Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ସୁଶାନ୍ତ ସିଂହଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଅଭିନେତ୍ରୀ ସଞ୍ଜନା ସବୁଦିନ ପାଇଁ ଛାଡ଼ିଦେବେ କି ମୁମ୍ବାଇ ? ଇନ୍ସଟା ପୋଷ୍ଟରେ କହିଲେ…

1/07/2020 at 4:02 PM

ମୁମ୍ବାଇ ୦୧/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ ‘ଦିଲ ବେଚାରା’ ସଞ୍ଜନା ସାଂଘୀ ବୁଧବାର ଦିନ ମୁମ୍ବାଇରୁ ଦିଲ୍ଲୀ ଫେରିଯାଇଛନ୍ତି | ସେ ଇସାରା କରିଛନ୍ତି ଯେ ସମ୍ଭବତଃ ସେ ଆଉ କେବେ ମୁମ୍ବାଇ ଫେରିବେନି | ବିମାନରେ ଚଢିବା ପୂର୍ବରୁ ମୁମ୍ବାଇ ଇନ୍ଟରନ୍ୟାଶନାଲ ଟର୍ମିନାଲ ୨ ରୁ ଲେଖିଥିବା ସୋସିଆଲ ମିଡ଼ିଆ ପୋଷ୍ଟରୁ ଜଣାପଡିଛି | ସେ କହିଛନ୍ତି ଯେ ସେ ମୁମ୍ବାଇ ସମ୍ପର୍କରେ ଯାହା ଶୁଣିଥିଲେ ମୁମ୍ବାଇ ସେମିତି ନୁହେଁ |

ସଞ୍ଜନା ବୁଧବାର ଦିନ ନିଜ ଇନ୍ସଟା ଷ୍ଟୋରୀରେ ଲେଖିଥିଲେ ଯେ, ‘ମୁମ୍ବାଇକୁ ଅନ୍ତିମ ବିଦାୟ | ୪ ମାସ ପରେ ମୁମ୍ବାଇର ଦର୍ଶନ ହୋଇଥିଲା | ମୁଁ ପୁଣି ଯାଉଛି ଦିଲ୍ଲୀ | ମୁମ୍ବାଇର ରାସ୍ତା କିଛି ଅଲଗା ପ୍ରକାର ଲାଗିଲା, ଶୂନଶାନ ଲାଗିଲା | ବୋଧହୁଏ ମୋ ମନରେ ଯେଉଁ ଦୁଃଖ ଅଛି ତାହା ମୋ ଦୃଷ୍ଟିକୁ ବଦଳାଇ ଦେଇଛି | ପୁଣି ଦେଖାହେବ ? ଶୀଘ୍ର ଅଥବା କେବେ ନୁହେଁ |’

୨୦୧୮ ରେ ମି-ଠୁ ଅଭିଯାନରେ ଖବର ଆସିଥିଲା ଯେ ସଞ୍ଜନା ସୁଶାନ୍ତଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ | ସୁଶାନ୍ତ ଏହି ଅଭିଯୋଗକୁ ଖଣ୍ଡନ କରି ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର କିଛି ସ୍କ୍ରିନସର୍ଟ ସେୟାର କରିଥିଲେ | ପରେ ସଞ୍ଜନା ମଧ୍ୟ ତାଙ୍କ ଲଗାଇଥିବା ଅଭିଯୋଗକୁ ଭୁଲ ବୋଲି କହିଥିଲେ | ସେଥିପାଇଁ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସଞ୍ଜନାଙ୍କୁ ପଚରାଉଚୁରା କରୁଛି ପୋଲିସ |

ଏହା ପୂର୍ବରୁ ରବିବାର ଦିନ ସଞ୍ଜନା ଇନ୍ସଟାଗ୍ରାମରେ ଏକ ଭଏସ ମେସେଜ ପୋଷ୍ଟ କରି ‘ଦିଲ ବେଚାରା’ର ଡିଜିଟାଲ ରିଲିଜକୁ ବିରୋଧ ନ କରିବାକୁ ଲୋକଙ୍କୁ ଅପିଲ କରିଥିଲେ | ସେ କହିଥିଲେ ଯେ ଫିଲ୍ମର ପୁରା ଟିମ ଅଢେଇ ବର୍ଷ ବହୁତ ପରିଶ୍ରମ କରିଛନ୍ତି | ସେଥିପାଇଁ ଏହି ଫିଲ୍ମକୁ ଡିଜିଟାଲ ମିଡ଼ିଆରେ ରିଲିଜ ହେବାକୁ ବିରୋଧ ନ କରାଯାଉ |

   Related Posts