ସୁଶାନ୍ତ ସିଂହଙ୍କ ‘ଦିଲ ବେଚାରା’, ଥାଇରଏଡ କ୍ୟାନସରରେ ପୀଡ଼ିତା ଫିମେଲ୍ ଲିଡ : ତା’ପରେ ହେଲା କ’ଣ?

Published By : Prameya-News7 Bureau | July 25, 2020 IST

ମୁମ୍ବାଇ ୨୫/୭: ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ଜୁଲାଇ ୨୪ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜନି-ହଟଷ୍ଟାରରେ ରିଲିଜ ହୋଇଛି ଏବଂ ଖୁବ୍ ଦେଖାଯାଇଛି। ତାଙ୍କର ଏହି ଶେଷ ଫିଲ୍ମର ଅଭିନେତ୍ରୀ ହେଉଛନ୍ତି,ସଞ୍ଜନା ସାଙ୍ଘୀ। ଫିଲ୍ମରେ ତାଙ୍କ ନାଁ କିଜି। ତାଙ୍କ ନାକରେ ଏକ ପାଇପ୍ ଲାଗିଛି ଯାହା ଏକ ଛୋଟ ଅକ୍ସିଜେନ୍ ସିଲିଣ୍ଡର ସହ ଯୋଡ଼ି ହୋଇଛି। କିଜି ସବୁବେଳେ ତାଙ୍କ ସହ ସେହି ସିଲିଣ୍ଡର ନେଇଥାନ୍ତି। ଦର୍ଶକେ ଚିନ୍ତା କରୁଥି​‌ବେ ଯେ ତାଙ୍କୁ ପ୍ରକୃତରେ କେଉଁ ରୋଗ ହୋଇଛି। ଫିଲ୍ମ ଆରମ୍ଭ ହେଉଛି ଏବଂ ସେ ନିଜ ବିଷୟରେ କହିବା ଆରମ୍ଭ କରୁଛନ୍ତି,ତା’ରେ ଦର୍ଶକ ସବୁ ଜାଣୁଛନ୍ତି। ସେ କୁହନ୍ତି ଯେ ତାଙ୍କୁ ଥାଇରଏଡ କ୍ୟାନସର ହୋଇଛି। ତେବେ ଏହି ରୋଗ କ’ଣ,କିପରି ହୋଇଥାଏ,ଏହାର ଲକ୍ଷଣ କ’ଣ ଏବଂ ଏହାର ଚିକିତ୍ସା କ’ଣ?

{"id":305326,"sizeSlug":"large"}

ସର୍ବ ପ୍ରଥମେ ଆସନ୍ତୁ ଜାଣିବା ଥାଇରଏଡ କ’ଣ? ଏହା ବଟରଫ୍ଲାଇ ଅର୍ଥାତ୍ ପ୍ରଜାପତି ଆକାରର ଏକ ଗ୍ରନ୍ଥି ହୋଇଥାଏ ଯାହା ଗଳା ସମ୍ମୁଖ ଭାଗରେ ଥାଏ। ହରମୋନ୍ ସ୍ରାବ କରିବା ଏହାର କାମ ହୋଇଥାଏ। ଏହି ହରମୋନ୍ ଆମ ଶରୀର ଏବଂ ମସ୍ତିଷ୍କକୁ ସକ୍ରିୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆନୁବଂଶିକ କିମ୍ବା ଅନ୍ୟ କେତେକ କାରଣରୁ ଏହି ଗ୍ରନ୍ଥି ସହ ବଡ଼ ସମସ୍ୟା ହୋଇଥାଏ। ଏପରି ହେବା ବ୍ୟକ୍ତିଙ୍କ ପାଇଁ ସବୁ ଆଡ଼ୁ ହାନିକାରକ ହୋଇଥାଏ।

{"id":305327,"sizeSlug":"large"}

ଥାଇରଏଡ କ୍ୟାନସର କ’ଣ ହୋଇଥାଏ,ଏହା ଜାଣିବା ପୂର୍ବରୁ ଥାଇରଏଡ ଅସନ୍ତୁଳନ ବିଷୟରେ ଜାଣିବା ଉଚିତ୍। ଆଜିକାଲି ଅନେକ ଲୋକଙ୍କର ଥାଇରଏଡ ସମସ୍ୟା ହେଉଛି। ଏକ ଗବେଷଣା ମୁତାବକ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଥାଇରଏଡ ସମସ୍ୟା ୧୦ଗୁଣ ଅଧିକ ହୋଇଥାଏ।

{"id":305328,"sizeSlug":"large"}

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆମ ଶରୀରର ଅଙ୍ଗର ସାମାନ୍ୟ କାମ ପାଇଁ ଥାଇରଏଡ ହରମୋନ ଜରୁରୀ ହୋଇଥାଏ,କିନ୍ତୁ ଏଥିରେ ଅସନ୍ତୁଳନ ହେଲେ ଏହି ସମସ୍ୟା ହୋଇଥାଏ। ଥାଇରଏଡ ସମସ୍ୟାର ସବୁଠୁ ସାଧାରଣ କାରଣ ହୋଇଥାଏ ଅଟୋଇମ୍ୟୁନ ଥାଇରଏଡ ରୋଗ। ଏହା ଏକ ପ୍ରକାରର ଜେନେଟିକ୍ ଅର୍ଥାତ୍ ବଂଶାନୁଗତ ସ୍ଥିତି ଯେଉଁଥିରେ ପ୍ରତିରକ୍ଷା ପ୍ରଣାଳୀ ଆଣ୍ଟିବଡି ଉତ୍ପନ୍ନ କରିଥାଏ ଏବଂ ଥାଇରଏଡ ଗ୍ରନ୍ଥିକୁ ଅଧିକ ହରମୋନ୍ କରିବାରେ ଉତ୍ତେଜିତ କରିଥାଏ। ବର୍ତ୍ତମାନ ଜାଣିବା ଥାଇରଏଡ କ୍ୟାନସର ବିଷୟରେ

{"id":305331,"sizeSlug":"large"}

କ୍ୟାନସର ଅର୍ଥାତ୍ ଅସ୍ବାଭାବିକ ଭାବେ କୋଶିକା ବଢ଼ିଯିବା। ଶରୀରର ଯେଉଁ ଭାଗରେ ଏପରି ହୋଇଥାଏ,ତାହାକୁ ସେହି କ୍ୟାନସର ଭାବେ ଜଣା ଯାଇଥାଏ। ଯେପରି ମୁହଁରେ କୋଶିକା ବଢ଼ିଗଲେ ମୁହଁର କ୍ୟାନସର। ଯେତେବେଳେ ଥାଇରଏଡ ଗ୍ରନ୍ଥିରେ ଅସ୍ବାଭାବିକ କୋଶିକା ବଢ଼ିଯାଇଥାଏ ତାହାକୁ ଥାଇରଏଡ କ୍ୟାନସର କୁହାଯାଇଥାଏ। ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରାଯାଏ ନାହିଁ ତେବେ ବଡ଼ ସମସ୍ୟା ହୋଇଥାଏ। ଥାଇରଏଡ କ୍ୟାନସରରେ ହରମୋନ ଅସନ୍ତୁଳିତ ହୋଇଯାଇଥାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହା ହେବାର ସମ୍ଭାବନ ଅଧିକ ରହିଥାଏ।

{"id":305332,"sizeSlug":"large"}

ଥାଇରଏଡ କ୍ୟାନସରର ଲକ୍ଷଣ :

wp:list
  • ଗଳାରେ ଗାଣ୍ଠ ପଡ଼ିବା
  • ଥଣ୍ଡା ନହୋଇ ମଧ୍ୟ କାଶ ହେବା
  • ଗଳା ବସିଯିବା କିମ୍ବା କଣ୍ଠରେ ପରିବର୍ତ୍ତନ
  • ଗଳା ବ୍ୟଥା ହେବା
  • ଖାଦ୍ୟ ଗିଳିବାକୁ କଷ୍ଟ ହେବା
  • କର୍କଶ ସ୍ବର
/wp:list {"id":305333,"sizeSlug":"large"}

ଥାଇରଏଡ କ୍ୟାନସରର ଆଉ କିଛି ଲକ୍ଷଣ :

wp:list
  • ଚର୍ମ ଏବଂ କେଶ ରୁକ୍ଷ ହେବା
  • ଆଖି ସମସ୍ୟା ହେବା
  • ଚିନ୍ତା କରିବା ଏବଂ କହିବା କ୍ଷମତା ଉପରେ ପ୍ରଭାବ ପଡ଼ିବା।
  • ସ୍ମରଣଶକ୍ତି ଦୁର୍ବଳ ହୋଇଯିବା
  • ଓଜନ କମିଯିବା କିମ୍ବା ବଢ଼ିବା
/wp:list {"id":305334,"width":589,"height":406,"sizeSlug":"large"}

ଥାଇରଏଡ କ୍ୟାନସରର କାରଣ :

ଏହା କୌଣସି ବ୍ୟକ୍ତିଙ୍କ ଆନୁବଂଶିକ ଭାବେ ହୋଇପାରେ। ଅର୍ଥାତ୍ ପରିବାରର ପୂର୍ବ ପୀଢ଼ିରେ କାହାକୁ ଏହି ରୋଗ ହୋଇଥିଲେ ଏହା ହେବାର ଆଶଙ୍କା ଥାଏ। ଏହାକୁ କମ୍ୟୁଟର ଥାଇରଏଡ କାର୍ସିନୋମା ନାଁରେ ମଧ୍ୟ ଜଣାଯାଇଥାଏ। ଏଡିଏସନ କାରଣରୁ କିମ୍ବା ଆୟୋଡିନର ଅଭାବ ଥିଲେ ଥାଇରଏଡ କ୍ୟାନସରର ସମ୍ଭାବନା ବଢ଼ିଯାଇଥାଏ।

{"id":305335,"sizeSlug":"large"}

ଥାଇରଏଡ କ୍ୟାନସରର ଚିକିତ୍ସା :

ଥାଇରଏଡ କ୍ୟାନସରର ଚିକିତ୍ସା ପାଇଁ ସବୁଠୁ ଜରୁରୀ ହେଉଛି ଖୁବ୍ ଶୀଘ୍ର ଲକ୍ଷଣକୁ ଚିହ୍ନିବା। ଯଦି ଠିକ୍ ସମୟରେ ଏହା ବିଷୟରେ ଜାଣି ହୋଇଯାଏ ତେବେ ବ୍ୟକ୍ତି ଜଲଦି ଠିକ୍ ହୋଇପାରିବେ। କିନ୍ତୁ ବିଳମ୍ବ ହେଲେ ଏହା ଗମ୍ଭୀର ହୋଇଯାଇଥାଏ। ଅନେକ ଥର ଥାଇରଏଡ ଗ୍ରନ୍ଥିକୁ ବାହାର କରି ଦିଆଯାଇଥାଏ। ଏହି ସ୍ଥିତିରେ କୃତ୍ରିମ ଥାଇରଏଡ ଗ୍ରନ୍ଥି ବ୍ୟବହାର କରିବାକୁ ପଡ଼ିବ।

{"id":305336,"sizeSlug":"large"}

ଥାଇରଏଡ କ୍ୟାନସରର ଉପଚାର ରେଡିୟୋଧର୍ମୀ ଆୟୋଡିନ୍ ସାହାଯ୍ୟରେ ମଧ୍ୟ କରାଯାଇଥାଏ। ରୋଗୀଙ୍କୁ ଏହା ଦ୍ବିତୀୟ ଥର ନ ହେବା ପାଇଁ ତାଙ୍କୁ ଭଲ ଭାବେ ନିଜ ଧ୍ୟାନ ନେବାକୁ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.