Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ରାଜ୍ୟସଭାରେ ଯେତେ ବେଳେ ସାମ୍ନା ସାମ୍ନି ହେଲେ ଦିଗବିଜୟ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ…

22/07/2020 at 2:58 PM

ନୂଆଦିଲ୍ଲୀ ୨୨।୦୭: ରାଜ୍ୟସଭାରେ ଆଜି ୪୫ ନବ ନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି। ଏଥିରୁ ୩୫ ସାଂସଦ ପ୍ରଥମ ଥର ରାଜ୍ୟସଭା ପହଞ୍ଚିଛନ୍ତି। ନିକଟରେ ସଂପନ୍ନ ରାଜ୍ୟସଭା ନିର୍ବାଚନ/ଉପ ନିର୍ବାଚନରେ ୨୦ ରାଜ୍ୟର ୬୧ ସଦସ୍ୟ ନିର୍ବାଚିତ ହୋଇ ସଂସଦର ଉଚ୍ଚସଦନକୁ ଆସିଛନ୍ତି। ଏଥିରୁ ୪୫ ଜଣ ଆଜି ଶପଥ ନେଇଛନ୍ତି। ଏଥିରେ ଶରଦ ପାଓ୍ଵାର, ଦିଗବିଜୟ ସିଂହ ଓ ରାମଦାସ ଅଠାବଲେ ସମେତ ୧୨ ସିଟିଂ ସାଂସଦ ସାମିଲ। କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି।

ଏହି ସମୟରେ ରାଜ୍ୟସଭାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ସମସ୍ତ ସାଂସଦ ଶପଥ ନେଉଥିଲେ ତେବେ ଏମିତି ସମୟ ଆସିଲା ଯେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂହ ସାମ୍ନା ସାମ୍ନି ହୋଇଥିଲେ। ଉଭୟ ନେତା ମାସ୍କ ପିନ୍ଧିଥିଲେ। ଯେବେ ଦିଗବିଜୟ ଓ ସିନ୍ଧିଆ ମୁହାଁମୁହିଁ ହେଲେ ଦୁଇ ନେତା ପରସ୍ପରକୁ ହାତ ଯୋଡି ଅଭିବାଦନ ଜଣାଇଥିଲେ।

ଦୁଇ ନେତା ପରସ୍ପରର ଅଭିବାଦନ ସ୍ଵୀକାର କରୁଥିବା ବେଳେ ସେଠାରେ ରାଜ୍ୟସଭାରେ ବିରୋଧୀ ଦେଳ ନେତା ତଥା କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ ମଧ୍ୟ ଉପସ୍ଥିତ ଥିଲେ। ଗୁଲାମ ନବି ଆଜାଦ ମଧ୍ୟ ହାତରେ କିଛି ଇସାରା କରୁଥିବ ଦେଖିବାକୁ ମିଳିଛି।

ଉଲ୍ଲେଖନୀୟ ରାଜ୍ୟସଭାରେ ସିନ୍ଧିଆ ଓ ଦିଗବିଜୟ ସିଂହଙ୍କ ଏହି ଦୃଶ୍ୟ ଏଥିପାଇଁ ଖାସ୍‌ କାରଣ ଦୁଇ ନେତା ଗୋଟିଏ ରାଜ୍ୟରୁ ଆସିଛନ୍ତି। ଚଳିତ ବର୍ଷ ଯେବେ ସିନ୍ଧିଆ କମଲନାଥ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ, ସେହି ସମୟରେ ଦିଗବିଜୟ କମଲନାଥଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ। କଂଗ୍ରେସରେ ସିନ୍ଧିଆଙ୍କ ବିଦ୍ରୋହ ପଛର କାରଣ ରାଜ୍ୟସଭା ଆସନ ମଧ୍ୟ ଥିଲା। ଏହି ଆସନରେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଆସିଲେ ଦିଗବିଜୟ ସିଂହ। କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଚାହୁଁଥିଲେ। ରାଜ୍ୟସଭା ନିର୍ବାଚନରେ ତାଙ୍କ ନାମକୁ ପ୍ରାଥମିକତା ଭାବେ ରଖାଯାଉ। ମାତ୍ର ପାର୍ଟି ତାଙ୍କ ସ୍ଥାନରେ ଦିଗବିଜୟ ସିଂହଙ୍କୁ ଗୁରୁତ୍ଵ ଦେଇଥିଲେ। ଏହାକୁ ନେଇ ସିନ୍ଧିଆ ଅସନ୍ତୁଷ୍ଟ ଥିଲେ।

ରାଜନୈତିକ ଟଣା ଓଟରା ମଧ୍ୟରେ ମାର୍ଚ୍ଚ ମାସରେ ହୋଲି ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ ଚାଲ ଖେଳି  ନିଜର ସମର୍ଥକ ବିଧାୟକଙ୍କ ସହିତ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିଲେ। ସିନ୍ଧିଆଙ୍କ ଏହି ପଦକ୍ଷେପରେ କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା ଏବଂ ସିନ୍ଧିଆଙ୍କ ସାହାଯ୍ୟରେ ବିଜେପି ମଧ୍ୟ ପ୍ରଦେଶରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ଏହା ପରେ ଯେବେ ରାଜ୍ୟସଭା ନିର୍ବାଚନ ପାଳି ପଡିଲା ବିଜେପି ସିନ୍ଧିଆଙ୍କୁ ରାଜ୍ୟସଭା ପଠାଇ ପୁରସ୍କାର ଦେଇଥିଲା। ଏହା ସହିତ ତାଙ୍କ ସମର୍ଥକଙ୍କୁ ମଧ୍ୟ ଶିବରାଜ ସିଂହ କ୍ୟାବିନେଟ୍‌ରେ ବଡ ଭାଗିଦାରୀ ମଧ୍ୟ ଦିଆଯାଇଛି।

   Related Posts