ଜୁଲାଇ ପହିଲାରୁ ଡିଜିଟାଲ୍ ତରିକାରେ ହେବ ଗ୍ୟାସ୍ ବୁକିଙ୍ଗ୍ ଓ ପେମେଣ୍ଟ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩/୦୬ : କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରାଳୟ ଗ୍ୟାସ ଏଜେନ୍ସିଗୁଡିକୁ ଡିଜିଟାଲ ବୁକିଙ୍ଗ ପାଇଁ ନିର୍ଦେଶ ଦେଇଛନ୍ତି | ଏଥିସହ ସିଲିଣ୍ଡର ଘରେ ପହଞ୍ଚିବା ପରେ ଡେ଼ଲିଭରୀ ପ୍ରମାଣୀକରଣ କୋଡ଼ ମଧ୍ୟ ଆବଶ୍ୟକ ହେବ | ଗ୍ୟାସ ଏଜେନ୍ସି ଉପରେ ଡିଜିଟାଲ ବୁକିଙ୍ଗ ପାଇଁ ଚାପ ପ୍ରୟୋଗ କରାଯାଇଛି | ସାର୍ବଜନିକ କ୍ଷେତ୍ରର ତୈଳ କମ୍ପାନୀ ତରଫରୁ ଦିଆଯିଆଥିବା ଡିଜିଟାଲ ବୁକିଙ୍ଗ ଲକ୍ଷ୍ୟ ଅନୁଯାୟୀ, ଗ୍ୟାସ ଏଜେନ୍ସିକୁ ଜୁଲାଇ ମାସରୁ ଅତିକମରେ ୮୦ ପ୍ରତିଶତ ବୁକିଙ୍ଗ ଡିଜିଟାଲ ତରିକାରେ କରିବାକୁ ନିର୍ଦେଶ ଦିଆଯାଇଛି | ବୁକିଙ୍ଗ ପାଇଁ ଏସଏମଏସ, ଆଇବିଆରଏସ କିମ୍ବା ହ୍ୱାଟ୍ସଆପ ସହିତ ମୋବାଇଲ ଆପ ଜରିଆରେ ସିଲିଣ୍ଡର ବୁକ କରିବାକୁ ହେବ | ଏଜେନ୍ସିଗୁଡିକୁ କୁହାଯାଇଛି ଯେ ସିଲିଣ୍ଡର ଡେ଼ଲିଭରୀ କରୁଥିବା କର୍ମଚାରୀଙ୍କୁ ନିଜ ମୋବାଇଲ ଆପରେ ଉପଭୋକ୍ତାଙ୍କ ମୋବାଇଲରେ ଆସିଥିବା ଡେ଼ଲିଭରୀ ପ୍ରମାଣୀକରଣ କୋଡ଼ ଦର୍ଜ କରିବାକୁ ପଡିବ | କମ୍ପାନୀ କହିବଉଁଣାଯାୟୀ, ଆପରେ ଡେ଼ଲିଭରୀ ପ୍ରମାଣୀକରଣ କୋଡ଼ ଦର୍ଜ କରିବା ପରେ ଲୋକେସନ ମଧ୍ୟ ଦର୍ଜ ହୋଇଯିବ ଯେପରିକି ସିଲିଣ୍ଡର ସଠିକ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବ | 

ଏହାସହ ତୈଳ କମ୍ପାନୀ ଗ୍ୟାସ ଏଜେନ୍ସିକୁ ଡିଜିଟାଲ ପେମେଣ୍ଟ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି | ବଡ ବଡ ସହରରେ ଜୁଲାଇ ୧ ତାରିଖରୁ ଅତିକମରେ ୬୦ ପ୍ରତିଶତ ଉପଭୋକ୍ତାଙ୍କ ଡିଜିଟାଲ ପେମେଣ୍ଟ ହେବ ଉଚିତ ବୋଲି ତୈଳ କମ୍ପାନୀ ନିର୍ଦେଶ ଦେଇଛନ୍ତି | ଛୋଟ ଛୋଟ ସହରରେ ସେପ୍ଟେମ୍ବର ମାସରୁ ଅତିକମରେ ୫୦ ପ୍ରତିଶତ ଡିଜିଟାଲ ପେମେଣ୍ଟ ହେବା ଉଚିତ | ଏଥିରେ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ଲାଭାର୍ଥି ସାମିଲ ନୁହନ୍ତି |

ପେଟ୍ରୋଲିୟମ କମ୍ପାନୀ ତରଫରୁ ଜାରି ହୋଇଥିବା ଗାଇଡଲାଇନ ଯୋଗୁଁ ଘରେ ସିଲିଣ୍ଡର ପହଞ୍ଚୁଥିବା କର୍ମଚାରୀଙ୍କ ସମସ୍ୟା ବଢିଯାଇଛି | ଗୋଟିଏ ଗ୍ୟାସ ଏଜେନ୍ସିର ପ୍ରବନ୍ଧକ କହିଛନ୍ତି ଯେ କରୋନା ଯୋଗୁଁ ଲୋକେ ସିଲିଣ୍ଡର ଘରେ ବାହାରେ ରଖିବାକୁ କହୁଛନ୍ତି | ଏହିଭଳି ସ୍ଥିତିରେ ଡେ଼ଲିଭରୀ କର୍ମଚାରୀଙ୍କୁ ଉପଭୋକ୍ତାଙ୍କୁ ଡିଜିଟାଲ ବୁକିଙ୍ଗ ଏବଂ ପେମେଣ୍ଟ ସମ୍ପର୍କରେ ବୁଝାଇବା ମୁସ୍କିଲ | ଏପଟେ ତୈଳ କମ୍ପାନୀ ଦୁଇ ମାସର ଲକ୍ଷ୍ୟ ଦେଇଛନ୍ତି | କମ୍ପାନୀ ସମୟକୁ ଦୃଷ୍ଟିରେ ରଖି ନିର୍ଦେଶ ଦେବା ଉଚିତ ବୋଲି ସେ କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.