Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ଦିଲ୍ ବେଚାରା ଫିଲ୍ମ ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣ ଧମକ : ୨ ଗିରଫ

18/07/2020 at 11:53 AM

ମୁମ୍ବାଇ ୧୮/୭: ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ନେଇ ଜୋରସୋରରେ ଆଗ୍ରହ ଦେଖା ଦେଇଛି। ଫିଲ୍ମର ଟ୍ରେଲରଠୁ ନେଇ ଗୀତ ଯାଏଁ ସମସ୍ତଙ୍କୁ ଖୁବ୍ ପସନ୍ଦ କରାଯାଉଛି। କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ ଫିଲ୍ମର ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀଙ୍କୁ ଜଣେ କେହି ଦୁଷ୍କର୍ମ ଏବଂ ଏସିଡ ଆଟାକ୍ ଧମକ ଦେଇଛି। ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିବାର ଉଦ୍ୟମ କରାଯାଇଛି।

ସ୍ବସ୍ତିକା ମୁଖାର୍ଜୀ ସୋସିଆଲ୍ ମିଡିଆରେ ଏକ ଲମ୍ବା ପୋଷ୍ଟ ଜରିଆରେ କହିଛନ୍ତି ଯେ କିପରି ଏକ ଗୁଜବ ଖବର ଯୋଗୁଁ ତାଙ୍କ ସହ ସାଇବର ବୁଲିଂ କରାଯାଇଛି। ସେ ପୋଷ୍ଟରେ ଲେଖିଛନ୍ତି- ସୁଶାନ୍ତଙ୍କ ପରଲୋକର କିଛି ଦିନ ପରେ ଜୁନ୍ ୨୬ତାରିଖରେ ଏକ ମିଡିଆ ରିପୋର୍ଟରେ ତାଙ୍କର ମିଛ ବୟାନ ଚଲାଇବା ଦାବି କରାଯାଇଥିଲା ଯେ ସେ ସୁଇସାଇଡକୁ ଏକ ଫ୍ୟାଶନ୍ କହିଛନ୍ତି। ଏହା ଯୋଗୁଁ ସୋସିଆଲ ମିଡିଆରେ ତାଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣ ଭଳି ଧମକ ମିଳିଛି।

ସ୍ବସ୍ତିକା କହିଛନ୍ତି ଯେ କୋଲକାତାର ଶୁଭମ୍ ଚକ୍ରବର୍ତ୍ତୀ ଏକ ଗୁଜବ ସୃଷ୍ଟି କରିଥିଲା। ଏହି ବ୍ୟକ୍ତି କୌଣସି ଏକ ନ୍ୟୁଜ୍ ସଂସ୍ଥାରେ କାମ କରେ। କୋଲକାତା ପୋଲିସ୍ ଏହି ବ୍ୟକ୍ତିକୁ ଗିରଫ କରିଛି। ପୋଲିସ୍ ସେହି ବ୍ୟକ୍ତିକୁ ମଧ୍ୟ ଖୋଜି ବାହାର କରିଛି ଯିଏ ସ୍ବସ୍ତିକାଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣର ଧମକ ଦେଇଥିଲା। ପୋଷ୍ଟରେ ଏହି ଅଭିଯୁକ୍ତ ବିଷୟରେ ସ୍ବସ୍ତିକା କହିଛନ୍ତି ଯେ ହୁଗଳିର କୌଶିକ ଦାସ ତାଙ୍କୁ ଦୁଷ୍କର୍ମ ଏବଂ ଏସିଡ ଆକ୍ରମଣର ଧମକ ଦେଇଥିଲା। ତାକୁ ମଧ୍ୟ ଗିରଫ କରାଯାଇଛି।

ନିଜର ଏହି ପୋଷ୍ଟ ଜରିଆରେ ସ୍ବସ୍ତିକା ସାଇବର ବୁଲିଂର ତୀବ୍ର ନିନ୍ଦା କରିଛନ୍ତି ଏବଂ ସମସ୍ତଙ୍କୁ ଏହା ବିରୋଧରେ କହିବାକୁ ଅନୁରୋଧ କରିଛନ୍ତି।

   Related Posts