ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ଚାହୁଁଥିଲେ ରାଜୀବ ଗାନ୍ଧି ! ଦିଗବିଜୟଙ୍କ tweet ପରେ ଜୋର ଧରିଲା ଚର୍ଚ୍ଚା

Published By : Prameya-News7 Bureau | August 01, 2020 IST

ଭୋପାଲ ୧।୮:  ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ ତାରିଖରେ ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ମନ୍ଦିର ନିର୍ମାଣ ଲାଗି ଆଧାର ଶିଳା ରଖିବେ। ତେବେ ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା  ତଥା ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଟ୍ୱିଟ୍‌ ମନ୍ଦିର ରାଜନୀତିକୁ ପୁଣି ଉଷ୍ମ କରିଛି।

{"id":308617,"width":580,"height":327,"sizeSlug":"large"}

ଦିଗବିଜୟ ସିଂହ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଭଗବାନ ଶ୍ରୀରାମ ଆମ ଆସ୍ଥାର କେନ୍ଦ୍ର ବୋଲି ଉଲ୍ଲେଖ କରିଛନ୍ତି। ଆଜି ସାରା ଦେଶ ରାମଙ୍କ ଭରସାରେ ଚାଲିଛି। ଏଣୁ ଆମ ସମସ୍ତଙ୍କର ଇଛା ଅଯୋଧ୍ୟା ରାମ ଜନ୍ମଭୂମିରେ ଶୀଘ୍ରାତିଶୀଘ୍ର ଏକ ଭବ୍ୟ ମନ୍ଦିରର ନିର୍ମାଣ ହେଉ ଓ ରାମ ଲଲା ସେଠାରେ ବିରାଜମାନ କରନ୍ତୁ। ସ୍ୱର୍ଗତ ରାଜୀବ ଗାନ୍ଧି ମଧ୍ୟ ଏହା ଚାହୁଁଥିଲେ ବୋଲି ଦିଗବିଜୟ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

wp:html /wp:html

ଦିଗବିଜୟଙ୍କ ପୂର୍ବରୁ ଅଯୋଧ୍ୟା ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣକୁ ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ହରାଇଥିବା ତଥା ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା କମଲ ନାଥ ମଧ୍ୟ ସ୍ୱାଗତ କରିଥିଲେ। ଏବେ ଦିଗବିଜୟ ପରୋକ୍ଷରେ ଏହାକୁ ସମର୍ଥନ କରିଥିବା ବେଳେ ଦେଶ ରାମ ଭରସାରେ ଥିବା ଓ ରାଜୀବ ଗାନ୍ଧିଙ୍କ ସ୍ୱପ୍ନ ବୋଲି କହିବା ପ୍ରସଙ୍ଗକୁ ବିବଦିତ କରିଛି। ତେବେ ଦିଗ୍ଗିଙ୍କ ମନ୍ତବ୍ୟକୁ ନେଇ କେହି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.