ବେଙ୍ଗାଲୁରୁରେ ବିଦ୍ରୋହୀ ବିଧାୟକଙ୍କୁ ଭେଟିବା ଦାବି କରି ଆମରଣ ଅନଶନରେ ବସିଲେ ଦିଗବିଜୟ ସିଂହ

Published By : Prameya-News7 Bureau | March 18, 2020 IST

ବେଙ୍ଗାଲୁରୁ ୧୮।୦୩: ମଧ୍ୟପ୍ରଦେଶ ରାଜନୀତିର ଡ୍ରାମା ଏବେ କର୍ଣ୍ଣାଟକରେ ଜୋର ଜମିଛି । କଂଗ୍ରେସର ବାଗୀ ବିଧାୟକମାନଙ୍କୁ ଭେଟିବାକୁ କର୍ଣ୍ଣାଟକ ଆସିଥିଲେ ବରିଷ୍ଠ ନେତା ଦିଗବଜୟ ସିଂହ ଏବେ ଦଳୀୟ ବିଧାୟକଙ୍କୁ ବଳପୂର୍ବକ ଅଟକ ରଖଯାଇଥିବା ପ୍ରତିବାଦରେ ଅନଶନ କରିଛନ୍ତି । ବୁଧବାର ଭୋର ସମୟରେ ଦଳୀୟ ବିଧାୟକଙ୍କୁ ଭେଟିବାକୁ ବେଙ୍ଗାଲୁରୁ ପହଞ୍ଚିଥିବା ଦିଗବିଜୟଙ୍କୁ ହୋଟେଲ ନିକଟରେ ଅଟକାଇଥିଲା ପୋଲିସ । ତାଙ୍କ ଦାବି ସତ୍ତେ ତାଙ୍କୁ କଂଗ୍ରେସ ବିଧାୟକଙ୍କ ସହ ସାକ୍ଷାତ କରିବାକୁ ନଦିଆଯିବାରୁ ସେ ହୋଟଲେ ସମ୍ମୁଖରେ ଧାରଣାରେ ବସିଥିଲେ । ପୋଲିସ ବାରମ୍ବାର ବୁଝାଇବା ପରେ ମଧ୍ୟ ଧାରଣାରୁ ଉଠିନଥିଲେ ଦିଗବିଜୟ । ଶେଷରେ ପୋଲିସ ଦିଗବିଜୟଙ୍କୁ ଅଟକ ରଖିଥିଲା । ଏହାପରେ  ବାଗୀ ବିଧାୟକମାନଙ୍କ ସହ ସାକ୍ଷାତ କରିବାକୁ ଅନୁମତି ନଦିଆଯିବା ପ୍ରତିବାଦରେ ଆମରଣ ଅନଶନରେ ବସିଛନ୍ତି ଦିଗବିଜୟ ସିଂହ ।

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ କାମକୁ ନେଇ ଅସନ୍ତୁଷ୍ଟ ଏପରି କହି ଦଳରୁ ଇସ୍ତଫା ଦେଇଥିଲେ କଂଗ୍ରେସର ୨୨ବିଧାୟକ   । ସେମାନେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ସେମାନଙ୍କ ଇସ୍ତପା ପତ୍ର ପଠାଇ ଏପରି କହିଥିଲେ । ତେବେ ଇସ୍ତଫା ପରେ ସମସ୍ତ ବିଧାୟକ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ରିସୋର୍ଟରେ ରଖାଯାଇଥିଲା । ପରେ ତାଙ୍କୁ ହୋଟେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବୁଧବାର ଦିନ କଂଗ୍ରେସ ନେତା ଦିଗବିଜୟ ସିଂହ ବିଧାୟକଙ୍କୁ ସାକ୍ଷାତ କରିବା ପାଇଁ ହୋଟେଲ ରାମଦା ଆସିଥିଲେ । କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା । ସେପଟେ ସାକ୍ଷାତ ପାଇଁ ଅନୁମତି ନଦିଆଯିବାରୁ ବିଜେପିକୁ ଟାର୍ଗେଟ କରିଥିଲେ ଦିଗବିଜୟ । ବିଧାୟକମାନଙ୍କୁ ଏଠାରେ ବନ୍ଦ କରି ରଖାଯାଇଛି ବୋଲି ଅଭିଯୋଗ କରିଥିଲେ । ଆସନ୍ତା ୨୬ତାରିଖରେ ରାଜ୍ୟସଭା ନିର୍ବାଚନ । କଂଗ୍ରେସ ପକ୍ଷରୁ ମୁଁ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଛି । କିନ୍ତୁ ଏଠାରେ ମୋ ବିଧାୟକମାନଙ୍କୁ ବନ୍ଦୀ କରାଯାଇଛି । ତାଙ୍କ ଫୋନ୍‌ ଛଡାଇ ନିଆଯାଇଛି । ଯଦି ମୋତେ ବିଧାୟକମାନଙ୍କ ସହିତ ସାକ୍ଷାତ ପାଇଁ ଅନୁମତି ନଦିଆଯାଏ , ତେବେ ଆମରଣ ଅନଶନରେ ବସିବେ ବୋଲି କହିଥିଲେ । ଶେଷରେ ଆମରଣ ଅନଶନରେ ବସିଛନ୍ତି ଦିଗବିଜୟ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.