ଅମିର ଖାନଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀଙ୍କ ଆତ୍ମହତ୍ୟା : ଘରୁ ମିଳିଲା ସୁଇସାଇଡ ନୋଟ୍

Published By : Prameya-News7 Bureau | January 25, 2020 IST

ମୁମ୍ବାଇ ୨୫/୧: ଅମିର ଖାନଙ୍କ ସହ ଭିଭୋ ଫୋନର ବିଜ୍ଞାପନରେ କାମ କରିଥିବା ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ସେଜଲ୍ ଶର୍ମା ଗତକାଲି ମୁମ୍ବାଇର ମୀରା ରୋଡ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସେଜଲଙ୍କୁ ଷ୍ଟାର ପ୍ଲସର ‘ଦିଲ ତୋ ହାପ୍ପି ହେ ଜୀ’ରୁ ବିଶେଷ ପରିଚୟ ମିଳିଥିଲା। ପୋଲିସ୍ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମିଳିଥିବାର ସୂଚନା ଦେଇଛି।

{"id":215698,"sizeSlug":"large"}

ମୁମ୍ବାଇର ଟେଲିଭିଜନ ଇଣ୍ଡଷ୍ଟ୍ରି ନିକଟରେ ପ୍ରଖ୍ୟାତ ଅଭିନେତା କୁଶାଲ ପଞ୍ଜାବୀଙ୍କ ଆତ୍ମହତ୍ୟା ଘଟଣାରୁ ଧ୍ୟାନ ହଟାଇନଥିବାବେଳେ ଗତକାଲି ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ଖବରରେ ପୂରା ମୁମ୍ବାଇ ସହରରେ ହଇଚଇ ସୃଷ୍ଟି ହୋଇଛି।

{"id":215699,"width":577,"height":469,"sizeSlug":"large"}

ସେଜଲ୍ ତାଙ୍କ ବ୍ୟକ୍ତିଗତ ଜୀବନରେ ଅବସାଦଗ୍ରସ୍ତ ରହୁଥିଲେ। ଗୁରୁବାର ବିଳମ୍ବିତ ରାତିଯାଏଁ ସେ ତାଙ୍କ ବନ୍ଧୁଙ୍କ ସହ କଥା ହୋଇଥିଲେ। କିନ୍ତୁ କ’ଣ ପାଇଁ ସେ ଆତ୍ମହତ୍ୟା କରିଥିଲେ ଏବିଷୟରେ କୌଣସି ସୂଚନା ମିଳିନାହିଁ।

{"id":215700,"width":584,"height":375,"sizeSlug":"large"}

ସେଜଲ୍ ମୀରା ରୋଡର ରୟାଲ ନେଷ୍ଟ ସୋସାଇଟିରେ ତାଙ୍କ ସାଙ୍ଗଙ୍କ ସହ ରହୁଥିଲେ। ସେ ବ୍ୟକ୍ତିଗତ କାରଣ ଯୋଗୁଁ ସୁଇସାଇଡ କରିଛନ୍ତି ବୋଲି ନୋଟରେ ଲେଖିଥିବା ପୋଲିସ୍ ସୂଚନା ଦେଇଛି।

{"id":215701,"sizeSlug":"large"}

ଟେଲିଭିଜନ୍ ଧାରାବାହିକରେ ଆସିବା ପୂର୍ବରୁ ସେଜଲ୍ ଶର୍ମା ବିଜ୍ଞାପନ ଜଗତରେ ଖୁବ୍ ନାଁ କମାଇଥିଲେ। ସେ ଅମିର ଖାନଙ୍କ ସହ ଭିଭୋ ମୋବାଇଲ୍ ଫୋନର ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ରାଜସ୍ଥାନର ମୂଳ ବାସିନ୍ଦା ସେଜଲ୍ ନିଜ ବାପା ମାଆଙ୍କ ବିରୋଧ ସତ୍ବେ ୩ବର୍ଷ ତଳେ ମୁମ୍ବାଇ ଆସିଥିଲେ।

{"id":215702,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.