ସୁଶାନ୍ତ ସିଂହ ରାଜପୁତଙ୍କ ‘ଦିଲ୍ ବେଚାରା’ର ଓପନିଙ୍ଗ୍ ୨ହଜାର କୋଟି : ଟ୍ୱିଟ୍ କରି କହିଲେ ଏ.ଆର୍.ରହମାନ୍
29/07/2020 at 6:54 PM

ମୁମ୍ବାଇ ୨୯/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ ‘ଦିଲ ବେଚାରା’କୁ ସଂଗୀତ ନିର୍ଦେଶକ ଏ.ଆର.ରହମାନ ଏକ ବିଶେଷ ସୂଚନା ଦେଇଛନ୍ତି | ରହମାନଙ୍କ ଟ୍ୱିଟ ବର୍ତ୍ତମାନ ଚର୍ଚ୍ଚାରେ | ଏ.ଆର.ରହମାନ ଲେଖିଛନ୍ତି ଯେ, ‘ସୁଶାନ୍ତ ସିଂହ ରାଜପୁତଙ୍କ ଦିଲ ବେଚାରାକୁ ୨୪ ଘଣ୍ଟାରେ ୯୫ ମିଲିଅନ ଭ୍ୟୁଜ ମିଳିଥିଲା | ସେ ହିସାବରେ ତାଙ୍କ ଫିଲ୍ମର ଓପନିଂ ୨ ହଜାର କୋଟି ଟଙ୍କା ହେଉଛି |’ ରହମାନଙ୍କ ଏହି ଟ୍ୱିଟକୁ ନେଇ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି |

ଦିଲ ବେଚାରାରେ ରହମାନ ଦେଇଥିବା ମ୍ୟୁଜିକକୁ ନେଇ ସେ ବର୍ତ୍ତମାନ ଖୁବ ଚର୍ଚ୍ଚାରେ | ରହମାନଙ୍କ ମ୍ୟୁଜିକ ପ୍ରଶଂସକଙ୍କ ହୃଦୟ ଜିତିଛି | ନିକଟରେ ରହମାନ ଏକ ସାକ୍ଷାତକାରରେ ଏକ ଖୁଲାସା କରିଥିଲେ | ବଲିଉଡ୍ରେ ତାଙ୍କୁ କାହିଁକି ଏତେ କମ ଫିଲ୍ମ ମିଳେ ସେନେଇ ରହମାନ ଖୁଲାସା କରିଥିଲେ | ଏହାସହ ଗତ ୫ ବର୍ଷରେ ତାଙ୍କୁ ମାତ୍ର ୫ଟି ଫିଲ୍ମ ମିଳିଥିବା ମଧ୍ୟ ସେ କହିଥିଲେ |
ଦିଲ ବେଚାରା ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନର ଶେଷ ଫିଲ୍ମ | ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କ ମୃତ୍ୟୁ ଖବର ଆସିଥିଲା ଯାହା ପୁରା ଦେଶବାସୀଙ୍କୁ ଦୋହଲାଇ ଦେଇଥିଲା | ସୁଶାନ୍ତଙ୍କ ଦୁଲ ବେଚାରା ଜୁଲାଇ ୨୪ ତାରିଖରେ ଡିଜ୍ନି ହଟଷ୍ଟାରରେ ରିଲିଜ ହୋଇଥିଲା | ଫିଲ୍ମ ଉଭୟ ସବ୍ସକ୍ରାଇବର ଓ ନନସବ୍ସକ୍ରାଇବରଙ୍କ ପାଇଁ ରିଲିଜ ହୋଇଥିଲା | ଫିଲ୍ମକୁ ବହୁତ ଲୋକପ୍ରିୟତା ମିଳିଛି |