ପୁଣ୍ୟତିଥିରେ ପ୍ରିୟଙ୍କାଙ୍କଠାରେ ଇନ୍ଦିରାଙ୍କ ଝଲକ ଦେଖିଲେ ଦିଗବିଜୟ, ଏମିତି ଜବାବ ଦେଲେ ଲୋକେ

Published By : Prameya-News7 Bureau | October 31, 2020 IST

ନୂଆଦିଲ୍ଲୀ ୩୧।୧୦: କଂଗ୍ରେସ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନିଜର ଜେଜେ ମା ଇନ୍ଦିରା ଗାନ୍ଧୀଙ୍କ ସହ ତୂଳନା କରାଯିବା କିଛି ନୂଆ କଥା ନୁହେଁ। ନାକଠୁ ନେଇ ଶାଢୀ ପିନ୍ଧିବା ଶୈଳୀରେ ମଧ୍ୟ ରାଜନୈତିକ ବିଶେଷଜ୍ଞ ପ୍ରିୟଙ୍କାଙ୍କଠାରେ ସମାନତା ଖୋଜନ୍ତି। କଂଗ୍ରେସ ଦଳ ଭିତରେ ପ୍ରିୟଙ୍କାଙ୍କୁ ଇନ୍ଦିରା ପରି ଦେଖିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ଏହି କ୍ରମରେ ଇନ୍ଦିରାଙ୍କ ପୂଣ୍ୟ ତିଥି ଅବସରରେ ଦିଗବିଜୟ ଲେଖିଛନ୍ତି ତାଙ୍କୁ ପ୍ରିୟଙ୍କାଙ୍କଠାରେ ଇନ୍ଦିରା ନଜର ଆସୁଛନ୍ତି। ଏହା ପରେ ସେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହି ଟ୍ଵିଟ୍‌କୁ ନେଇ ୟୁଜର୍ସ ଦିଗବିଜୟ ସିଂହଙ୍କୁ ଟ୍ରୋଲ କରିଛନ୍ତି।

wp:html /wp:html

ଦିଗବିଜୟଙ୍କ ଏହି ଟ୍ଵିଟ୍‌କୁ ଅନେକ ୟୁଜର୍ସ ଚାଟୁକାରିତାର ଆଖ୍ୟା ଦେଇଛନ୍ତି। ଦିଗବିଜୟ ପ୍ରଥମେ ପ୍ରିୟଙ୍କାଙ୍କଠାରେ ତାଙ୍କୁ ଇନ୍ଦିରାଙ୍କ ଝଲକ ଦେଖୁଥିବା କହିଲେ ଏବଂ ଦ୍ଵିତୀୟ ଟ୍ଵିଟ୍‌ରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ। ଏହାକୁ ନେଇ ୟୁଜର୍ସ ଦିଗବିଜୟଙ୍କୁ ମଜାଦାର ଜବାବ ଦେଇଛନ୍ତି। କେହି କେହି ଦିଗବିଜୟଙ୍କୁ ଚାଟୁକାର କହିଥିବା ବେଳେ କେହି ଚାପଲୁସି ବହୁତ ହୋଇଗଲା ବୋଲି କହିଛନ୍ତି।

{"id":353808,"sizeSlug":"large"}

କିଛି ଲୋକ ରାଜବଂଶରୁ ଆସିଥିବା ଦିଗବିଜୟଙ୍କୁ କ୍ଷେତ୍ରୀୟ ଧର୍ମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଅନେକ ଲେଖିଛନ୍ତି କେବଳ ନାକ ମିଶୁଛି ବାକି ଚେହେରା ଅଲଗା ରହିଛି। ଆଉ କିଛି ୟୁଜର୍ସ ଦିଗବିଜୟଙ୍କୁ ପ୍ରିୟଙ୍କାଙ୍କ ଜେଜେ ବାପା ଫିରୋଜ ଗାନ୍ଧୀଙ୍କୁ ମଧ୍ୟ ମନେ ପକାଇ ଦେଇଛନ୍ତି।

{"id":353809,"sizeSlug":"large"}
{"id":353810,"sizeSlug":"large"}

ମୋ ନାକ ଜେଜେମା ସହ ମିଶୁଛି

ପ୍ରିୟଙ୍କା ଗାନ୍ଧୀ ନିଜେ ମଧ୍ୟ କହି ସାରିଛନ୍ତି ଯେ, ତାଙ୍କ ଚେହେରା ଜେଜେମା ଇନ୍ଧିରାଙ୍କ ସହ  ବହୁତ ମିଶୁଛି। ୨୦୦୯ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ସମୟରେ ସେ କହିଥିଲେ, ମୁଁ ତାଙ୍କ ପରି ଦେଖା ଯାଉଛି। ମୋ ନାକ ମଧ୍ୟ ତାଙ୍କ ପରି। ୨୦୧୯ ଉତ୍ତର ପ୍ରଦେଶରେ ନିର୍ବାଚନୀ ପ୍ରଚାର ବେଳେ ପ୍ରିୟଙ୍କାଙ୍କ ଫଟୋ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା। ସେହି ସମୟରେ ମଧ୍ୟ ଅନେକ ଲୋକ ତାଙ୍କୁ ଇନ୍ଦିରା ଗାନ୍ଧୀ ପରି ଦେଖାଯାଉଥିବା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.