କରୋନା ବିସ୍ଫୋରଣ: ଜଗତସିଂହପୁର ବ୍ଲକର ଡିହତର୍ତ୍ତଙ୍ଗ ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା

Published By : Prameya-News7 Bureau | May 12, 2021 IST

ଜଗତସିଂହପୁର ୧୨।୦୫: ବଢୁଥିବା କରୋନା ସଂକ୍ରମଣ ସହ ରାଜ୍ୟରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ମଧ୍ୟ ବଢି ଚାଲିଛି। ଯେଉଁ ଅଞ୍ଚଳରୁ ଅଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ସ୍ଥିତି ନିୟନ୍ତ୍ରଣ ପାଇଁ  ପ୍ରଶାସନ ତୁରନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛନ୍ତି। ଏହି କ୍ରମରେ ଜଗତସିଂହପୁର ବ୍ଲକର ଡିହତର୍ତ୍ତଙ୍ଗ ଗାଁର ୩,୪,୫ ନମ୍ବର ୱାର୍ଡରେ ମାତ୍ରାଧିକ କରୋନା ପଜିଟିଭ ଚି଼ହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଜନସାଧାରଣଙ୍କ ଆଗ୍ରହ କ୍ରମେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଡିହତର୍ତ୍ତଙ୍ଗ ଗାଁକୁ ଆଜିଠାରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ କୌଣସି ଲୋକ ଗାଁ ଭିତକୁ କିମ୍ବା ବାହାରକୁ ଯା ଆସ କରିପାରିବେନି। ଏହି ଗ୍ରାମ ମଧ୍ୟ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ସଂସ୍ଥା ଓ ସମସ୍ତ ଦୋକାନ ମଧ୍ୟ୍ୟ ବନ୍ଦ ରହିବ।

ଜଗତସିଂହପୁର ବ୍ଲକ ବିଡିଓଙ୍କୁ କଣ୍ଟେନମେଣ୍ଟ ଜୋନ୍ ଉପରେ ବିଶେଷ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗାଁରେ ଅତ୍ୟାବଶ୍ୟକ ସେବା ଏବଂ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାକୁ ନୋଡାଲ୍ ଅଫିସରଙ୍କୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.